ଅଡୁଆରେ ପ୍ରଦୀପ: ଫ୍ରିଜ୍‌ ହେବ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ

କଟକ ଅଫିସ,୧୮।୧୦: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଭିଜିଲାନ୍ସ ଟିମ୍‌ ପ୍ରଦୀପଙ୍କ ଘରୁ ୧୪୪୦ ଗ୍ରାମର ସୁନା ଓ ୨୪.୨୫ ଲକ୍ଷ ଟଙ୍କାର ଏକ ହାର ଜବତ କରିଛି। ଏଥିସହ ପ୍ରଦୀପଙ୍କ ଘରୁ ବହୁ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ର ଜବତ କରାଯାଇଛି। ସେହିପରି ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ଲାଗି ଭିଜିଲାନ୍ସ ପଦକ୍ଷେପ ନେଉଛି। ସର୍ଚ୍ଚ ବେଳେ ଜବତ ହୋଇଥିବା କାଗଜପତ୍ରକୁ ଭିଜିଲାନ୍ସର ବିତ୍ତ ବିଭାଗ ଅଧିକାରୀ, ଚାର୍ଟାଜ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କ କନ୍‌ସଲଣ୍ଟାଣ୍ଟ ଯାଞ୍ଚ କରୁଛନ୍ତି। ଅନ୍ୟପଟେ, ଭିଜିଲାନ୍ସର ସାଇବର ସେଲ୍‌ ଜବତ ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ପରୀକ୍ଷା ନୀରିକ୍ଷା କରିବ। ପରବର୍ତ୍ତୀ ସମୟରେ ସମସ୍ତ ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ହେବେ। ଏହାର ତଦନ୍ତ ଚାଲୁ ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରବିବାର କଟକ ଭିଜିଲାନ୍ସ ସେଲ ମାମଲା(ନଂ. ୬/୨୧) ଭିତ୍ତିରେ ପ୍ରଦୀପଙ୍କ ବାସଭବନ ସହ ସମ୍ପର୍କୀୟଙ୍କ ୧୫ଟି ସ୍ଥାନରେ ଚଢାଉ କରିଥିଲା। ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ଜମି କିଣାବିକାର କାଗଜପତ୍ର, ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କର ଜମାଖାତା, ଡେବିଟ ଓ କ୍ରେଡିଟ କାର୍ଡ, ଲାପଟପ, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି। ଏଥିସହ ଚଢାଉ ବେଳେ ପ୍ରଦୀପଙ୍କ ସମ୍ପର୍କୀୟ ଘରୁ ୨୦ ଲକ୍ଷ ଟଙ୍କା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri