ପଞ୍ଚାୟତ ନିର୍ବାଚନ ପ୍ରତି ଅନାଗ୍ରହ

ଯାଜପୁର ଅଫିସ,୨୮ା୧: ଯାଜପୁର ଜିଲାର ୨୩୫ ୱାର୍ଡ ସଭ୍ୟ ପଦବୀ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ୧୫୧୧ ୱାର୍ଡମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବାକୁ କ୍ରମଶଃ ଅନାଗ୍ରହ ଦେଖା ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏକତା, ସହଯୋଗ, ଆମତ୍ପ୍ରତ୍ୟୟ, ନିଷ୍ଠା, କର୍ମତପତ୍ରତା ଓ ଆତ୍ମନିର୍ଭରଶୀଳ ମନୋଭାବ ଆଣିବା ସହିତ ସେହି ଅଞ୍ଚଳର ଉନ୍ନତି ଓ ସେବା ଲକ୍ଷ୍ୟରେ ଗଢ଼ାଯାଇଥିବା ଏହି ମହତ୍‌ ବ୍ୟବସ୍ଥା ପ୍ରତି ଲୋକଙ୍କ ଆନ୍ତରିକତା କମି ଯାଉଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଉଛି।
ମିଳିଥିବା ତଥ୍ୟ ଅନୁଯାୟୀ, ବରୀ ବ୍ଲକରେ ୧୯, ସୁକିନ୍ଦାରେ ୧୯, ଧର୍ମଶାଳାରେ ୫୩, ଯାଜପୁରରେ ୧୬, ବଡ଼ଚଣାରେ ୧୬, କୋରେଇରେ ୪୧, ବିଞ୍ଝାରପୁରରେ ୭, ଦଶରଥପୁରରେ ୨୩, ଦାନଗଦିରେ ୧୩ ଓ ରସୁଲପୁର ବ୍ଲକର ୨୮ଟି ୱାର୍ଡରେ କୌଣସି ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ଏହାବାଦ୍‌ ଯାଜପୁର ବ୍ଲକର ୨୫ ପଞ୍ଚାୟତରେ ୧୩୨, ଧର୍ମଶାଳା ବ୍ଲକର ୪୪ ପଞ୍ଚାୟତରେ ୨୯୦, ବିଞ୍ଝାରପୁର ବ୍ଲକର ୨୯ ପଞ୍ଚାୟତରେ ୨୬୩, ବରୀ ବ୍ଲକର ୨୯ ପଞ୍ଚାୟତରେ ୧୩୦, ସୁକିନ୍ଦା ବ୍ଲକର ୨୨ ପଞ୍ଚାୟତରେ ୭୧, ବଡ଼ଚଣା ବ୍ଲକର ୩୪ ପଞ୍ଚାୟତରେ ୧୦୭, ଦଶରଥପୁର ବ୍ଲକର ୩୩ ପଞ୍ଚାୟତରେ ୧୭୧, କୋରେଇ ବ୍ଲକର ୨୫ ପଞ୍ଚାୟତରେ ୧୨୪, ରସୁଲପୁର ବ୍ଲକର ୨୭ ପଞ୍ଚାୟତରେ ୧୪୯ ଓ ଦାନଗଦି ବ୍ଲକର ୨୦ ପଞ୍ଚାୟତରେ ୭୪ ୱାର୍ଡ ଅପ୍ରତିଦ୍ୱନ୍ଦ୍ୱୀ ରହିଛି। ଜିଲା ପଞ୍ଚାୟତ ଅଫିସରୁ ମିଳିଥିବା ତଥ୍ୟ ଅନୁସାରେ ୱାର୍ଡମେମ୍ବର ପଦବୀ ପାଇଁ ୮୩୧୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୧୫୪ ନାକଚ ହୋଇଥିଲା। ୫୦୩ ଜଣ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ସରପଞ୍ଚ ପଦବୀ ପାଇଁ ୧୬୫୯ ନାମାଙ୍କନ କରିଥିଲେ, ୧୧୪ ନାକଚ ହୋଇଥିଲା। ୩୩୧ ଜଣ ନିଜ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଥିବାବେଳେ ୧୨୧୪ କାଏମ ରହିଛି। ସମିତି ସଭ୍ୟ ପଦବୀ ପାଇଁ ୧୨୬୨ ଜଣ ନାମାଙ୍କନ କରିଥିବାବେଳେ ୯୩ ନାକଚ ହୋଇଥିଲା। ୧୭୮ ଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ। ୯୯୧ ଜଣଙ୍କ ପ୍ରାର୍ଥତ୍ପତ୍ର କାଏମ ରହିଛି। ୩୯ ଜିଲାପରିଷଦ ପଦବୀ ପାଇଁ ୧୫୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୫ ଜଣ ପ୍ରତ୍ୟାହାର କରିଛନ୍ତି।
ଗୁରୁବାର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁଣନିଧି ପରିଡ଼ା ଯାଜପୁର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ୫ ଲକ୍ଷ ଓ ସରପଞ୍ଚ, ସମିତି ସଦସ୍ୟମାନଙ୍କ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି। ତେଣୁ ଦୈନନ୍ଦିନ ଭାବେ ଏହାକୁ ଖର୍ଚ୍ଚ ତାଲିକାରେ ଉପଯୁକ୍ତ ଭାବେ ଲିପିବଦ୍ଧ କରିବା ସହ ବିଡିଓମାନେ ଏ ସଂକ୍ରାନ୍ତରେ ଅନୁଧ୍ୟାନ ବା ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟ ଏକ ବୈଠକରେ ଯେଉଁଠାରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରି ନାହାନ୍ତି ସେଠାରେ ପୁନଶ୍ଚ ନାମାଙ୍କନ ଦାଖଲ ପାଇଁ ବ୍ୟବସ୍ଥା ହୋଇଛି। ଚଳିତ ମାସ ୨୯ରୁ ୩୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri