ପାର୍ବଣର ଆକର୍ଷଣ ବାଡ଼ି ଖେଳ

ବାଲେଶ୍ୱର ଅଫିସ, ୧୪।୧୦: ଓଡ଼ିଶାର ବୀରତ୍ୱର ଗାଥା ପାଇକଙ୍କ ଯୁଦ୍ଧକଳାରୁ ପ୍ରତିପାଦିତ ହୋଇଛି। ପାଇକ ଆଖଡ଼ା ଏହି ଯୁଦ୍ଧକଳାର ଏକ ଅଙ୍ଗ। ଦୁର୍ଗାପୂଜାରେ ଆଖଡ଼ା ଖେଳ (ବାଡ଼ି ଖେଳ) ପ୍ରଦର୍ଶନ ଭଳି ଅନନ୍ୟ ପରମ୍ପରା କେବଳ ବାଲେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ କେଉଁ ସ୍ଥାନରେ ଦେଖିବାକୁ ମିଳି ନ ଥାଏ। ବୀର ଯୋଦ୍ଧାମାନେ ନିଜର ଇଷ୍ଟ ବା ଗୁରୁ ମହାବୀର ହନୁମାନଙ୍କୁ ଆରାଧନା କରିବା ସହିତ ସହର ମଧ୍ୟରେ ଆଖଡ଼ା ଖେଳ ପ୍ରଦର୍ଶନ କରିବା ପ୍ରାୟ ଶହେ ବର୍ଷ ତଳୁ ଆରମ୍ଭ ହୋଇଥିବା ଏକ ପୁରାତନ ପରମ୍ପରା।
ଗଣେଶ ପୂଜାଠାରୁ ଆରମ୍ଭ ହୋଇଥାଏ ଆଖଡ଼ା ଖେଳ ଅଭ୍ୟାସ। ଆଖଡ଼ା ଶାଳରେ ଘଟ ବସାଇ ହନୁମାନଙ୍କୁ ପୂଜାର୍ଚ୍ଚନା ସହ ଦୈନିକ ବିଭିନ୍ନ ଖେଳର ଅଭ୍ୟାସ ଜାରି ରହେ ମାସାଧିକ କାଳ। ଦୁର୍ଗୋତ୍ସବର ମହାଷ୍ଟମୀ ଦିନ ସହରର ମାକଲପୁରସ୍ଥ ମହବୀର ମନ୍ଦିରରେ ବିଭିନ୍ନ ଅଞ୍ଚଳରୁ ଆଖଡ଼ା ଦଳ ପହଞ୍ଚତ୍ ମହାବୀର ହନୁମାନଙ୍କ ନିକଟରେ ଶସ୍ତ୍ର ପୂଜା ସହ ପ୍ରଣାମୀ ପ୍ରଦାନ କରିଥାନ୍ତି ା
ଏନେଇ ବହୁ ପୁରାତନ କାଳରୁ ମହାଷ୍ଟମୀକୁ ଜିଲାବାସୀ ବୀରାଷ୍ଟମୀ ମଧ୍ୟ କହିଥା’ନ୍ତି। ଦଶହରାରେ ମା’ ମେଲାଣି ନେବା ପୂର୍ବରୁ ପ୍ରତିଯୋଗିତା ଭିତ୍ତିରେ ଆଖଡ଼ା ଖେଳ ପ୍ରଦର୍ଶନ ହୋଇଥାଏ ା ମାତ୍ର ପ୍ରୋତ୍ସାହନ ଅଭାବରୁ ଆଖଡ଼ା ଖେଳର ଲୋକପ୍ରିୟତା କମି ଆସୁଥିବା ବେଳେ ଏହି ପରମ୍ପରା ଧୀରେ ଧୀରେ ଶେଷ ହେବାକୁ ବସିଛି। ବିଗତ ୨ ବର୍ଷ ଧରି କରୋନା କଟକଣା ଆଳ ଦେଖାଇ ଜିଲା ପ୍ରଶାସନ ଦୂର୍ଗାପୂଜାରେ ଏହି ଖେଳ ପ୍ରଦର୍ଶନ ଉପରେ କଟକଣା ଲଗାଇବା ଯୋଗୁ ବୁଦ୍ଧିଜୀବୀ ତଥା ଆଖଡ଼ା ଖେଳ ପ୍ରତି ରୁଚି ରଖୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ବାଲେଶ୍ୱରର ଇତିହାସ ଅନୁସାରେ ଡ. ମହତାବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବୀର ଆଖଡ଼ା ସଂଘ ପ୍ରତିଷ୍ଠା ହୋଇଥିଲା। ବାଲେଶ୍ୱର ମୁନିସିପାଲଟିର ପ୍ରଥମ ଅଧ୍ୟକ୍ଷ ଜ୍ଞାନରଞ୍ଜନ ପଟ୍ଟନାୟକ ସଭାପତି ଓ ଅଚ୍ୟୁତାନନ୍ଦ ଦାସ ସମ୍ପାଦକଙ୍କ ଦାୟିତ୍ୱ ତୁଲାଇଥିଲେ। ମାକଲପୁର ଅଞ୍ଚଳର ପ୍ରଥମ ସ୍ଥାନୀୟ ପ୍ରଶିକ୍ଷକ ମୂଷା ସେଠୀ ଯୁବକମାନଙ୍କୁ ବନା, ବାନାଟି, ଫରି, ବାଡ଼ିଖେଳ, କୁସ୍ତି, କସରତ୍‌, ତଲୱାର ଓ ଢାଲ ଆଦି ଖେଳ ଶିଖାଉଥିଲେ। ପରବର୍ତ୍ତୀ ସମୟରେ ସେହି ଯୁବକମାନେ ଜଣେ ପ୍ରଶିକ୍ଷକ ଭାବେ ଜିଲାର ବିଭିନ୍ନ ଅଞ୍ଚଳରେ ରହି ଅନ୍ୟ ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ମହାବୀର ଆଖଡ଼ା ସଂଘ କ୍ରମଶଃ ନିଜର ପରିସର ବୃଦ୍ଧି କରିବା ସହିତ ସ୍ବତନ୍ତ୍ର ସେନାନୀର ଶାଖା ସଂଖ୍ୟା ମଧ୍ୟ ବୃଦ୍ଧି କରିପାରିଥିଲା। ବର୍ଷତମାମ ଅଭ୍ୟାସ ପରେ ପ୍ରତ୍ୟେକ ବର୍ଷ ଦୁର୍ଗାପୂଜାରେ ସ୍ଥାନୀୟ ଖଲିପା (ବାଡ଼ି ଖେଳର ମୁଖ୍ୟ)ଙ୍କ ନେତୃତ୍ୱରେ ଆଞ୍ଚଳିକ ଦଳଗୁଡ଼ିକ ମହାବୀର ଆଖଡ଼ା ସଂଘ ଆନୁକୂଲ୍ୟରେ ସହରକୁ ଖେଳ ପ୍ରଦର୍ଶନ ପାଇଁ ଆସୁଥିଲେ। ଏହାଦ୍ୱାରା ଜିଲାର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ବିପଦ ସମୟରେ ଗୋଟିଏ ଦଳ ଅନ୍ୟଦଳକୁ ସାହାଯ୍ୟ କରିବା ଭଳି ଏହି ଭାତୃତ୍ୱଭାବର ପରମ୍ପରା ଏଯାବତ ଚଳିଆସିଛି।
ପୂର୍ବରୁ ଜମିଦାର ଓ ଧନୀକ ବ୍ୟକ୍ତିମାନେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଆଖଡ଼ା ଦଳ ଗଠନ କରିଥିଲେ। ଆଖଡ଼ା ସଂଘର ପରିଚାଳନା ପାଇଁ ସେମାନେ ଆର୍ଥିକ ସହାୟତା ଦେଉଥିଲେ। ଫଳରେ ଶତାଧିକ ଆଞ୍ଚଳିକ ଆଖଡ଼ା ଦଳ ସୃଷ୍ଟି ହୋଇପାରିଥିଲା। ମାତ୍ର ସମ୍ପ୍ରତି ପ୍ରୋତ୍ସାହନ ଅଭାବରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଆଖଡ଼ା ଖେଳ ପ୍ରତି କ୍ରମଶଃ ଆଗ୍ରହ କମୁଥିବା ଲକ୍ଷ୍ୟ କରାଯାଉଛି ା ଜିଲାରେ ଶହେରୁ ଊର୍ଦ୍ଧ୍ୱ ଆଖଡା ଦଳରୁ ଏବେ ଏହି ସଂଖ୍ୟା ହ୍ରାସ ପାଇଁ ୧୫ରେ ପହଞ୍ଚତ୍ଥିବା ମହାବୀର ଆଖଡ଼ା ସଂଘ ପକ୍ଷରୁ କୁହାଯାଇଛି। ଏହି ଖେଳ ପ୍ରତି ପ୍ରୋତ୍ସାହନ ମିଳୁ ନ ଥିବା ବେଳେ ସେଭଳି ବଦାନ୍ୟ ବ୍ୟକ୍ତିଙ୍କର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଉତ୍କଳୀୟ ପରମ୍ପରା ଭାବେ ରାଜ୍ୟ ସଂସ୍କୃତି ବିଭାଗ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ତନିସ୍କ ପକ୍ଷରୁ ବାରିପଦାରେ ଭବ୍ୟ ଷ୍ଟୋରର ଶୁଭାରମ୍ଭ

ବାରିପଦା,୬ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ଟାଟାର ଅଂଶ ତଥା ଭାରତର ସର୍ବବୃହତ୍‌ ଗହଣା ଖୁଚୁରା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଓ ୧୭ତମ ମୟୂରଭଞ୍ଜ ଜିଲା ବାରିପଦାରେ ଏହାର...

ମଦ ବୋଝେଇ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ଲୋକେ

ସିମୁଳିଆ,୫।୯(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୨କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ଭଗିଆ ଗାଁ ନିକଟରେ ଗୁରୁବାର ରାତିରେ ଏକ ମଦ ବୋଝେଇ...

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର...

୩ ମାସ ତଳେ କରିଥିଲେ ବିବାହ, ଘରୁ ମିଳିଲା ଝୁଲନ୍ତା ମୃତଦେହ: ନବବଧୂଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ

ଖଇରା,୩।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଅଧୀନ ତେନ୍ତଳାଗଡିଆ ଗ୍ରାମରେ ମାତ୍ର ୩ ମାସ ତଳେ ବିବାହ କରିଥିବା ଜଣେ ନବବଧୂଙ୍କ...

ମା’ ପାଇଁ ଗଛଟିଏ ଲଗାଇଲେ ବିଧାୟକ

ରସାଳପୁର, ୩।୯(ଶରତ ସାମଲ): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ ଖାନନଗର ପଞ୍ଚାୟତ ବାଙ୍ଗରା ଗ୍ରାମସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ କଲେଜ ପକ୍ଷରୁ...

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ, ପୋଲିସ କମିଶନର କହିଲେ ଯଦି ବାଜେ…

କଟକ,୧ା୯: ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବନି। ଏହାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି ପୋଲିସ କମିଶନର। କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ...

ବାପଘରୁ ଶାଶୁଘର ଫେରିବା ବେଳେ ମହିଳାଙ୍କୁ ଗଣବଳାତ୍କାର

ବାଲେଶ୍ୱର,୩୦।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରୁ ଏକ ଲଜ୍ଜାକର ଘଟଣା ସାମ୍‌ନାକୁ ଆସିଛି। ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ବାଲିଆପାଳ ଥାନାରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri