ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍‌ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ ହେଉଛି। ଶ୍ୱଶୂର ଘର ଲୋକେ ଘର ଭିତରକୁ ଯିବାକୁ ଦେଉନାହାନ୍ତି। ତେଣୁ ରାସ୍ତା ଉପରେ ରୋଷେଇ କରି ଖାଇଲେ ବୋଲି ତପସ୍ବିନୀ କହିଛନ୍ତି। ସୋମବାର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀଙ୍କ ମୂଳ ପିଟିଶନର ଶୁଣାଣି ହେବ। ଶୁଣାଣି ପରେ ସେ ଶାଶୁଘରେ ରହିବେ କି ନ୍ୟାୟ ନ ପାଇ ପୁଣି ଧାରଣା ଜାରି ରଖିବେ ତାହା ସ୍ପଷ୍ଟ ହେବ।
ପୂର୍ବାହ୍ନରେ ତପସ୍ବିନୀଙ୍କ ଧାରଣାସ୍ଥଳରେ ଶତାଧିକ ଲୋକ ଜମା ହୋଇ ହୋହଲ୍ଲା କରିଥିଲେ। ତପସ୍ବିନୀଙ୍କୁ ଘରକୁ ନ ନେଲେ ତାଙ୍କ ଶାଶୁଘର ଗ୍ରୀଲ ତାଲା ଭାଙ୍ଗି ଦେବେ ବୋଲି କହିଥିଲେ। ସ୍ଥିତି ଜଟିଳ ହେବା ପୂର୍ବରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ସେଠାରୁ ହଟାଇଥିଲା। ଉକ୍ତ ଅଞ୍ଚଳରେ ଭିଡ ହେଉଥିବାରୁ ସନ୍ଧ୍ୟାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶଚନ୍ଦ୍ର ସେଠୀ, ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ଟ୍ରାଫିକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ହଟାଇଥିଲେ। ଅନ୍ୟପକ୍ଷରେ ତପସ୍ବିନୀ ଓ ତାଙ୍କ ସ୍ବାମୀ ଡା.ସୁମିତ ସାହୁଙ୍କ କଥାବାର୍ତ୍ତାର ଏକ ଅଡିଓ ଭିଡିଓ ଭାଇରାଲ ହେଉଛି। ସେଥିରେ ଡା.ସୁମିତଙ୍କୁ ତପସ୍ବିନୀ ୮ଲକ୍ଷ ଟଙ୍କା ମାଗୁଛନ୍ତି। ସେ ସୁମିତଙ୍କୁ ଛାଡ଼ପତ୍ର ଦେଇଦେବାକୁ କହୁଛନ୍ତି। ତେବେ ଏହା ଏକ ପୁରୁଣା ଭିଡିଓ ବୋଲି ତପସ୍ବିନୀ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମ୍‌ବିବିଏସ୍‌ ଆଡମିଶନ ପାଇଁ ତାଙ୍କ ବାପାଙ୍କଠାରୁ ସୁମିତଙ୍କ ପରିବାର ଲୋକେ ୧୫ ଲକ୍ଷ ଟଙ୍କା ନେଇଥିଲେ। ସେଥିରୁ ୮ ଲକ୍ଷ ଟଙ୍କା ଫେରାଇବାକୁ ବାକି ଅଛି। ସେହି ଟଙ୍କା ମାଗୁଥିଲେ ବୋଲି ତପସ୍ବିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri