ପରିବାର ନିର୍ବାକ୍‌, ଗେଙ୍ଗୁଟିଆ ନିଃଶବ୍ଦ

ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର ଭେଣ୍ଡିଆ ପୁଅକୁ। ଘରର ରୋଜଗାରିଆ ପୁଅର ଏଭଳି ମୃତ୍ୟୁ ସମଗ୍ର ପରିବାରକୁ ନିର୍ବାକ୍‌ କରିଦେଇଥିବାବେଳେ ନିଃଶବ୍ଦ ହୋଇଯାଇଛି ଗେଙ୍ଗୁଟିଆ ଗଁା। ଏବେ ଘରଲୋକଙ୍କ ମୁହଁରେ କେବଳ ଗୋଟିଏ କଥା, ଆମକୁ ନ୍ୟାୟ ମିଳୁ। ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ।
ଢେଙ୍କାନାଳ ଜିଲାରେ ବେଆଇନ ବାଲି, ପଥର ବ୍ୟବସାୟ କରୁଥିବା ମାଫିଆଙ୍କ ପ୍ରାଦୁର୍ଭାବ ଅଛପା ନାହିଁ। ତେବେ ସଦର ଥାନା ଗେଙ୍ଗୁଟିଆସ୍ଥିତ ବ୍ରାହ୍ମଣୀ ନଦୀ ବାଲି ଘାଟରେ ଗୁରୁବାର ବିଳମ୍ବିତ ରାତିରେ ଘଟିଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭୟର ବାତାବରଣ ସୃଷ୍ଟି କରିଛି। ବେଆଇନ ବାଲି ଚାଲାଣର ପ୍ରତିବାଦ କରିବାକୁ ଅଜୟ କୁମାର ରାଉତ ନାମକ ଜଣେ ଯୁବକଙ୍କୁ ତାଙ୍କ ବୃଦ୍ଧ ବାପା ଅଲେଖ ବିହାରୀ ରାଉତ ଏବଂ ବଡ଼ଭାଇ ଅଖିଳ ରାଉତଙ୍କ ସମ୍ମୁଖରେ କେତେଜଣ ବ୍ୟକ୍ତି ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିଲେ। ଏହି ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ୩ ଅଟକଙ୍କୁ ପଚରାଉଚୁରାରେ ସୀମିତ ରହିଛି। ଜିଲାର ବିଭିନ୍ନ ବେଆଇନ ବାଲିଘାଟରୁ ଦୈନିକ ବିପୁଳ ପରିମାଣର ବାଲିଚାଲାଣ ହେଉଛି। ପ୍ରଶାସନ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଯୋଗୁ ମାଫିଆଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରଶାସନିକ ଅଧିକାରୀ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତୁନାହାନ୍ତି। ଗେଙ୍ଗୁଟିଆ ଘଟଣାରେ ବେଆଇନ ବାଲି ବ୍ୟବସାୟ କରୁଥିବା ମାଫିଆମାନେ ସବୁସୀମା ପାର୍‌ କରିଦେଇଥିବା ଚର୍ଚ୍ଚା ହେଉଛି। ଏ ନେଇ ଥାନାଧିକାରୀ ଅଭିନବ ଡାଳୁଆ କୁହନ୍ତି, ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନଂ. ୪୮/୨୨ରେ ମାମଲା ରୁଜୁ ହୋଇଛି। ୨ଟ୍ରାକ୍ଟର ଜବତ କରାଯିବା ସହିତ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଅଜୟ ଗ୍ରାମର ସୁର ସାହୁଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରୁଥିଲେ। କୌଣସି କାରଣରୁ ତାଙ୍କୁ ଗାଡ଼ି ମାଲିକ କାମରୁ ବିଦା କରିଦେଇଥିଲେ। ବକେୟା ମାଗିବାରୁ ଟ୍ରାକ୍ଟର ମାଲିକ ଏବଂ ତାଙ୍କ ସହଯୋଗୀମାନଙ୍କ ସହ ଅଜୟଙ୍କ ବଚସା ହୋଇଥିଲା। ଗୁରୁବାର ରାତିରେ ଗେଙ୍ଗୁଟିଆ ଘାଟରେ ବାଲି ଚୋରାଚାଲାଣ ହେଉଥିବା ବେଳେ ଘଟଣାସ୍ଥଳରେ ପ୍ରତିବାଦ କରୁଥିବା ଅଜୟଙ୍କୁ ଟ୍ରାକ୍ଟର ମାଲିକଙ୍କ ସହଯୋଗୀ ଟ୍ରାକ୍ଟରକୁ ଚଢ଼ାଇ ମାରି ଦେଇଥିଲେ।

୬ମାସ ପୁଅର ଭରଣପୋଷଣ ଚିନ୍ତା

ଘରର ରୋଜଗାରିଆ ପୁଅ ଅଜୟଙ୍କ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଛି। କାହାରି ମୁହଁରେ ଭାଷା ନାହିଁ। ଆଖିରୁ ଲୁହ ଶୁଖୁ ନ ଥିବାବେଳେ ସମସ୍ତେ ଭୟ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ବାମୀଙ୍କୁ ହରାଇ ସ୍ତ୍ରୀ ସୁଭଦ୍ରା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କୋଳରେ ଥିବା ୬ ମାସର ପୁଅର ଭରଣାପୋଷଣ କିପରି ହେବ, ପରିବାର କିପରି ଚଳିବ ସେକଥା ଭାବିବା ବେଳକୁ ବାରମ୍ବାର ଚେତାଶୂନ୍ୟ ହୋଇପଡୁଛନ୍ତି ସୁଭଦ୍ରା। ସେହିପରି ଆଖି ସାମ୍ନାରେ ପୁଅର ହତ୍ୟାକାଣ୍ଡ ଦେଖିଥିବା ବୃଦ୍ଧ ବାପା ଅଲେଖ ସେଦିନର ଘଟଣାକୁ ଭୁଲିପାରୁନାହାନ୍ତି। ପୋଲିସ କେବଳ ତଦନ୍ତ କରୁଥିବା ବେଳେ ଏଯାଏ ହତ୍ୟାକାରୀ ଗିରଫ ହୋଇନାହାନ୍ତି। ଦୋଷୀଙ୍କୁ ତୁରନ୍ତ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣି ପାଇଁ ଆସୁଥିବା ବ୍ୟାଣ୍ଡ୍‌ପାର୍ଟି ଗାଡ଼ି ଓଲଟିଲା: ମ୍ୟୁଜିକାଲ ଗ୍ରୁପ୍‌ର ୫ ଆହତ

କାମାକ୍ଷାନଗର,୧୪ା୧୦(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଭସାଣି ଯାତ୍ରାକୁ ମ୍ୟୁଜିକ୍‌ ପରିବେଷଣ ପାଇଁ ଆସୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର...

ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି।...

ବାବାଙ୍କୁ ଉଠାଇନେଲା ପୋଲିସ, ଆଶ୍ରମରେ କରୁଥିଲେ…

ଢେଙ୍କାନାଳ,୧୨।୧୦: ଢେଙ୍କାନାଳ ଜିଲା ତିଗିରିଆ ଥାନା ବାହାରବିଲା ଆଶ୍ରମରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଆଶ୍ରମରୁ ବାବାଙ୍କୁ ଢେଙ୍କାନାଳ ପୋଲିସ ଉଠାଇ ନେଇ ଅଟକ...

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଛନ୍ତି ଶ୍ରମିକ

ଢେଙ୍କାନାଳ,୯ା୧୦: ଏନ୍‌ଏଚ୍‌-୫୫ ମହିଷାପାଟ ନିକଟରେ ନିର୍ମାଣାଧୀନ କୋଠାର ଛାତ ପଡ଼ିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଛାତ ପଡୁଥିବା ସମୟରେ ଭୁଶୁଡ଼ି ପଡ଼ିବାରୁ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ପଦବୀ ହରାଇଲେ ସରପଞ୍ଚ

କାମାକ୍ଷାନଗର,୧ା୧୦(ସୁଧୀର କୁମାର ପରିଡ଼ା): ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତର ସରପଞ୍ଚ ପ୍ରତିମା ସେଠୀ ସୋମବାର ଅନାସ୍ଥା ଭୋଟରେ ପରାଜିତ ହେବା ସହ ସରପଞ୍ଚ ପଦବୀ...

ଯାତ୍ରା ଦେଖିବାକୁ ଯାଇ ଘରକୁ ଫେରି ନ ଥିଲେ, ନାଳରୁ ମିଳିଲା ମୃତଦେହ

ଭୁବନ,୨୯ା୯(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଭୁଷଳ ପଞ୍ଚାୟତ ଅସୁରବନ୍ଧ ଗ୍ରାମର ବିଷ୍ଣୁ ମଳିକ(୪୪)ଙ୍କ ମୃତଦେହ ରବିବାର ସକାଳେ ପଥରଡଙ୍ଗା ନାଳରୁ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri