ବ୍ୟବସାୟୀଙ୍କୁ ଅପହରଣ ମାମଲା: ୪ ଗିରଫ: ୩ କାର୍‌,୨ ବାଇକ୍‌, ବନ୍ଧୁକ ଜବତ

ଭୁୁବନେଶ୍ୱର,୨ା୮(ବ୍ୟୁରୋ): ଭୁୁବନେଶ୍ୱର,୨ା୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଲେନ୍‌ ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଗତ ୭ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ କାର୍‌ ସହ ଅପହରଣ କରି ନେଉଥିବାବେଳେ ଦୁର୍ଘଟଣା ଯୋଗୁ ସଫଳ ହୋଇପାରି ନ ଥିଲେ। ଏହି ଘଟଣାରେ ସ୍ପେଶାଲ ସ୍କ୍ବାଡ୍‌ ଓ ନୟାପଲ୍ଲୀ ଥାନା ପୋଲିସ ଆଠଗଡରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା ଗାଡ଼ି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ଚୋରା କାର୍‌ ସମେତ ଦୁଇଟି ବାଇକ ଓ ଦୁଇଟି ବନ୍ଧୁକ ଜବତ କରିଛି। ସେମାନେ ହେଲେ ନୟାଗଡ ଜିଲା ହରିପୁର ଗ୍ରାମର ପଦ୍ମଲୋଚନ ନାୟକ(୨୯), କଟକ ଜିଲା ତିଗିରିଆ ଅଞ୍ଚଳର କଳ୍ପତରୁ ଓଝା ଓରଫ ବାପି (୨୯), କଟକ ଆଠଗଡର ମୁନା ବାରିକ(୨୫) ଓ ଢେଙ୍କାନାଳ ଲକ୍ଷ୍ମୀବଜାରର ସନ୍ତୋଷ କୁମାର ସାହୁ(୩୭)। ପୋଲିସ ମାମଲା ନଂ.୨୬୭/୧୯), ଦଫା ୩୬୪, ୩୯୫, ୪୮୨, ଓ ୨୫, ୨୭ ଆର୍ମସ ଆକ୍ଟରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
କମିଶନର ମହାନ୍ତି କହିଥିଲେ, ବ୍ୟବସାୟୀ ଶିବସୁନ୍ଦରଙ୍କୁ ଅପହରଣ ସମୟରେ ଅଭିଯୁକ୍ତମାନେ ବ୍ୟବହୃତ କରିଥିବା ଇନୋଭାକୁ ସେମାନେ ଫୁଲବାଣୀରୁ ଲୁଟ୍‌ କରିଥିଲେ। ଡ୍ରାଇଭରଙ୍କୁ ମାଡ଼ମାରି ସେହି କାର୍‌ରେ ବସାଇ ନେଇଆସିଥିଲେ। ଅଧା ବାଟରେ ଡ୍ରାଇଭରକୁ ଗାଡିରୁ ଓହ୍ଲାଇ କାର୍‌ ଲୁଟି ନେଇଥିଲେ। ସେହିଭଳି ସେମାନେ ଧଉଳିରେ ରହୁଥିବା ବ୍ୟବସାୟୀ ତ୍ରିନାଥ ସାହୁଙ୍କ କାର୍‌କୁ ଟ୍ରାଭେଲ ଏଜେନି୍ସଠାରୁ ଭଡା କରି ଢେଙ୍କାନାଳ ଯାଇଥିଲେ। ଆଠଗଡ କନ୍ଦରପୁର ନିକଟରେ ଡ୍ରାଇଭରଙ୍କୁ ମାଡମାରି କାର ଲୁଟିଥିଲେ। କଟକ ମଧୁପାଟଣା ଅଞ୍ଚଳରୁ ଅନ୍ୟ ଏକ କାରକୁ ଲୁଟ କରି ନେଇଥିଲେ। ଏ ନେଇ ଅଭିଯୋଗ ସଂଖ୍ୟା ବଢିବା ପରେ ଡିସିପି ସ୍ପେଶାଲ ସ୍କ୍ବାଡ୍‌କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ତ୍ରିନାଥ ସାହୁଙ୍କୁ ଯେଉଁ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଲୁଟେରାମାନେ ଫୋନ୍‌ କରିଥିଲେ ସେହି ନମ୍ବର ଆଧାରରେ ସ୍ପେଶାଲ ସ୍କ୍ବାଡ୍‌ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଏହି ର଼୍ୟାକେଟରେ ସମ୍ପୃକ୍ତ ଥିବା ଅନ୍ୟ କେତେଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଚଢାଉ ଚାଲିଛି। ଏହି ଗ୍ୟାଙ୍ଗ ବିଶେଷ କରି କାରରେ ଡ୍ରାଇଭର ବସିଥିବା ଗାଡିକୁ ଟାର୍ଗେଟ କରନ୍ତି। କାରଣ ପାର୍କିଂ ହୋଇଥିବା କାରରେ ଏମାନେ ହାତ ଲଗାନ୍ତି ନାହିଁ। ଏହି ସବୁ କାରରେ ସେନସର ଏବଂ ଇଲୋଟ୍ରୋନିକ୍ସ ଲକ୍‌ ରହିଥିବାରୁ ଖୋଲିବା କଷ୍ଟକର ହୋଇଥାଏ ବୋଲି ସିପି କହିଛନ୍ତି। ଅଧିକ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri