Posted inଖେଳ

‘କିଛି ପଶ୍ଚାତାପ ନାହିଁ’

ନୂଆଦିଲ୍ଲୀ,୨୪।୧୨: ୨୦୧୬ ପରଠୁ ଜାତୀୟ ଦଳରେ ସୁଯୋଗ ମିଳିବା ବନ୍ଦ ହୋଇଯାଇ ଥିଲା। ତଥାପି ୬ ବର୍ଷ ଧରି ଫିଲ୍ଡରେ ସକ୍ରିୟ ଥିଲେ ପୂର୍ବତନ ସ୍ପିନର ହରଭଜନ ସିଂ। ଭାରତକୁ ଅନେକ ମ୍ୟାଚ୍‌ ଜିତାଇଥିବା ଭଜି ଶୁକ୍ରବାର ୨୩ ବର୍ଷର କ୍ୟାରିୟରର ସମାପ୍ତି ଘୋଷଣା କରିଛନ୍ତି। କିନ୍ତୁ ସନ୍ନ୍ୟାସ ଅବସରରେ କୌଣସି ପଶ୍ଚାତାପ ନାହିଁ ବୋଲି କହିଛନ୍ତି ।

“ଅବସର ନେବାରେ ବିଳମ୍ବ ହୋଇଛି, ଏହା ମୋତେ ସ୍ବୀକାର କରିବାକୁ ପଡ଼ିବ। ସାଧାରଣତଃ ମୋ ଜୀବନରେ ଖୁବ୍‌ ସମୟାନୁବର୍ତ୍ତୀ। ବୋଧ ହୁଏ କେବଳ ଏହି ନିଷ୍ପତ୍ତିରେ ବିଳମ୍ବ କରିଛି। କିନ୍ତୁ ମୋ କ୍ୟାରିୟରକୁ ନେଇ ମୋର କୌଣସି ପଶ୍ଚାତାପ ନାହିଁ। ସିଡ୍‌ନୀ ଟେଷ୍ଟରେ ଯାହା ଘଟିଗଲା ଏବଂ ତା’ ପରେ ଯାହା ହେଲା, ସେ ସବୁ ଉଚିତ ନ ଥିଲା। ଏହା ଅନାବଶ୍ୟକ ଥିଲା। କିଏ କ’ଣ କହିଲେ ଭୁଲି ଯାଅ। ସତର ଦୁଇଟି ପକ୍ଷ ଥାଏ। ଏହି ଘଟଣାରେ ମୋ ପକ୍ଷ କେହି ଜାଣିବାକୁ ଚେଷ୍ଟା କଲେ ନାହିଁ। ମୁଁ କେବେ କି ନିଜ ଆଡ଼କୁ ମୋ ପକ୍ଷ ରଖି ନାହିଁ। ଏ ସମ୍ପର୍କରେ ମୋ ଅଟୋବାୟୋଗ୍ରାଫି ଉଲ୍ଲେଖ କରିବି। ମୋ ଉପରେ କ’ଣ ଘଟିଗଲା, ମୋତେ ହିଁ ଜଣା। ଏହା କାହା ସହ ଘଟିବା ଉଚିତ ନୁହେଁ” ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୮ରେ ପଦାର୍ପଣ କରିଥିବା ଭଜି ୨୦୧୬ରେ ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ମୋଟ ଉପରେ ୩୭୭ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ହାତେଇଥିଲେ ୭୧୧ ଉଇକେଟ। ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଦିନିକିଆ ବିଶ୍ୱକପ୍‌ ଦଳର ସେ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri