ସେନ୍‌ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ

ମୁମ୍ବାଇ,୨୫।୧ କୋଭିଡ୍‌ ଏବଂ ଓମିକ୍ରନ୍‌ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ ଷ୍ଟ୍ରିଟ୍‌ରେ ଭାରତୀୟ ଅଂଶଧନ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି। ଫଳରେ ଗତ ୩ ସପ୍ତାହ କାରବାର ମଧ୍ୟରେ ଏହା ସର୍ବନିମ୍ନ ସ୍ତରର ହ୍ରାସ ବୋଲି କୁହାଯାଉଛି। ସୋମବାର ମୁଖ୍ୟ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟରେ ୩ % ହ୍ରାସ ପାଇବାରୁ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି କ୍ଷତି ସହିଛନ୍ତି। ଗତ କିଛିଦିନ ଧରି ଶେୟାର ବଜାରର ସ୍ଥିତି ପରିବର୍ତ୍ତନ ହେଉ ନାହିଁ। ଚଳିତ ସପ୍ତାହର ପ୍ରଥମ ଦିନରେ ଶେୟାର ବଜାର ଏକ ବଡ଼ଧରଣର କ୍ଷତି ହୋଇଛି। ଚଳିତ ବର୍ଷର ସବୁଠାରୁ ଏହା ବଡ଼ ହ୍ରାସ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୪ ଜାନୁୟାରୀରେ ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୬ % ହ୍ରାସ ଘଟିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୧୫୪୬ ପଏଣ୍ଟ କମି ୫୭,୪୫୦ ଅଙ୍କରେ ରହିଥିଲା ବେଳେ ଏନ୍‌ଏସ୍‌ଇ ନିଫ୍ଟିରେ ୪୬୮ ପଏଣ୍ଟ ହ୍ରାସ ଘଟି ୧୭,୧୪୯ ଅଙ୍କରେ କାରବାର ଶେଷ କରିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୫୪୬.୬୭ ପଏଣ୍ଟ ହ୍ରାସ ପାଇ ୫୭,୪୯୧.୫୧ ରେ ରହିଥିବା ବେଳେ ନିଫ୍ଟି ୪୬୮.୦୫ ପଏଣ୍ଟ ଖସି ୧୭,୧୪୯.୧୦ ରେ କାରବାର ବନ୍ଦ କରିଛି। ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ସୋମବାର ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଗତ ୪ ଦିନ ମଧ୍ୟରେ ନିବେଶକ ୨ଟି କାର୍ଯ୍ୟଦିବସରେ ୧୦ ଲକ୍ଷ କୋଟି ଟଙ୍କା ବଜାରରୁ ହରାଇଛନ୍ତି। ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା। ତେବେ ଗତ ୫ କାର୍ଯ୍ୟ ଦିବସ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି। ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ପଏଣ୍ଟକୁ ଖସିଥିଲା। ସେନ୍‌ସେକ୍ସରେ ବଡ଼ ହ୍ରାସ ଯୋଗୁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଇନ୍‌ଫୋସିସ୍‌ର ନିବେଶ ବ୍ୟାପକ ହ୍ରାସ ହୋଇଛି। ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ ହ୍ରାସ ହୋଇଥିବା ବେଳେ ଇନ୍‌ଫୋସିସ୍‌ରେ ୧୨୧ ଅଙ୍କ, ଏଚ୍‌ଡିିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ପ୍ରମୁଖ ହ୍ରାସ ରହିଛି। ବ୍ଲୁଚିପ୍‌ ନାମଗୁଡିକ ମଧ୍ୟରେ ସିପ୍ଲା ୨.୮୬% ବୃଦ୍ଧି ପାଇ ଶୀର୍ଷ ଲାଭକାରୀ ଥିଲାବେଳେ ଓଏନ୍‌ଜିସି ମଧ୍ୟ ଲାଭକାରୀ ନିବେଶକ ଭାବେ ଗଣା ହୋଇଛି। ଅପରପକ୍ଷରେ ନିଫ୍ଟି ପ୍ୟାକ୍‌ରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସର୍ବାଧିକ ୬.୯୨% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri