ଫ୍ୟାଶନ୍‌ ମଡେଲିଂରୁ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗୀର ଅଫିସ,୩୧ା୧: ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ପଞ୍ଚାୟତ ଭିନ୍ନ ଏକ ଦିଗରୁ ଚର୍ଚ୍ଚାର ପରିସରକୁ ଆସିଛି। ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଫ୍ୟାଶନ୍‌ ମଡେଲ ଦୁନିଆର ଜଣେ ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ନନ୍ଦ। ୨୦୧୫ମସିହାରେ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ଫଟୋଜେନିକ୍‌ ଭାବେ ପୁରସ୍କୃତ ହୋଇଥିବା ପ୍ରିୟଙ୍କା ଏବେ ଫ୍ୟାଶନ୍‌୍‌ ଦୁନିଆରୁ ସିଧାସଳଖ ରାଜନୀତି ମଇଦାନକୁ ଆସିଛନ୍ତି। ତାଙ୍କ ପୈତୃକ ଗ୍ରାମ ହେଉଛି ଚୂଡାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଢ଼ୁଲୁସର। ତାଙ୍କ ପିତା ସ୍ବର୍ଗତ ରୋହିତ ନନ୍ଦ ଥିଲେ ଭାରତ ସରକାରଙ୍କ ଗୋଳାବାରୁଦ କାରଖାନାର ଜଣେ କର୍ମଚାରୀ। ମାତା ଶୋଭାରାଣୀ ନନ୍ଦ ଏବେ ମଧ୍ୟପ୍ରଦେଶର ଇଟାରସି ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ। ପ୍ରିୟଙ୍କା ଭୋପାଳସ୍ଥିତ ବରକତ୍‌ଉଲ୍ଲା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ତେବେ ପରିବାର ଲୋକଙ୍କ ପରାମର୍ଶ ପରେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ସେ ସ୍ବୀକୃତି ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷିତା ପ୍ରିୟଙ୍କା ନିଜ ଗଁା ପାଇଁ କିଛି କରିବାର ସଂକଳ୍ପ ନେଇ ରାଜନୀତି ମଇଦାନକୁ ଓହ୍ଳାଇଥିବା କହିଛନ୍ତି। ମଡେଲିଂ କ୍ଷେତ୍ରଠାରୁ ରାଜନୀତି ସମ୍ପୂର୍ଣ୍ଣ ଅଲଗା। ତେବେ ଗଁା ଲୋକଙ୍କ ସେବା କରିବାର ସୁଯୋଗ ଥିବାରୁ ସେ ରାଜନୀତି ମଇଦାନକୁ ଆସିଥିବା କହିଛନ୍ତି। ଲୋକଙ୍କ ଦ୍ୱାରା ବିଜୟୀ ହେଲେ ଚୂଡାପାଲି ଗ୍ରାମ ପଞ୍ଚାୟତକୁ ସବୁଦିଗରୁ ଉନ୍ନତି ପଥରେ ଆଗେଇନେବେ ବୋଲି କହିଛନ୍ତି। ଏବେ ସେ ଘରକୁ ଘର ନିର୍ବାଚନ ପ୍ରଚାରରେ ବୁଲୁଛନ୍ତି। ଲୋକଙ୍କୁ ତାଙ୍କ ମନ କଥା କହି ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ଗ୍ଲାମର ଓ ମଡେଲିଂ କ୍ଷେତ୍ରରୁ ଗ୍ରାମ୍ୟ ରାଜନୀତି ମଇଦାନକୁ ଓହ୍ଲାଇଥିବା ପ୍ରିୟଙ୍କା ଏବେ ଅନେକଙ୍କ ପାଇଁ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ର ପାଲିଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri