ପ୍ରତିଦ୍ୱନ୍ଦ୍ୱିତାରେ ପୁରୁଖା ନେତା

ଚଣ୍ଡିଖୋଲ,୧୨ା୨(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ୧୯ ନଂ. ଜୋନ୍‌ ଜିଲା ପରିଷଦ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ଭାଜପା ଓ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଠାରେ ବିଜେଡି ପକ୍ଷରୁ ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲ, କଂଗ୍ରେସ ପକ୍ଷରୁ ଜିଲା ସେବାଦଳ ଅଧ୍ୟକ୍ଷ ଶ୍ରୀକାନ୍ତ ମଲ୍ଲିକ, ଭାଜପା ପକ୍ଷରୁ ସମିତିସଭ୍ୟ କିଶୋର ରାଉତ ଓ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ମୋକିମ ଖାଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଚାରିନଙ୍ଗଳ, ନଳିପୁର, ବରପଦା, ମଝିପଡ଼ା, ଅଚ୍ୟୁତବସନ୍ତ, ମାଣ୍ଡୁକା, ବାଲିଚନ୍ଦ୍ରପୁର ଓ ପତରାଜପୁର ୯ ପଞ୍ଚାୟତର ୧୨୭ ୱାର୍ଡକୁ ନେଇ ଏହି ଜୋନ୍‌ ଗଠିତ। ଉକ୍ତ ଜୋନ୍‌ର ମୋଟ୍‌ ଭୋଟର ସଂଖ୍ୟା ୪୦,୭୦୦। ଯେଉଁଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦,୭୬୩ ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୯,୩୩୫ ରହଛି। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳ ଶାସକ ବିଜେଡି ସପକ୍ଷରେ ରହିଥିଲା। ବିଜେଡି ପ୍ରାର୍ଥୀ ଇତିଶ୍ରୀ ସାମଲ ୧୧,୭୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ନିକଟତମ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ରାଉତ ୮,୨୨୯ ଭୋଟ ପାଇଥିବାବେଳେ ଭାଜପା ପ୍ରାର୍ଥୀ ଅମିତା ଜେନା ୫,୧୭୯ ଖଣ୍ଡ ଭୋଟ୍‌ ପାଇଥିଲେ। ସେହିଭଳି ସ୍ବାଧୀନ ପ୍ରାର୍ଥୀ ସଙ୍ଗୀତା ବଳ ୧୧୩୨ ଖଣ୍ଡ ଭୋଟ ପାଇଥିଲେ। ତେବେ ଚଳିତ ଥର ଶାସକ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଏବେ ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୮ ନଂ. ଜୋନ୍‌ରୁ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଜିଣିଥିବା ଅରବିନ୍ଦଙ୍କ ଏହି ଜୋନ୍‌ର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମୀଙ୍କ ସହ ସିଧାସଳଖ ସମ୍ପର୍କ ରଖିଛନ୍ତି। ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ବିଧାୟକଙ୍କ ବିକାଶ ଓ ଦଳର ସଙ୍ଗଠନ ବଳରେ ଚଳିତ ନିର୍ବାଚନରେ ବିଜୟୀ ହେବାକୁ ଆଶାରଖି ସେ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜଣେ ଦକ୍ଷ ସଙ୍ଗଠକ। କଂଗ୍ରେସର ଜିଲା ସେବାଦଳ ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଶ୍ରୀକାନ୍ତଙ୍କ ସ୍ତ୍ରୀ ଗୀତାଞ୍ଜଳି ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇ ୮ ହଜାରରୁ ଅଧିକ ଭୋଟ ହାତେଇଥିଲେ। ବଡ଼ଚଣା ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଙ୍ଗଠନ ଭୁଶୁଡ଼ିଥିଲେ ମଧ୍ୟ ଶ୍ରୀକାନ୍ତ ଏହି ଜୋନ୍‌ର ପୁରୁଣା ମୁହଁ ଭାବେ ନିଜର ସଙ୍ଗଠନ, ସ୍ଥାନୀୟ ସମସ୍ୟା, ଶାସକ ଦଳର ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର କରିଛନ୍ତି। ସେହିଭଳି ଭାଜପାରୁ ପ୍ରାର୍ଥୀ ହୋଇଥିବା କିଶୋର ରାଉତ ମାଣ୍ଡୁକା ପଞ୍ଚାୟତ ସମିତିସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ରାଉତ ଦୁଇଦୁଇଥର ସମିତିସଭ୍ୟ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ଜଣେ ଭଲ ସଙ୍ଗଠକ ଭାବେ ଜଣାଶୁଣା। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ଶାସକ ଦଳର ଦୁର୍ନୀତିକୁ ଅସ୍ତ୍ରକରି ସେ ଲୋକଙ୍କ ପାଖକୁ ଯାଉଛନ୍ତି। ଭୋଟର ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶାବାଦୀ। ସେହିପରି ଆମ୍‌ ଆଦ୍‌ମୀ ପାର୍ଟିର ପ୍ରାର୍ଥୀ ମୋକିମ ପ୍ରଥମ କରି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ସାଇକେଲ ଧରି ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ତେବେ ୨୦୧୨ ଓ ୨୦୧୭ରେ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ଇତିଶ୍ରୀ ସାମଲ ବିଜୟୀ ହୋଇଥିଲେ। ତେଣୁ ବିଜେଡିର ଗଡ଼ କୁହାଯାଉଥିବା ଏହି ଜୋନ୍‌କୁ ଏଥର କେଉଁ ଦଳ ହାତେଇବ ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri