ପୁରୁଷୋତ୍ତମପୁରର ୩୩ ବୁଥ୍‌ ଅତି ସମ୍ବେଦନଶୀଳ

ପୁରୁଷୋତ୍ତପୁର,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏହାକୁ ନେଇ ବ୍ଲକ ନିର୍ବାଚନ ଅଧିକାରୀ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି। ୨୬ଟି ପଞ୍ଚାୟତରେ ୩ଟି ଜୋନ୍‌ ରହିଛି। ଏଥିରେ ୩୬୪ଟି ବୁଥ୍‌ ରହିଥିବା ବେଳେ ସେଥିରୁ ୩୩ଟି ଅତି ସମ୍ବେଦନଶୀଳ ବୁଥ୍‌। କୋଳାସିଙ୍ଗି, ବଡବରଗାଁ ପ୍ରାଥମିକ ବିଦ୍ୟାଳୟ, କେଏନ ପୁର ହାଇସ୍କୁଲ, ବାଘଳା ପ୍ରାଥମିକ ବିଦ୍ୟାଳୟ, ରଣଝାଲି ପ୍ରାଥମିକ ବିଦ୍ୟାଳୟ, ସୁନାଥର ପ୍ରାଥମିକ ବିଦ୍ୟାଳୟରେ ହୋଇ ଥିବା ବୁଥ୍‌କୁ ଚିହ୍ନଟ କରାଯାଇଥିବା ବେଳେ ୧୧୨ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି। ଏହି ବୁଥ୍‌ଗୁଡ଼ିକ ଉପରେ କଡ଼ାନଜର ଦିଆଯାଇଛି। ୮ଟି କ୍ଲଷ୍ଟର ମାଧ୍ୟମରେ ୨୬ ଜଣ ସେକ୍ଟର ଅଫିସରଙ୍କ ସମେତ ୩୬୪ ଜଣ ପ୍ରିଜାଇଡିଂ ଅଫିସର, ୭୨୮ ଜଣ ପୋଲିଂ ଅଫିସର ନିଯୁକ୍ତ କରାଯାଇଥିବା ବେଳେ ୬୦୦ରୁ ୭୦୦ ଭୋଟର ଥିବା ବୁଥ୍‌ରେ ଅତିରିକ୍ତ ପୋଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି। ୩ଟି ଷ୍ଟ୍ରଙ୍ଗରୁମ୍‌ ବ୍ଲକ ପରିସରରେ କରାଯାଇ ପୋଲିସର କଡ଼ାସୁରକ୍ଷା ସହ ସିସିଟିଭି ନଜରରେ ରଖାଯାଇଛି। ପୋଲିସ ପକ୍ଷରୁ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟଙ୍କ ନେତୃତ୍ୱରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୩ ଜଣ ଡିଏସ୍‌ପି, ୭ଜଣ ଇନ୍ସପେକ୍ଟରଙ୍କ ସମେତ ୫୩୦ ଜଣ ପୋଲିସ କର୍ମଚାରୀ ନିଯୁକ୍ତି କରାଯାଇଛି। ଏହାସହ ସ୍ବତନ୍ତ୍ର ଫ୍ଲାଇଙ୍ଗ ସ୍କ୍ବାଡ ଗଠନ କରାଯାଇଛି। ଏଠାରେ ସରପଞ୍ଚ ପଦବୀ ଲାଗି ୮୮ଜଣ, ସମିତିସଭ୍ୟ ପଦବୀ ଲାଗି ୭୬ ଜଣ ଓ ଓ୍ବାର୍ଡସଭ୍ୟ ପଦବୀ ଲାଗି ୪୯୧ଜଣ ନିର୍ବାଚନ ମଇଦାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri