ଷ୍ଟେଶନରେ ଯାତ୍ରୀଙ୍କ ସହ ଟ୍ରେନ୍‌କୁ ଅପେକ୍ଷା କଲେ ରେଳ ମନ୍ତ୍ରୀ

ବଲାଙ୍ଗୀର ଅଫିସ୍‌,୨୩।୮: ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ରବିବାର ଓଡିଶାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ ସିମେଣ୍ଟ ବେଞ୍ଚରେ ବସି ଟ୍ରେନକୁ ଅପେକ୍ଷା କରିଥିଲେ। ଯଦିଓ ରେଳ ଅଧିକାରୀମାନେ ରେଳ ମନ୍ତ୍ରୀଙ୍କ ପାଇଁ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷ ପ୍ରସ୍ତୁତ କରିଥିଲେ, କିନ୍ତୁ ରେଳ ମନ୍ତ୍ରୀ ଷ୍ଟେଶନରେ ପହଞ୍ଚିବା ପରେ ପ୍ରଥମ ଶ୍ରେଣୀ ବିଶ୍ରାମ କକ୍ଷରେ ଅପେକ୍ଷା କରିବା ପରିବର୍ତ୍ତେ ସେ ସିମେଣ୍ଟରେ ତିଆରି ପ୍ଲାଟଫର୍ମ ବେଞ୍ଚ୍‌ରେ ବସି ଟ୍ରେନକୁ ଅପେକ୍ଷା କରିବାକୁ ପସନ୍ଦ କରିଥିଲେ। ସେ କହିଛନ୍ତି ଯେ, ଯେଉଁଠାରେ ଦେଶର ସାଧାରଣ ନାଗରିକ ଟ୍ରେନକୁ ଅପେକ୍ଷା କରନ୍ତି, ମୁଁ ମଧ୍ୟ ତାହା କରିବି। ଏହି ସମୟରେ ସେ ରେଳ ଅଧିକାରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ।
ସୂଚନାଯୋଗ୍ୟ,ରେଳ ମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ ଏବେ ଓଡିଶା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଷ୍ଟେଶନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ରବିବାର ରେଳ ମନ୍ତ୍ରୀ ଓଡିଶାର ବଲାଙ୍ଗୀର ରେଳ ଷ୍ଟେଶନରେ ପହଞ୍ଚି ପୁରୀ ଏକ୍ସପ୍ରେସ ଦ୍ୱାରା ଭୁବନେଶ୍ୱରକୁ ଫେରିବାର କାର୍ଯ୍ୟକ୍ରମ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri