ନିୟମ ଉଲ୍ଲଂଘନ କରି ଚାଲିଛି କ୍ୱାରି

କେନ୍ଦୁଝର,୧୧|୧୧(ସ୍ବ.ପ୍ର.) କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ଟିକରପଡ଼ା ମୌଜାରେ ୪.୮୫ ହେକ୍ଟର ପରିମିତ ଅଞ୍ଚଳରେ ଚାଲିଥିବା ପଥର ଖଣିରେ ବ୍ୟାପକ ନୀତିନିୟମ ଉଲ୍ଲଂଘନ ହେଉଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିବାରୁ ସ୍ଥାନୀୟ ଲୋକ ହଇରାଣ ହେଉଛନ୍ତି। ଉପଯୁକ୍ତ ତଦାରଖ ଅଭାବରୁ ମାଇନିଂ ପ୍ଲାନର ଉଲ୍ଲଂଘନ କରାଯାଇ ଖଣିଖନନ ଚାଲୁଥିବାରୁ ପରିବେଶ ଉପରେ ଏହାର କୁପ୍ରଭାବ ପଡୁଛି।
ଖଣିର ସୀମା ପିଲାର ପୋତା ଯାଇ ନ ଥିବା ଏବଂ ଓଭର ବର୍ଡନ (ବର୍ଜ୍ୟବସ୍ତୁ) ରଖିବା ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇ ନ ଥିବାରୁ ବ୍ୟାପକ ପରିବେଶ ପ୍ରଦୂଷଣ ହେବା ସହ ଖଣି ପରିସର ଅସୁରକ୍ଷିତ ହୋଇପଡିଛି। ଠିକ ପରିଚାଳନା ହେଉ ନ ଥିବାରୁ ଖଣିର ବଡ଼ ବଡ଼ ପଥର ଖଣ୍ଡ ତଳକୁ ଖସି ପଡୁଥିବାରୁ ଚଲାବୁଲା କରୁଥିବା ଗୃହପାଳିତ ପ୍ରାଣୀ ତଥା ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଧୂଳିଧୂଆଁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଧୂଳିଉଡି ଆଖପାଖ ଗ୍ରାମ ଓ ଚାଷ ଜମିରେ ପଡୁଛି। ସେହିପରି ବର୍ଷା ଦିନରେ ଖଣିର ମଇଳା ପାଣି ଗଡ଼ି ନିକଟସ୍ଥ ଚାଷ ଜମି ଓ ନାଳରେ ପଡି ଜଳ ଓ ମୃତ୍ତିକା ପ୍ରଦୂଷିତ କରୁଛି। ଚୁକ୍ତି ଅନୁଯାୟୀ ରାସ୍ତାଘାଟ ତଥା ଖଣି ପରିସରରେ ଜଳ ସିଞ୍ଚନ ହେଉ ନ ଥିବାରୁ ବହୁ ପରିମାଣରେ ବାୟୁ ପ୍ରଦୂଷିତ ହେଉଛି। ସେହିପରି ନିୟମିତ ଯାଞ୍ଚ ହେଉ ନ ଥିବାରୁ କେତେ ପରିମାଣର ପଥର ଉତ୍ତୋଳନ ହେଉଛି ଓ ପରିବହନ ହେଉଛି ଠିକ ତଥ୍ୟ କାହା ପାଖରେ ନାହିଁ। ଫଳରେ ଚୋରା କାରବାର ଚାଲିଥିବା ଅଭିଯୋଗ ହେଉଛି। ନିୟମ ଅନୁସାରେ ଖନନ ପରେ ପଥର ଖଣ୍ଡକୁ ନିର୍ଦ୍ଦିଷ୍ଟ ଜାଗାରେ ଷ୍ଟକ କରି ତାହାର ମାପଚୁପ ପରେ ପରିବହନ କରାଯିବା କଥା। ବାର୍ଷିକ ୮୧୪୫ କ୍ୟୁବିକ ମିଟର ମେଟାଲ ଏବଂ ଗ୍ରାନାଇଟ ଷ୍ଟୋନ ଉତ୍ତୋଳନ କ୍ଷମତା ବିଶିଷ୍ଟ ଏହି ଖଣିରୁ ଅଦ୍ୟାବଧି କେତେ ପଥର ଉତ୍ତୋଳନ ହୋଇ ଚାଲାଣ ହୋଇଛି ତାହାର ଠିକ୍‌ ତଥ୍ୟ ରାଜସ୍ବ ବିଭାଗ ପାଖରେ ନାହିଁ। ଫଳରେ ମାତ୍ରାଧିକ ଖଣି ଖନନ ଯୋଗୁ ବ୍ୟାପକ ରାଜସ୍ବହାନି ଘଟୁଛି ବୋଲି ଅଭିଯୋଗ ହେଉଛି ା ଏହାର ଠିକ ତଥ୍ୟ ଲିଜ୍‌ଧାରୀ ସ୍ଥାନୀୟ ରାଇସୁଆଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ସୂଚନା ଦେଉ ନ ଥିବା ଆରଆଇ ଯୁଗଳ କିଶୋର ପାତ୍ର କହିଛନ୍ତି। ମହାଦେଇଯୋଡା ଗ୍ରାମର ନାଣ୍ଡୁ ମୁଣ୍ଡା କହିଛନ୍ତି ପଥର ଖଣି ଆରମ୍ଭ ହେବା ପରେ ବାୟୁ ପ୍ରଦୂଷଣ ବଢୁଛି ଏବଂ ଗଛପତ୍ରରେ ଧୂଳିଉଡି ପଡୁଥିବାରୁ ଗୃହପାଳିତ ପ୍ରାଣୀଙ୍କ ପାଇଁ ସମସ୍ୟା ଦେଖାଦେଇଛି। ଖଣି ଆରମ୍ଭ ହେବା ପୂର୍ବରୁ ଉକ୍ତ ସ୍ଥାନରେ ବହୁ ଗଛ ଥିଲା ଏବେ ସେସବୁ ନଷ୍ଟ ହୋଇଯାଇଛି। ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ.ପୁଷ୍କର ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ଉଲ୍ଲଂଘନ ହୋଇ ଖଣି ଖନନ ହେଉଥିଲେ ପଦକ୍ଷେପ ନିଆଯିବ। ସଦର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ମାଇନିଂ ପ୍ଲାନ ଉଲ୍ଲଘଂନ ବା ଅନ୍ୟ କୌଣସି ବେଆଇନ କାମ ହୋଇଥିଲେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି...

ହାତୀ ଘଉଡ଼ାଇବାବେଳେ ଅଘଟଣ: ସ୍କ୍ବାଡ୍‌ କର୍ମଚାରୀଙ୍କୁ କଚାଡ଼ି ମାରିଲା

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ନରଣପୁର ସେକ୍ସନ ଝାରବେଡ଼ା ଗ୍ରାମ ନିକଟରେ ବୁଧବାର ରାତିରେ ହାତୀ ଘଉଡ଼ାଇବାବେଳେ ଜଣେ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀଙ୍କ...

ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ, ପରେ…

ପାଟଣା,,୧୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କ୍ଷୀରେଇ ଟାଙ୍ଗିରି ସେକ୍ସନରେ ହାତୀ ଉପଦ୍ରବ ଥମିବାରେ ନା ଥରୁନି। ସୋମବାର ତିଣ୍ଡାବିଟ୍‌ ନିହ୍ନୁଆ ଖେସେରା...

ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ: ମୃତଦେହ ରଖି ରାସ୍ତା ଅବରୋଧ, ପୋଲିସ ମୁତୟନ

ଘସିପୁରା/ରାମଚନ୍ଦ୍ରପୁର,୧୫।୧୦(ନିରଞ୍ଜନ ସାହୁ/ଗଣେଶ୍ୱର ସା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ...

ଲଢ଼ିଲେ ଗନ୍‌ମ୍ୟାନ, ନିସ୍ତୁକ ମାଡ଼ ଖାଇ ବଞ୍ଚାଇଦେଲେ ୩୮ ଲକ୍ଷ ଟଙ୍କା, ଖସିଗଲେ ୨ ଲୁଟେରା

କେନ୍ଦୁଝର,୧୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ନିକଟରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏଟିଏମ କାଉଣ୍ଟରରେ ଟଙ୍କା ଭରିବାକୁ ଯାଉଥିବା ଏକ ଭ୍ୟାନରୁ ଟଙ୍କା...

କନଷ୍ଟେବଳଙ୍କ ବୁଲେଟ ଧକ୍କାରେ ଜଣେ ଯାତ୍ରୀଙ୍କ ଚାଲିଗଲା ଜୀବନ

ପାଟଣା,୧୫।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ନିକଟରେ ମଙ୍ଗଳବାର ୨ ପୋଲିସ କନଷ୍ଟେବଳଙ୍କର ବୁଲେଟ ଧକ୍କାରେ ଜଣେ...

ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର,୧୪ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ଦିନିଆ କେନ୍ଦୁଝର ଗସ୍ତ ଅବସରରେ ସୋମବାର ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ ଭାଜପାର ଏକ ମେଗା...

‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ କରିଥିଲେ, ଏବେ ପଡିଲେ ଧରା

କେନ୍ଦୁଝର,୧୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ‘ସୁଭଦ୍ରା’ ଫର୍ମ ପୂରଣ ନାଁରେ ଆଧାର ସଂଯୋଗ କରି ବ୍ୟାଙ୍କ ଆକାଉଣ୍ଟ ଲୁଟିଥିବା ଲୁଟେରାଙ୍କୁ କେନ୍ଦୁଝର ପୋଲିସ ଗିରଫ କରି କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri