ଜାଡ଼ରେ ଥରୁଛି ରାଜ୍ୟ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହି ଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୩ ରୁ ୪ ଦିନ ଧରି ଓଡ଼ିଶା ମଧ୍ୟକୁ ବାୟୁମଣ୍ଡଳର ତଳ ଭାଗରେ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଛି। ପ୍ରଭାବରେ ରାଜ୍ୟର କିଛି ଜିଲାରେ ଶୀତ ଲହରି, ତୀବ୍ର ଶୀତ ଲହରି ତଥା ଥଣ୍ଡା ଅନୁଭୂତ ହେବ। ସେଥିପାଇଁ ବିଭିନ୍ନ ଜିଲାକୁ ଅରେଞ୍ଜ, ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆଗାମୀ ୩ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ ୫ ରୁ ୬ଡିଗ୍ରୀ ଯାଏ କମ୍‌ ରହିବା ସମ୍ଭାବନା ଥିବାବେଳେ ଉପକୂଳ ଓଡ଼ିଶାର ଜିଲାଗୁଡ଼ିକରେ ରାତ୍ରି ତାପମାତ୍ରା ସ୍ବାଭାବିକ ତାପମାତ୍ରା ଠାରୁ ୪ ରୁ ୫ ଡିଗ୍ରୀ ଯାଏ କମ୍‌ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ସତର୍କ ରହିବା ପାଇଁ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଚିଠି ଲେଖିଛନ୍ତି। ଏଥିପାଇଁ ଏସ୍‌ଆର୍‌ସି ଆଡଭାଇଜରି ଜାରି କରିଛନ୍ତି। ବାସହୀନ ଲୋକମାନେ ରାତ୍ରିରେ ଆଶ୍ରୟ ନେବା ପାଇଁ ସ୍କୁଲ ବିଲ୍ଡିଂ, କମ୍ୟୁନିଟି ବିଲ୍ଡିଂ ଏବଂ ଅନ୍ୟାନ୍ୟ ଉପଲବ୍ଧ ଥିବା କୋଠାଘରେ ରହିବା ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟରେ ଶୀତ ଲହରି ଜାରି ରହିଥିବା ପର୍ଯ୍ୟନ୍ତ କେଉଁଠି କେତେ ବାସହୀନ ଲୋକ ରହୁଛନ୍ତି ତା’ର ପ୍ରତିଦିନ ତଥ୍ୟ ଏସ୍‌ଆର୍‌ସିଙ୍କୁ ଦେବା ପାଇଁ କୁହାଯାଇଛି।
ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ମଙ୍ଗଳବାର ରାଜ୍ୟରେ ୧୯ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ଜଣାଯାଇଛି। ୩.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି, କେନ୍ଦୁଝର ଜିଲାର ପାହାଡ଼ିଆ ଅଞ୍ଚଳ, ରାୟଗଡ଼ା କାଶୀପୁର ଏବଂ ସୁନ୍ଦରଗଡ଼ ଜିଲା ଟେନ୍‌ସା, ସମ୍ବଲପୁର କୁଚିଣ୍ଡାରେ ତୁଷାରପାତ ହୋଇଛି। ୧୦ ଡିଗ୍ରୀ ତଳେ ଥିବା ସହରଗୁଡ଼ିକ ହେଲା, ବାଲେଶ୍ବର ୯.୮, ଚାନ୍ଦବାଲି ୯.୨, ଅନୁଗୋଳ ୮.୬, ବାରିପଦା ୮,୫, ଝାରସୁଗୁଡ଼ା ୬.୪, ଦାରିଙ୍ଗବାଡ଼ି ୩.୫, କୋରାପୁଟ ୮.୫ , ସୁନ୍ଦରଗଡ଼ ୬.୫, ଫୁଲବାଣୀ ୪.୦, ଟିଟଲାଗଡ଼ ୬.୮, ଭବାନୀପାଟଣା ୬.୦, ସୋନପୁର ୮.୫, ବଲାଙ୍ଗୀର ୭.୮, ନୟାଗଡ଼ ୯.୦, କେନ୍ଦୁଝର ୬.୨, ସମ୍ବଲପୁର ୮.୫, ବୌଦ୍ଧ ୭.୦, ହୀରାକୁଦ ୮,୬ ଓ ତାଳଚେର ୯.୦ ଡିଗ୍ରୀ ସେଲସିଅସ୍‌। ସେହିଭଳି ଭୁବନେଶ୍ୱରରେ ୧୦.୦ ଡିଗ୍ରୀ ଓ କଟକରେ ୧୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍‌ ଦିନ ରହିବ। ଆସନ୍ତା ୨ ଦିନ ରାଜ୍ୟର ପ୍ରାୟ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ କିମ୍ବା ତା’ ତଳେ ରହିବା ପରେ ୨୨ତାରିଖ ଆଡ଼କୁ ପାରଦ ଧୀରେ ଧୀରେ ଊର୍ଦ୍ଧ୍ୱମୁଖା ହେବ। ୨୨ ତାରିଖ ପରେ ଶୀତ କମିଯିବ ଓ ଜାନୁୟାରୀ, ଫେବୃୟାରୀରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri