Posted inଜାତୀୟ

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର ସୂଚନା ଅନୁଯାୟୀ, ୨୬ ଜାନୁୟାରୀ ପରେ ଶୀତ ବଢିବ ବୋଲି ଅନୁମାନ କରାଯାଇଛି । ଏହି ସମୟରେ ବର୍ଷାର ସମ୍ଭାବନା ନାହିଁ । ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍ କେ ଜେନାମଣି କହିଛନ୍ତି ଏବେ ବର୍ଷାର ସମ୍ଭାବନା ନାହିଁ ହେଲେ ଶୀତ ଲହରି ଜାରି ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ଫେବୃୟାରୀ ୨ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ହରିୟାଣା ପଞ୍ଜାବ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନର ତାପମାତ୍ରା ଆଗାକୀ ୫ ଦିନ ମଧ୍ୟରେ ୩-୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ ହୋଇପାରେ । ୨୫-୨୬ ଜାନୁୟାରୀରେ ପୂର୍ବ ଭାରତରେ ହାଲକା କୁହୁଡି ହୋଇପାରେ । ସେହିପରି ୨୮-୩୦ ଜାନୁୟାରୀକୁ ତାମିଲନାଡୁ ଓ କେରଳରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାରି କଲେ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୧୮।୧୦: ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି...

ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଲେ ମୋଦି: ଲୋକଙ୍କ ଯାତ୍ରା ହେବ ସହଜ

ନୂଆଦିଲ୍ଲୀ,୧୮।୧୦: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ପାଟନାଠାରୁ ପଶ୍ଚିମ ଚମ୍ପାରନକୁ ଯାଉଥିବା ରାସ୍ତା (ଏନ୍‌ଏଚ୍‌-୧୩୯)କୁ ପ୍ରଶସ୍ତ...

ସଧଗୁରୁଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ସୁପ୍ରିମକୋର୍ଟ କହିଲେ ଦୁଇ ନାବାଳିକା…

ନୂଆଦିଲ୍ଲୀ,୧୮।୧୦: ସଧଗୁରୁଙ୍କ ଇଶା ଫାଉଣ୍ଡେସନକୁ ସୁପ୍ରିମକୋର୍ଟଙ୍କରୁ ବଡ଼ ଆଶ୍ବସ୍ତି ମିଳିଛି। ଫାଉଣ୍ଡେସନ ବିରୋଧରେ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ତେବେ ଏହି ନିଷ୍ପତ୍ତିର...

ଦିପାବଳୀ ପୂର୍ବରୁ କୋଟି କୋଟି କର୍ମଚାରୀଙ୍କୁ ବଡ଼ ଝଟ୍‌କା ଦେଲେ ସରକାର, ମିଳିବ ନାହିଁ ୧୮ ମାସର ଏରିୟର! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୮।୧୦: ଏବେ ଉତ୍ସବ ଋତୁ ଚାଲିଛି, ଏହି ସମୟରେ ସରକାରୀ କର୍ମଚାରୀମାନେ ଧନୀ ହେବାରେ ଲାଗିଛନ୍ତି। ଡିଏରୁ ବୋନସ ପର୍ଯ୍ୟନ୍ତ ସବୁକିଛି ମିଳୁଛି ଏମାନଙ୍କୁ। କିନ୍ତୁ...

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri