ନଦୀ ମଝିରେ ପୂଜା ପାଉଛନ୍ତି ପଶ୍ଚିମେଶ୍ୱର

କଟକ ଅଫିସ, ୩୦ା୧: ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପୁରାତନ ଶକ୍ତିପୀଠ ରହିଛି। କେତେକ ସ୍ଥାନରେ କେବଳ ଦେବୀ ପୂଜା ପାଉଥିବାବେଳେ ଆଉ କେତେକ ସ୍ଥାନରେ ଶିବ ଓ ଶକ୍ତିଙ୍କ ମୂର୍ତ୍ତି ପୂଜା କରାଯାଉଛି । ଏପରି ଏକ ଧର୍ମପୀଠ କଟକ ଜିଲାରେ ରହିଛି। ଆଠଗଡ଼ ବ୍ଲକ ଅଧୀନ କନ୍ଦରପୁର ଗ୍ରାମ ନିକଟ ମହାନଦୀ ମଝିରେ ରହିଛି ଏକ ଛୋଟ ସୁନ୍ଦର ଦ୍ୱୀପ। ସେଠାରେ ପୂଜା ପାଉଛନ୍ତି ଅମଙ୍ଗେଇ ଠାକୁରାଣୀ ଓ ପଶ୍ଚିମେଶ୍ୱର ମହାଦେବ। ତେବେ ଅମଙ୍ଗେଇ ଠାକୁରାଣୀଙ୍କ ନାମରେ ଦ୍ୱୀପର ନଁା ଅମଙ୍ଗେଇ କୁଦ ହୋଇଛି। ପଶ୍ଚିମେଶ୍ୱର ମନ୍ଦିର ନିର୍ମାଣ ସମ୍ପର୍କରେ ଠିକ୍‌ ତଥ୍ୟ ନ ଥିବାବେଳେ ଏହା ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପଶ୍ଚିମେଶ୍ୱର ମନ୍ଦିରର ଡାହାଣ ପାର୍ଶ୍ୱରେ ଅମଙ୍ଗେଇ ଠାକୁରାଣୀ ପୂଜା ପାଉଛନ୍ତି। ସେହିପରି ମୁଖ୍ୟମନ୍ଦିରର ୩ ପାର୍ଶ୍ୱରେ ତିନି ଠାକୁର ପୂଜା ପାଉଛନ୍ତି। ମନ୍ଦିର ସମ୍ମୁଖ ଭାଗକୁ ପୁନରୁଦ୍ଧାର କରାଯାଇଥିବାରୁ ଉକ୍ତ କାନ୍ଥରେ କୌଣସି କାରୁକାର୍ଯ୍ୟ ଦେଖିବାକୁ ମିଳେନାହିଁ। ହେଲେ ପଛପାର୍ଶ୍ୱ କାନ୍ଥରେ ଅନେକ ପୁରାତନ ଐତିହ୍ୟ ରହିଛି। ସେହିପରି ଉପର ଭାଗରେ ୨ ଧାଡି ଶ୍ରୀ ବିଚିତ୍ରବୀର ଲେଖା ହୋଇଛି, ଯାହାକି ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି।

ମୁଖ୍ୟପର୍ବ
ପ୍ରତିବର୍ଷ ମାଘ ସପ୍ତମୀ ଓ ଜାଗରରେ ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଯାତ୍ରା ହୋଇଥାଏ। ଏହି ସମୟରେ ଜନଗହଳି ଦେଖିବାକୁ ମିଳେ।

ଏଠାକୁ କେମିତି ଯିବେ
କଟକରୁ ଏହି ସ୍ଥାନର ଦୂରତା ପ୍ରାୟ ୩୫ କିମି। ଏଠାକୁ ଯିବା ପାଇଁ ହେଲେ କଟକରୁ ଆଠଗଡ଼ ମାର୍କେଟ୍‌ ପାଇଁ ବସ୍‌ ବ୍ୟବସ୍ଥା ରହିଛି। ସେଠାରୁ କନ୍ଦରପୁର ଗ୍ରାମକୁ ଅଟୋରେ ଯିବାକୁ ପଡିବ। ପରେ ଉକ୍ତ ଗ୍ରାମ ନିକଟ ମହାନଦୀରେ ପ୍ରାୟ ୧କିମି ଜଳଯାତ୍ରା କରି ଅମଙ୍ଗେଇକୁଦରେ ପହଞ୍ଚିହେବ ା

ନିକଟବର୍ତ୍ତୀ ସ୍ଥାନ
ଏହା ନିକଟରେ ଅଂଶୁପା ହ୍ରଦ ରହିଛି, ଯାହାର ଦୂରତା ୧୫ କିମି। ସେହିପରି ଏହି ସ୍ଥାନଠାରୁ ୨୫ କିମି ଦୂରରେ ଧବଳେଶ୍ୱର ମନ୍ଦିର ଓ ୨୦ କିମି ଦୂରରେ ବାଙ୍କୀର ଚର୍ଚ୍ଚିକା ମନ୍ଦିର ରହିଛି।

ପଶ୍ଚିମେଶ୍ୱର ମହାଦେବ ମନ୍ଦିର ବହୁ ପୁରାତନ। ରାଜରାଜୁଡା ସମୟରେ ଏହାକୁ ନିର୍ମାଣ କରାଯାଇଥିଲା। ମାତ୍ର କଳାପାହାଡ଼ ଆସି ଏହାକୁ ଭାଙ୍ଗିବା ପରେ ସେଭଳି ଅବସ୍ଥାରେ ରହିଥିଲା। ୧୯୯୮ ମସିହାରେ ଏହାର ପୁନରୁଦ୍ଧାର କରାଯାଇଥିଲା। ହେଲେ ଦୀର୍ଘବର୍ଷ ପରେ ବି ଭକ୍ତଙ୍କ ପାଇଁ ଏଠାରେ ମୌଳିକ ସୁବିଧା କରାଯାଇନାହିଁ।
ବିକାଶ ମହାପାତ୍ର, ମନ୍ଦିର ପୂଜକ

ଏହି ମନ୍ଦିରର ଯେଉଁଭଳି ଭାବେ ଉନ୍ନତିକରଣ କାର୍ଯ୍ୟ କରାଯିବା କଥା, ସେଭଳି ହୋଇନାହିଁ। ଏପରି କି ଦ୍ୱୀପରେ ବିଦ୍ୟୁତ୍‌ ଓ ପାନୀୟଜଳର ସୁବିଧା ନାହିଁ। ସରକାର ଯାହା ସାହାଯ୍ୟ କଲେ, ବାକି କାମ ଗଁା ଲୋକମାନେ ମିଳିମିଶି କରୁଛୁ।
ଛବି ଧଳ, ସ୍ଥାନୀୟ ବାସିନ୍ଦା

ପଶ୍ଚିମେଶ୍ୱର ମହାଦେବ ମନ୍ଦିର ପ୍ରାଚୀନ କଳିଙ୍ଗ ଶିଳ୍ପକଳାର ଏକ ଅପୂର୍ବ ନିଦର୍ଶନ। ମନ୍ଦିର କାନ୍ଥରେ ଥିବା ପ୍ରାଚୀନ ଅଭିଲେଖକୁ ବିଚାର କଲେ ଏହା ଅଷ୍ଟମ କିମ୍ବା ନବମ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଉଛି। ତେବେ ପିଢ଼ା ଶୈଳୀରେ ନିର୍ମିତ ଜଗମୋହନ ତଥା ସମ୍ମୁଖରେ ଥିବା ସ୍ତମ୍ଭଯୁକ୍ତ ମଣ୍ଡପ ସମ୍ଭବତଃ ପରବର୍ତ୍ତୀ ସମୟରେ ଗଙ୍ଗବଂଶ କିମ୍ବା ସୂର୍ଯ୍ୟବଂଶୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ମୁଖ୍ୟ ମନ୍ଦିର କାନ୍ଥରେ ଥିବା ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଅବକ୍ଷୟ ହେବାକୁ ବସିଲାଣି। ତୁରନ୍ତ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ତତ୍ପର ହେବା ଆବଶ୍ୟକ ା
ଦୀପକ କୁମାର ନାୟକ, ଗବେଷକ


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଗୋପାଳପୁର,୧।୭(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଞ୍ଚଳରେ ଚୋର ଦଳ ସକ୍ରିୟ ହୋଇପଡ଼ିଛନ୍ତି l ଗୋଟିଏ ପରେ ଗୋଟିଏ ଘରେ କଳାକନା ବୁଲାଇ...

୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି।...

ଗାଡ଼ି ଧକ୍କାରେ ଚାଲିଗଲା ହେଟା ବାଘର ଜୀବନ

ଖଡ଼ିଆଳ,୧ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ୩୫୩ନଂ. ଜାତୀୟ ରାଜପଥର ପୋଡାପାଲି କେନାଲ ତ୍ରିବେଣୀ ଛକ ନିକଟରେ ସୋମବାର ଅଜଣା ଗାଡ଼ି ଧକ୍କାରେ ଏକ...

ପାଟ୍ରୋଲିଂ ବେଳେ ୧୪୩ କେଜି ଗଞ୍ଜେଇ ଜବତ, ସର୍ଚ୍ଚ ଅପରେଶନ ଜାରି

ଦାରିଙ୍ଗବାଡ଼ି,୧।୭ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସକୁ ପୁଣି ଏକ ବଡ଼ ସଫକତା ମିଳିଛି। ଜଙ୍ଗଲରେ ପାଟ୍ରୋଲିଂ ବେଳେ ୧୪୩...

ରଥଯାତ୍ରାରେ ପୁରୀ ଆସୁଥିବା ଭକ୍ତଙ୍କ ହେବ ଗଣନା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ...

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା

ଭୁବନେଶ୍ୱର,୧।୭: ରଥଯାତ୍ରା ପୂର୍ବରୁ ରାଜ୍ୟ ଅତିଥି ଭବନରେ ସୋମବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଆଇନ ମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri