Posted inଜାତୀୟ

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ ଲୋକ ସଭା ନେତା ରାଜନାଥ ସିଂ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଅର୍ଜୁନ ରାମ ମେଘୱାଲ, ବି ମୁରଲିଧରନ ଓ ରାଜ୍ୟ ସଭାରେ ସଦନର ନେତା ପିୟୁଷ ଗୋୟଲ ବି ଉପସ୍ଥିତ ଥିଲେ । ବୈଠକରେ ଅନ୍ୟ ନେତାଙ୍କ ସହ କଂଗ୍ରେସରୁଅଧିର ରଞ୍ଜନ ଚୌଧୁରି ଓ ମଲ୍ଲିକାର୍ଜୁନ ଖଡଗେ, ତ୍ରୁଣମୂଳ କଂଗ୍ରେସରୁ ଡେରେକ ଓ ବ୍ରାୟସ ଓ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍ କେରୁ ତିରୁଚି ଶିବା ଓ ଟଇଆର ବାଲୁ, ୱାଇଏସ୍ ଆର୍ କଂଗ୍ରେସରୁ ମିଥୁନ ରେଡ୍ଡି ଓ ବିଜୟ ସାଇ ରେଡ୍ଡି, ବସପାରୁ ରିତେଶ ପାଣ୍ଡେଓ ସତୀସ ମିଶ୍ର ସାମିଲ ୋଇଥିଲେ । ସମାଜବାଦୀ ପାର୍ଟିରୁ ରାମଗୋପାଳ ୟାଦବ, ଅପନା ଦଳରୁ ଅନୁପ୍ରିୟା ପଟେଲ,ଅକାଳିଦଳରୁ ହରସିମରତ କୌର ବାଦଲ, ଶିବସେନାରୁ ସଞ୍ଜୟ ରାଉତ, ପିନାକି ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ବୈଠକରେ ବିରୋଧି କୃଷି ଆଇନ, ମୂଲ୍ୟ ବୃଦ୍ଧି ବୃଦ୍ଧି(ବିଶେଷ ଭାବେ ପେଟ୍ରୋଲ ଡିଜେଲ)ଭଳି ମହତ୍ୱପୁର୍ଣ୍ଣ କଥା ଉଠାଇଥିଲେ । ସରକାର ସୂଚନା ଦେଇଥିଲେ କି ସେମାନେ ୫ ଅଧ୍ୟାଦେଶ ସହି କେତେ ଗୁଡଏ ବିଧେୟକକୁ ସୂଚି ବନ୍ଧ କରିଛନ୍ତି ।ଯାହାର ମୋଟ ସଂଖ୍ୟା ୨୯ । କିନ୍ତୁ ଏହା ବିପକ୍ଷଙ୍କୁ ପସନ୍ଦ ଆସି ନ ଥିଲା । ସେମାନେ କହିଥିଲେ ଏହା ଆଲୋଚନା କରାଗଲେ ହୁଏତ ମୁଖ୍ୟ ପ୍ରସଙ୍ଗ ଆଲୋଚନା କରିବାକୁ ସମୟ ହେବ ନାହିଁ । ହେଲେ ମୋଦି କଥା ଦେଇଥିଲେ କି ସବୁ ବିଷୟ ଉପରେ ବିଚାର କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri