ଝାଡ଼ଖଣ୍ଡରେ ଜମତରା ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ୍‌

ଭୁବନେଶ୍ୱର,୫।୨(ବ୍ୟୁରୋ): ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଜମତରା ଗ୍ୟାଙ୍ଗର ୩ଜଣ ସାଇବର ଲୁଟେରାଙ୍କ ୪ ଦିନିଆ ରିମାଣ୍ଡ ଅବଧି ସରିଛି। ଶୁକ୍ରବାର ସେମାନଙ୍କୁ ପୁଣି ଜେଲ୍‌ ପଠାଇ ଦିଆଯାଇଛି। ତେବେ ଏମାନଙ୍କୁ ଜେରାବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଝାରଖଣ୍ଡରେ ରହିଛନ୍ତି। ସେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସମେତ ପୂରା ର଼୍ୟାକେଟକୁ ପରିଚାଳନା କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏଡିଜି କହିଛନ୍ତି, ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ମୁମ୍ବାଇରୁ ଜଣେ ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ ଗ୍ରାହକଙ୍କ ତଥ୍ୟ ସଂଗ୍ରହ କରି ସଦସ୍ୟଙ୍କ ଦ୍ୱାରା ଠକେଇ କରୁଥିଲେ। ସେମାନେ ଯେଉଁ ମୋବାଇଲର ସିମ୍‌କାର୍ଡ ବ୍ୟବହାର କରୁଥିଲେ, ତାହାର ଆଇଏମ୍‌ଇଆଇ ସମ୍ପର୍କରେ ସମସ୍ତ ରାଜ୍ୟକୁ ସୂଚନା ଦିଆଯାଇଥିଲା। ୭ଟି ରାଜ୍ୟରେ ଏମାନଙ୍କ ବିରୋଧରେ ୫୫ଟି ମାମଲା ରହିଥିବା ଜଣାପଡିଛି। ଏମାନଙ୍କ ବିରୋଧରେ ସର୍ବାଧିକ ୪୫ଟି ଠକେଇ ମାମଲା ତେଲଙ୍ଗାନାରେ ରହିଛି। ଏହି ଗ୍ୟାଙ୍ଗ ଉତ୍ତରପ୍ରଦେଶରେ ଦୁଇଟି ମାମଲାରେ ସମ୍ପୃକ୍ତ ଥିବାବେଳେ ଗୋରଖପୁରର ଖଜାନିରୁ ୩ଲକ୍ଷ ୮୬ହଜାର ଟଙ୍କାର ସାଇବର ଠକେଇ ଅଭିଯୋଗ ରହିଛି। ଏଥିସହ କର୍ନାଟକ, ଦାଦ୍ରାନଗର ହାବେଳି, ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏ ମାମଲା ଏବଂ ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ଦୁଇଟି ଲେଖାଏ ମାମଲାରେ ଏହି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି। ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ତଦନ୍ତ ଚାଲିଛି। ଏଥିସହ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ତଥ୍ୟ ମିଳିଛି। ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଖୁବ୍‌ଶୀଘ୍ର ମୁମ୍ବାଇ ଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଏଡିଜି ପଣ୍ଡା ଲୋକଙ୍କୁ ସଚେତନ କରାଇଛନ୍ତି। ସେ କହିଛନ୍ତି, ଅଜଣା ନମ୍ବରରୁ ଆସୁଥିବା କଲ୍‌ ଓ ମେସେଜ ପ୍ରତି ସତର୍କ ରୁହନ୍ତୁ। କୌଣସି ବ୍ୟକ୍ତିଗତ ନମ୍ବରରୁ କେହି କଲ୍‌ କରି ତଥ୍ୟ ମାଗିଲେ ସତର୍କ ରହିବା ସହ ବ୍ୟାଙ୍କ ଓଟିପିକୁ କାହାକୁ ନ ଦେବାକୁ ସେ କହିଛନ୍ତି। ଏଥିସହ ମୋବାଇଲକୁ ଆସୁଥିବା ଅଜଣା କଲ୍‌ ନମ୍ବର ବାବଦରେ ଜାତୀୟ ସାଇବର ଅପରାଧ ପୋର୍ଟାଲରେ ଅଭିଯୋଗ କରିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri