ରଥତ୍ରୟ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ

ପୁରୀ ଅଫିସ,୩ା୭: ଦିନକ ପରେ ଅର୍ଥାତ୍‌ ଆସନ୍ତା ୪ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ତିନିରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏହି ରଥ କେବଳ କାଷ୍ଠର ରଥ ବା ସାଧାରଣ ରଥ ନୁହଁନ୍ତି। ଏହି ରଥତ୍ରୟ ସ୍ବୟଂ ଦାରୁବ୍ରହ୍ମଙ୍କର ଆସନ ବିଗ୍ରହ।
ଏ ସମ୍ପର୍କରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ସ୍କନ୍ଦ ପୁରାଣର ୨୫ ଅଧ୍ୟାୟ ୧୨ ଶ୍ଲୋକରେ କୁହାଯାଇଛି ଯେ, ନିଖିଳ ଜଗତର ଆସନ ବା ଆଧାର ସେ ସ୍ବୟଂ ଆସନବିଗ୍ରହ ବା ରଥ। ଏଣୁ ସ୍ବୟଂ ଜଗନ୍ନାଥ ହିଁ ତାଙ୍କ ଯାନ ଅଟନ୍ତି। କାରଣ ତାଙ୍କଠାରୁ ଭିନ୍ନ ଆଉ ଅନ୍ୟ କିଛି ଆଧାର ରୂପ ଯାନ ନାହିଁ। ତେଣୁ ବଡ଼ଦାଣ୍ଡରେ ରଥଯାତ୍ରା ଅବସରରେ ଗଡ଼ୁଥିବା ତିନିରଥ ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ଠାକୁରମାନଙ୍କର ଆସନ ବିଗ୍ରହ। ଠାକୁରମାନଙ୍କୁ ବସ୍ତ୍ର ଭୂଷଣରେ ସୁସଜ୍ଜିତ କଲାଭଳି ରଥଗୁଡ଼ିକୁ ମଧ୍ୟ ବସ୍ତ୍ର ଭୂଷଣରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀବଳଭଦ୍ରଙ୍କୁ ନୀଳାମ୍ବର କୁହାଯାଏ। ତେଣୁ ତାଙ୍କ ରଥ ଚକଗୁଡ଼ିକ ନୀଳବର୍ଣ୍ଣରେ ସୁସଜ୍ଜିତ କରାଯାଏ। ଏହି ରଥରେ ଯେଉଁ ବସ୍ତ୍ର ଆବରଣ କରାଯାଏ ତାହା ରକ୍ତ ଓ ନୀଳବର୍ଣ୍ଣ। ସେହିପରି ରଥର ଆୟୁଧ ଭାବେ ହଳ ଓ ମୂଷଳ ରହିଥାନ୍ତି। ସେହିଭଳି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପୀତାମ୍ବର କୁହାଯାଏ। ସେଥିପାଇଁ ତାଙ୍କ ରଥ ଚକଗୁଡ଼ିକ ପୀତ ବା ହଳଦିଆ ବର୍ଣ୍ଣ। ନନ୍ଦିଘୋଷ ରଥକୁ ଯେଉଁ ବସ୍ତ୍ରରେ ଆବରଣ କରାଯାଏ ତାହା ହେଉଛି ପୀତ (ହଳଦିଆ) ଓ ଲୋହିତ। ଏହି ରଥର ଆୟୁଧ ଶଙ୍ଖ ଓ ଚକ୍ର। ସେହିପରି ଦେବୀ ସୁଭଦ୍ରାଙ୍କୁ ଶାସ୍ତ୍ରରେ କୁଙ୍କୁମାରୁଣା ବୋଲି କୁହାଯାଏ। ତେଣୁ ମା’ଙ୍କ ଦର୍ପଦଳନ ରଥର ଚକଗୁଡ଼ିକ କୁଙ୍କୁମ (ନାଲି) ବର୍ଣ୍ଣ। ମା’ ସୁଭଦ୍ରାଙ୍କ ରଥକୁ ଯେଉଁ ବସ୍ତ୍ରରେ ଆବୃତ୍ତ କରାଯାଏ ତାହାର ରଙ୍ଗ କୃଷ୍ଣ ଓ ଲୋହିତ ବର୍ଣ୍ଣ। ଏହି ରଥର ଆୟୁଧ ପଦ୍ମ ଓ କହ୍ଲାର। ଏହିସବୁ ଲକ୍ଷଣରୁ ଜଣାଯାଏ ରଥଗୁଡ଼ିକ କେବଳ କାଠ ନିର୍ମିତ ସାଧାରଣ ରଥ ନୁହଁନ୍ତି, ଠାକୁରମାନଙ୍କର ଆସନ ବିଗ୍ରହ। ଏହି ଆସନ ବିଗ୍ରହରେ ଆସୀନ ହୋଇ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ତେଣୁ ଶ୍ରୀଜଗନ୍ନାଥାଦି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ପ୍ରାପ୍ତି ହୋଇଥାଏ ସେହି ଫଳ ରଥମାନଙ୍କୁ ଦର୍ଶନ କଲେ ମଧ୍ୟ ପ୍ରାପ୍ତି ହୋଇଥାଏ ବୋଲି ଡ. ଦାଶ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri