ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂଶୋଧନ ସଂରକ୍ଷଣ ଚିଠା

କେନ୍ଦ୍ରାପଡ଼ା ଅଫିସ, ୨୭।୧୦: ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ସଂଶୋଧନ ସ୍ଥାନ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଜିଲାପାଳ ଅମୃତ ଋତୁରାଜ କେନ୍ଦ୍ରାପଡ଼ା ଜିଲାର ୩୬୯୮ ୱାର୍ଡ ସଭ୍ୟ, ୨୪୯ ପଞ୍ଚାୟତର ସମିତି ସଭ୍ୟ ଓ ସରପଞ୍ଚ ଏବଂ ୯ଟି ବ୍ଲକ ଅଧ୍ୟକ୍ଷ ପଦର ସଂଶୋଧିତ ସଂରକ୍ଷଣ ତାଲିକା ଚିଠା ପ୍ରସ୍ତାବକୁ ମୋହର ମାରିଛନ୍ତି। ସଂଶୋଧିତ ସଂରକ୍ଷଣ ପ୍ରସ୍ତାବ ଚିଠା ଆଗତ ପରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ହଇଚଇ ଆରମ୍ଭ ହୋଇଯାଇଛି। ଜିଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଆଶାୟୀ ପ୍ରାର୍ଥୀମାନେ ସଂରକ୍ଷଣ ଚିଠାକୁ ତନଖି କରୁଥିବା ଦେଖାଯାଇଛି ା ଜିଲା ପ୍ରଶାସନ ୧୯୯୭ଠାରୁ ୨୦୧୭ ପର୍ଯ୍ୟନ୍ତ ନିରନ୍ତର ସଂରକ୍ଷଣ ନିୟମକୁ ଆଧାର କରି ଚଳିତବର୍ଷର ସଂରକ୍ଷଣ ତାଲିକାକୁ ପ୍ରସ୍ତୁତ କରିଛନ୍ତି। ତେବେ ପୂର୍ବରୁ ଜନପ୍ରତିନିଧିଙ୍କ ଏହି ପଦଗୁଡିକ ପାଇଁ ସଂରକ୍ଷଣ ୬୫% ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଚଳିତବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୫୦%ରେ ସୀମିତ ରହିଛି। ଜିଲାର ୯ ବ୍ଲକ ଅଧ୍ୟକ୍ଷ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପୂର୍ବପରି ରହିଛି। ଏଥିସହ ୱାର୍ଡ ସଭ୍ୟଙ୍କ ସଂଶୋଧିତ ତାଲିକା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ସଂଶୋଧନ ତାଲିକାରେ ସମିତିସଭ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ମହାକାଳପଡା ବ୍ଲକ ଅଞ୍ଚଳରେ ୮ଟି ପରିବର୍ତ୍ତନ ହୋଇଥିବା ବେଳେ ଡେରାବିଶ ବ୍ଲକରେ ୬, ଗରଦପୁରରେ ୪, ପଟ୍ଟାମୁଣ୍ଡାଇରେ ୩, ରାଜକନିକାରେ ୪, ମାର୍ଶାଘାଇରେ ୭, ଆଳିରେ ୪, ରାଜନଗରର ୧୨ଟି ପଞ୍ଚାୟତ ସଂରକ୍ଷଣ ପୂର୍ବ ତାଲିକାର ସଂଶୋଧନ ହୋଇଛି। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରପକ୍ଷରେ ସରପଞ୍ଚ ପଦବୀ ପାଇଁ ଆଳି, ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ କୌଣସି ସଂଶୋଧନ ନଜରକୁ ଆସିନାହିଁ। କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୪, ଗରଦପୁରରେ ୬, ପଟ୍ଟାମୁଣ୍ଡାଇରେ ୨, ମହାକାଳପଡାରେ ୭, ମାର୍ଶାଘାଇରେ ୧, ରାଜକନିକା ବ୍ଲକର ୨ଟି ପଞ୍ଚାୟତରେ ସଂରକ୍ଷଣ ତାଲିକାର ସଂଶୋଧନ ହୋଇଛି।

ସରପଞ୍ଚ ପ୍ରାର୍ଥୀ ପାଇଁ ସଂଶୋଧିତ ତାଲିକା

କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର- ପଛୁଆବର୍ଗ, କଳପଡା- ପଛୁଆବର୍ଗ ମହିଳା, କୁତରଙ୍ଗ- ପଛଆବର୍ଗ, କୋରୋ- ପଛୁଆବର୍ଗ ମହିଳା, ଗରଦପୁର ବ୍ଲକର ତିକନପୁର- ପଛୁଆବର୍ଗ, ନଡିଆବରେଇ- ଅନୁସୂଚିତ ଜାତି ମହିଳା, ବଡ଼ବେତରା- ଅନୁସୂଚିତ ଜାତି ମହିଳା, ଭଗବାନ୍‌ପୁର- ଅନୁସୂଚିତ ଜାତି, ମଧୁଶାସନ- ଅନୁସୂଚିତ ଜାତି, ରାମଚନ୍ଦ୍ରପୁର- ପଛୁଆବର୍ଗ ମହିଳା, ପଟ୍ଟାମୁଣ୍ଡାଇ ବ୍ଲକର ତରଡ଼ିପାଳ- ଅସଂରକ୍ଷିତ ମହିଳା, ବାଲିପାଟଣା- ଅସଂରକ୍ଷିତ, ମହାକାଳପଡା ଖୁରୁସିଆ- ପଛୁଆବର୍ଗ ମହିଳା, ଗଡ଼ରୋମିତ- ପଛୁଆବର୍ଗ ମହିଳା, ଟିକରପଙ୍ଗା- ପଛୁଆବର୍ଗ, ଦେଉଳପଡା- ଅନୁସୂଚିତ ଜାତି ମହିଳା, ପାଟଳିପଙ୍କ- ଅନୁସୂଚିତ ଜାତି, ମଙ୍ଗଳପୁର- ଅସଂରକ୍ଷିତ ମହିଳା, ଯଦୁପୁର- ଅସଂରକ୍ଷିତ, ମାର୍ଶାଘାଇ ବ୍ଲକ ବଛରାଇ- ଅସଂରକ୍ଷିତ, ରାଜକନିକା ବ୍ଲକ ଜାଗୁଳାଇପଡା- ପଛୁଆବର୍ଗ ମହିଳା, ହାଟସାହି- ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri