ଅଧାରେ ଅଟକିଛି ବ୍ରିଜ୍‌ମ୍ୟାନ୍‌ଙ୍କ ସ୍ୱପ୍ନ

କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍‌ସନ୍‌ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦ ଫୁଟ ଓସାରର ପୋଲ ନିର୍ମାଣ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କାମ ପାଇଁ ସମସ୍ତେ ତାଙ୍କୁ ପୋଲ ମଣିଷ (ବ୍ରିଜ ମ୍ୟାନ) ଭାବରେ ଜାଣନ୍ତି। ଏଥିରେ ସେ ପାଖାପାଖି ୧୮ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ପ୍ରଶାସନର ଅସହଯୋଗ ତାଙ୍କୁ ବ୍ୟଥିତ କରିଛି। ପୋଲ କାମ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ୍‌ ନିର୍ମାଣ ହେଉ ନ ଥିବାରୁ ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି।

ପୋଲ ନିର୍ମାଣ କାର୍ଯ୍ୟ ବହୁ ଆଗରୁ ଆରମ୍ଭ ହୋଇ ଅଧାପନ୍ତରିଆ ହୋଇ ପଡ଼ଥିଲା। ପରବର୍ତ୍ତୀ ସମୟରେ ୨୦୧୮ ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୧୯ ଅଗଷ୍ଟ ମାସରେ ସରିଥିଲେ ହେଁ ଏହାର ଆପ୍ରୋଚ ରୋଡ୍‌ ଅଦ୍ୟାବଧି ସରି ନାହିଁ। ଅର୍ଥ ସରିଲା ଚିନ୍ତା ନାହିଁ , କିନ୍ତୁ ଲୋକଙ୍କ ସହଯୋଗ ଓ ସହାୟତା ମିଳୁ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଗଙ୍ଗାଧର। ଏଥିପାଇଁ ସେ ସମ୍ମାନ, ପୁରସ୍କାର ପାଇଥିଲା ବେଳେ ବହୁ ପ୍ରତିଶ୍ରୁତି ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ସୁଦ୍ଧା ତାଙ୍କର ସ୍ବପ୍ନର ପୋଲ ପୂର୍ଣ୍ଣ ବ୍ୟବହାର ଯୋଗ୍ୟ ହୋଇ ପାରୁ ନ ଥିବା କିମ୍ବା ସରକାରୀସ୍ତରରେ ସହଯୋଗ ମିଳୁ ନ ଥିବାରୁ ସେ ଚିନ୍ତା ବ୍ୟକ୍ତ କରୁଛନ୍ତି।
ପୋଲ ନିର୍ମାଣ ଆରମ୍ଭରୁ ଅଦ୍ୟାବଧି ସେ ବହୁ ବାଧାବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା କୁହନ୍ତି। ନିଜର ଅବସରକାଳୀନ ମିଳିଥିବା ମାସିକ ପେନସନ ଅର୍ଥ, ପୁଅ ଓ ସ୍ତ୍ରୀ ଏପରିକି ନାତୁଣୀଙ୍କ ୧୦ ହଜାର ଟଙ୍କା ସହାୟତା ଅର୍ଥରେ ସେ ଏହି ପୋଲ ନିର୍ମାଣ କରିପାରଥିବା କୁହନ୍ତି। ପୋଲ ନିର୍ମାଣରେ ବିଧାୟକ ଭାଗିରଥୀ ସେଠୀ, ସ୍ଥାନୀୟ କଲେଜର ଅଧ୍ୟକ୍ଷ ନବ କିଶୋର ବେହେରା, ଟ୍ରକ ମାଲିକ ସଂଘ ତଥା ଗ୍ରାମବାସୀଙ୍କ ସହଯୋଗକୁ ସେ ଭୁଲି ନାହାନ୍ତି। କିନ୍ତୁ ବର୍ଷ ହେଲା ପୋଲ ନିର୍ମାଣ ଶେଷ ହୋଇଥିଲେ ହେଁ ଆପ୍ରୋଚ ରୋଡ୍‌ ନିର୍ମାଣ ସରିନାହିଁ। ନୂଆଦିଲ୍ଲୀଠାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପାଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ପୋଲର ଗୋଟିଏ ପାର୍ଶ୍ୱ ଆପ୍ରୋଚ ରୋଡ୍‌ ନିର୍ମାଣରେ ସେ ଖର୍ଚ୍ଚ କରିଦେଇଛନ୍ତି। ତେବେ ଅନ୍ୟ ପଟର ଆପ୍ରୋଚ ରୋଡ୍‌ ସରି ନ ଥିବାରୁ ସଂଗ୍ରାମ ଜାରି ରଖିଥିବା କହିଛନ୍ତି।

ଆଗରୁ ବହୁ କଷ୍ଟରେ ନଦୀ ପାର ହୋଇଯାଉ। ନଈରେ ପାଣି ଆସିଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସରକାରଙ୍କ ବିଜୁ ସେତୁ ଯୋଜନା ରହିଥିଲେ ହେଁ ଗ୍ରାମବାସୀ ପୋଲ ପାଇଁ ବହୁ ଅସୁବିଧା ଭୋଗିଆସୁଥିଲେ। ଏଥିପାଇଁ ଏକ ପୋଲର ଆବଶ୍ୟକତା ଥିବାରୁ ଲୋକେ ବାରମ୍ବାର ଦାବି କରିବା ସତ୍ତ୍ୱେ ସରକାରୀ ସ୍ତରରେ ନିର୍ମାଣ ହୋଇ ପାରିଲା ନାହିଁ ା ସେ ଚାକିରି ସମୟରେ ଏହି ପୋଲ ନିର୍ମାଣ କରିବାକୁ ପଣ କରିଥିଲେ। ଧୀରେ ଧୀରେ ସ୍ଥାନୀୟ ଜଣେ ଠିକାଦାରଙ୍କ ସହିତ କଥାବାର୍ତ୍ତା ହୋଇ ଆଖପାଖ ନିର୍ମାଣ ହୋଇଥିବା ପୋଲ ବୁଲି ଦେଖିବା ପରେ ଏହି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆର୍ଥିକ ସଙ୍କଟ ଦେଖାଦେଇଥିଲେ ହେଁ ଧୀରେ ଧୀରେ କାମ ଆରମ୍ଭ ହୋଇଥିଲା। ୨୦୧୬ ଅକ୍ଟୋବରରେ ଚାକିରିରୁ ଅବସର ନେବା ପରେ ପୁଣି ପୋଲ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଆଠଟି ପିଲାର ନିର୍ମାଣ କରି ପୋଲ ନିର୍ମାଣ ପରିକଳ୍ପନା କରି ଆରମ୍ଭ କରାଯାଇଥିଲା ବୋଲି ସେ କୁହନ୍ତି ।

ପ୍ରଶାସନ ଠାରୁ ବହୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଅଦ୍ୟାବଧି ଆପ୍ରୋଚ ରୋଡ୍‌ ନିର୍ମାଣ ହୋଇ ନ ଥିବାରୁ ଯାତାୟାତରେ ବହୁ ଅସୁବିଧା ସୃଷ୍ଟି ହେଉଛି ବୋଲି ସେ କୁହନ୍ତି। ଏହି ପୋଲ ଦ୍ୱାରା କାନପୁର ଠାରୁ ଦନେଇପୁରକୁ ଯାତାୟତ ସୁବିଧା ସହ ଅନେକ ଗ୍ରାମର ଲୋକଙ୍କ ପାଇଁ ସବୁଦିନିଆ ବାଟ ଫିଟିବ ବୋଲି କହିଛନ୍ତି। ଏସମ୍ପର୍କରେ ଆନନ୍ଦପୁର ଉପଜିଲାପାଳ ସରୋଜ କୁମାର ଦତ୍ତଙ୍କୁ ପଚାରିବାରୁ ସେ ବିଷୟରେ କିଛି ଜାଣିନାହାନ୍ତି ଓ ବିଡିଓ ଏସମ୍ପର୍କରେ କହିପାରିବେ ବୋଲି କହିଛନ୍ତି। ହାଟଡିହୀ ବିଡିଓ ବିନୀତା ବିଜୟିନୀ କହିଛନ୍ତି, ସେ ଏ ବିଷୟରେ ଅବଗତ ନାହାନ୍ତି । କନିଷ୍ଠ ଯନ୍ତ୍ରୀ ବୁଝିକି ପଦକ୍ଷେପ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri