ଟଙ୍କା ପାଇଁ ଭାରୋତ୍ତୋଳକ ସାଜିଲେ ଦିନମଜୁରିଆ

ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ ହଜିଯାଉଛି। ପ୍ରତିଭା ଥିବା ସତ୍ତ୍ୱେ ଅଭାବ ତାଙ୍କ ବାଟ ଓଗାଳିଛି। ସେ ପାଲଟି ଯାଇଛନ୍ତି ଦିନମଜୁରିଆ। ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ।
ଜିଲାର ଚିତ୍ରକୋଣ୍ଡା ବ୍ଲକ ଅଧୀନ ଦୋରାଗୁଡ଼ା ଗ୍ରାମର ପ୍ରତିଭାଶାଳୀ ଯୁବକ ହେଉଛନ୍ତି ଭକ୍ତରାମ ଦେସ୍ତି । ଭକ୍ତରାମ ଭାରୋତ୍ତୋଳନରେ ରାଜ୍ୟଠୁ ଆରମ୍ଭ କରି ଦେଶ ବିଦେଶରେ ଜିତିଛନ୍ତି ସ୍ବର୍ଣ୍ଣପଦକ। ୨୦୧୬ରେ ଆନ୍ଧ୍ରରେ ହୋଇଥିବା ସ୍କୁଲ ନ୍ୟାଶନାଲ ଗେମ୍ସ, ୨୦୧୮ରେ ଦିଲ୍ଲୀରେ ହୋଇଥିବା ଖେଲୋ ଇଣ୍ଡିଆ, ମହାରାଷ୍ଟ୍ରର ନାଗପୁରରେ ହୋଇଥିବା ୟୁଥ୍‌ ନ୍ୟାଶନାଲ ଚାମ୍ପିୟନଶିପ୍‌, ୨୦୧୯ ଖେଲୋ ଇଣ୍ଡିଆରେ ଅଂଶଗ୍ରହଣ କରି ଭକ୍ତରାମ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅଣ୍ଡର୍‌ ୧୭ କମନୱେଲ୍ସ୍‌ ଗେମ୍ସରେ ୪୯ କିଲୋ ବର୍ଗରେ ମଧ୍ୟ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିଲେ ଭକ୍ତରାମ। ଏବେ କିନ୍ତୁ ଭକ୍ତରାମ ଅଲୋଡ଼ା। ସେ ସୁନା ଜିତି ଗୌରବ ଆଣିଛନ୍ତି ସତ, ହେଲେ ଏବେ ସେହି ଗୌରବ କିମ୍ବା ପ୍ରତିଭାର କୌଣସି ସୁଫଳ ପାଉନାହାନ୍ତି । ପେଟ ପୋଷିବାକୁ ସେ ଖେଳାଳିରୁ ପାଲଟିଛନ୍ତି ଦିନମଜୁରିଆ । ପେଟକୁ ଦାନା ଯୋଗାଡ଼ ପାଇଁ ସେ କ୍ଷେତରେ ଖଟୁଛନ୍ତି। ଆଗକୁ ବଢ଼ିବାକୁ ଯେତିକି ସହାୟତା ଲୋଡା ତାଙ୍କୁ ମିଳୁ ନ ଥିବାରୁ ସେ ଖେଳ ବଦଳରେ ବାଛିଛନ୍ତି କାମକୁ। ନିଜ ପ୍ରତିଭା ଥିଲେ ସୁଦ୍ଧା ତାଙ୍କୁ ସରକରୀ ସହାୟତା ମିଳୁ ନ ଥିବାରୁ ସେ ଏଭଳି ସ୍ଥିତିରେ ପହଞ୍ଚତ୍ଥିବା କହିଛନ୍ତି। ତେବେ ସରକାରୀ ସହାୟତା ମିଳିଲେ ସେ ଆଗକୁ ବଢି ରାଜ୍ୟ ତଥା ଦେଶ ପାଇଁ ପୁଣି ଗୌରବ ଆଣିପାରିବେ ଏ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri