Posted inଜାତୀୟ

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୯।୯: କ୍ରିକେଟରରୁ ରାଜନେତା ସାଜିଥିବା ନବଜୋତ୍‌ ସିଂ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପଞ୍ଜାବ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ସିଦ୍ଧୁଙ୍କ ଇସ୍ତଫା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂ ଦିଲ୍ଲୀରେ ପହଞ୍ଚତ୍ବା ପରେ ସେ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ କ୍ୟାବିନେଟ ସଦସ୍ୟମାନଙ୍କୁ ବିଭାଗ ବଣ୍ଟନର କିଛି ସମୟ ପରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (ପିପିସିସି) ସଭାପତି ପଦରୁ ନଭଜୋତ୍‌ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଦେଇଛନ୍ତି, ଯାହାକି ଗ୍ରହଣ ହୋଇଛି। ଏହି ଘଟଣାକ୍ରମ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ନୂଆ ସଙ୍କଟ ଦେଖାଦେଇଛି।
କ୍ରିକେଟରରୁ ରାଜନେତା ସାଜିଥିବା ନଭଜୋତ୍‌ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦ କାହିଁକି ଛାଡ଼ିଲେ ସେନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରିନାହାନ୍ତି। ନିଜ ଇସ୍ତଫାପତ୍ରରେ ସିଦ୍ଧୁ ଲେଖିଛନ୍ତି, ମଣିଷ ସାଲିସ କରିବାରେ ଲାଗିଲେ ଚାରିତ୍ରିକ ସ୍ଖଳନ ଆରମ୍ଭ ହୋଇଥାଏ। ପଞ୍ଜାବର ଭବିଷ୍ୟତ, କାର୍ଯ୍ୟସୂଚୀ
ଓ ମଙ୍ଗଳକୁ ନେଇ ସେ ସାଲିସ କରିପାରିବେ ନାହିଁ।
ସେ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଉଛନ୍ତି, କିନ୍ତୁ କଂଗ୍ରେସରେ ରହିବେ ବୋଲି ସିଦ୍ଧୁ ଟୁଇଟ୍‌ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାଓ୍ବାଙ୍କୁ ଗୃହ ବିଭାଗ ମିଳିଥିବାରୁ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ଏହି ବିଭାଗ ପାରମ୍ପରିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଥାଏ ବୋଲି ସିଦ୍ଧୁ ଯୁକ୍ତି କରିଛନ୍ତି। ଏହା ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀ ପଦ ଲାଗି ରନ୍ଧାଓ୍ବାଙ୍କ ନାମ ପ୍ରସ୍ତାବ ଦିଆଯାଇଥିବାବେଳେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ବତ୍‌ଙ୍କ ସହ ବୈଠକ କରୁଥିବା ହୋଟେଲରୁ ସିଦ୍ଧୁ ଚାଲିଯାଇଥିଲେ। ସେ ପିପିସିସି ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଅଗ୍ରସର ହୋଇଥିଲେ। ଫଳରେ କଂଗ୍ରେସକୁ ସାଲିସ କରିବାକୁ ପଡ଼ିଥିଲା। ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଦଳ ସ୍ପଷ୍ଟ କରିବା ପରେ ସିଦ୍ଧୁ ବାଟରୁ ଫେରିଥିଲେ। ସେହିପରି ଚନ୍ନିଙ୍କ କ୍ୟାବିନେଟ୍‌ରେ ରାଣା ଗୁର୍‌ଜିତ୍‌ ସିଙ୍କୁ ସାମିଲ କରାଯିବା ନେଇ ମଧ୍ୟ ସିଦ୍ଧୁ ଅସନ୍ତୁଷ୍ଟ ଥିଲେ। ରବିବାର ନୂଆ କ୍ୟାବିନେଟ ସଦସ୍ୟମାନେ ଶପଥ ନେଉଥିବାବେଳେ ସିଦ୍ଧୁ କାହାକୁ କିଛି ନ କହି ସେଠାରୁ ଚାଲିଯାଇଥିଲେ। ସେବେଠୁ ସେ ନିଜ ପଟିଆଲା ବାସଭବନରେ ଥିଲେ। ସିଦ୍ଧୁଙ୍କୁ ବୁଝାଇବା ପାଇଁ କଂଗ୍ରେସ ତାଙ୍କ ସହଯୋଗୀ ପର୍ଗତ ସିଂଙ୍କୁ ପଠାଇଥିଲା। ସୋମବାର ଦିନସାରା ତାଙ୍କୁ ବୁଝାଶୁଝା ଚାଲିଥିବାବେଳେ ମଙ୍ଗଳବାର ବିଭାଗ ବଣ୍ଟନ କରାଯିବା ପରେ ସେ ଇସ୍ତଫା ଦେଇଛନ୍ତି। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି, ସିଦ୍ଧୁ ଏପରି କରିବେ ବୋଲି ତୁମକୁ ପୂର୍ବରୁ କହିଥିଲି। ସିଦ୍ଧୁ ଜଣେ ସ୍ଥିର ମଣିଷ ନୁହନ୍ତି। ସେ ସୀମାନ୍ତ ରାଜ୍ୟ ପଞ୍ଜାବର ନେତୃତ୍ୱ ପାଇଁ ଉପଯୁକ୍ତ ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri