ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା

ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନବଜୋତ ସିଦ୍ଧୁ ମଧ୍ୟ ପଛରେ ନାହାନ୍ତି। ସିଦ୍ଧୁଙ୍କ ସହ ତାଙ୍କ ଲଳନା ରାବିଆ ସିଦ୍ଧୁ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଶୁକ୍ରବାର ନିର୍ବାଚନୀ ପ୍ରଚାର ସମୟରେ ରାବିଆ ବିକ୍ରମ ସିଂହ ମାଜିଥିଆଙ୍କ ଉପରେ ଶବ୍ଦର ବାଣ ପ୍ରହାର କରିଛନ୍ତି। ସେ କହିଛନ୍ତି, ମଜିଠାରେ ତେଜରାତି ଦୋକାନରେ ମଧ୍ୟ ନିଶା ଦ୍ରବ୍ୟ ବିକ୍ରି ହେଉଛି। ତେବେ ଚଳିତ ନିର୍ବାଚନ କାହା ସହିତ କାହାର ପ୍ରତିଯୋଗିତା ହେଉଛି ତାହା ଜାଣିବାକୁ ପଡ଼ିବ। ଡ୍ରଗ୍ସ କବଳରୁ ନିଜ ପିଲାଙ୍କୁ ବଞ୍ଚାଇବେ ନା ସେମାନଙ୍କୁ ନିଶାରେ ଲିପ୍ତ ହେବାକୁ ଛାଡ଼ିଦେବେ ବୋଲି ରାବିଆ ଜନତାଙ୍କୁ ପ୍ରଶ୍ନ କରିଛନ୍ତି। ତେଣୁ ଲୋକଙ୍କୁ ଭଲଭାବେ ଜଣାଅଛି ସେମାନେ କାହାକୁ ଭୋଟ ଦେବେ। ପୂର୍ବରୁ ନିର୍ବାଚନ ସମୟରେ ଲୋକମାନେ ଟଙ୍କା ନେଇ ଭୋଟ ଦେଉଥିଲେ ହେଲେ ଚଳିତ ଥର ନୁହେଁ। ଆହୁରି ମଧ୍ୟ ସେ କହିଛନ୍ତି, ତାଙ୍କ ବାପା ସତ୍‌ ପଥରେ ଚାଲୁଛନ୍ତି ତେଣୁ ଆଗକୁ ବିଧାବିଘ୍ନ ଆହୁରି ଆସିପାରେ। ତେବେ ଯେ ଯେପର୍ଯ୍ୟନ୍ତ ବାପା ନିର୍ବାଚନରେ ବିଜୟ ହାସଲ କରିନାହାନ୍ତି ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ ବୋଲି ରବିଆ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri