ବିବାଦରେ ଶ୍ରୀମନ୍ଦିର ଫୁଲ ସଜ୍ଜା: ଜୟ ବିଜୟ ମୂର୍ତ୍ତି ଉପରେ ଚଢ଼ିଲେ କାରିଗର

ପୁରୀ ଅଫିସ,୩ା୭: ପ୍ରଥମ ଥର ପାଇଁ ଦିଲ୍ଲୀର ଜଣେ ଭକ୍ତ କେ.କେ. ଶର୍ମା ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବ ରଖି ଆଗେଇ ଆସିଛନ୍ତି। ତିନିରଥ, ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରକୁ ପର୍ଯ୍ୟାପ୍ତ ପରିମାଣ ଫୁଲରେ ସଜାଇବେ ବୋଲି ଆଗ୍ରହ ରଖିଥିଲେ। ଶ୍ରୀମନ୍ଦିର ପ୍ରଶାସନଠାରୁ ଅନୁମତି ପାଇବା ପରେ ମଙ୍ଗଳବାରଠାରୁ ସେ ଫୁଲ ସଜ୍ଜା କାମ ଆରମ୍ଭ କରିଛନ୍ତି। ପ୍ରାୟ ୨୦୦ କାରିଗର ଏଥିରେ ନିୟୋଜିତ ହୋଇଛନ୍ତି। ହେଲେ ଆରମ୍ଭରୁ ବିବାଦରେ ଫସିଛି ଶ୍ରୀମନ୍ଦିର ଫୁଲ ସଜା। ଫୁଲ ସଜାଇବାକୁ ଆସିଥିବା ଏହି ବଙ୍ଗୀୟ କାରିଗର ସିଂହଦ୍ୱାର ପ୍ରବେଶ ପଥରେ ଥିବା ଜୟ ବିଜୟ ମୂର୍ତ୍ତି ଉପରେ ଚଢିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜଗନ୍ନାଥପ୍ରେମୀ ଏବଂ ବୁଦ୍ଧିଜୀବୀ। ଜଗନ୍ନାଥପ୍ରେମୀ ପ୍ରତାପ ଶତପଥୀ କହିଛନ୍ତି ଯେ, ଦିଲ୍ଲୀରୁ ଜଣେ ଭକ୍ତ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରକୁ ଫୁଲରେ ସଜେଇବାକୁ ଆସିବା ସ୍ବାଗତଯୋଗ୍ୟ। କିନ୍ତୁ ସମ୍ପୃକ୍ତ କାରିଗରମାନଙ୍କୁ ଶ୍ରୀମନ୍ଦିର ବିଷୟରେ ଅବଗତ କରାଯିବା ଦରକାର ଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଯଦି ଏଭଳି କିଛି ଘଟିଛି ତେବେ ତାଙ୍କୁ ଅବଗତ କରାଯିବ। ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିଲାଗି ପଦକ୍ଷେପ ନିଆଯିବ। ସେ କେବଳ ଶ୍ରୀମନ୍ଦିର ନୁହଁ, ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ସୁସଜ୍ଜିତ କରିବେ। ସେ ନିଜ ଅର୍ଥରେ ଏ ସବୁ କରୁଛନ୍ତି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri