Posted inଭଦ୍ରକ

ରାଜନୈତିକ ହିଂସା: ଘର, ଗାଡ଼ି ଭଙ୍ଗାରୁଜା

ବାସୁଦେବପୁର,୨୨।୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତ ଭାତପଡ଼ା ଗ୍ରାମରେ ରବିବାର ରାତିରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ନେଇ ଉତ୍ତେଜନା ଦେଖାଦେଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଗୋଟିଏ ପକ୍ଷରୁ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଭଗବାନ ଚନ୍ଦ୍ର ନାୟକ ଓ ଅନ୍ୟ ପକ୍ଷର କଂଗ୍ରେସ ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପୁଅ ସତ୍ୟବ୍ରତ ଜେନା। ଆହତ ଭଗବାନଙ୍କୁ ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସ ନେତା ସୁରେନ୍ଦ୍ର ବିଶ୍ୱାଳଙ୍କ ବାଇକ୍‌ ଭଙ୍ଗାରୁଜା କରାଯାଇଛି। ସେହିପରି କଂଗ୍ରେସ ସମର୍ଥିତ ୱାର୍ଡସଭ୍ୟ ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘରକୁ କେତେଜଣ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି। ଏହି ରାଜନୈତିକ ହିଂସା ନେଇ ସୋମବାର ବାସୁଦେବପୁର ଥାନାରେ ୩ଟି ଅଭିଯୋଗ ହୋଇଛି।
ସମିତିସଭ୍ୟ ଭଗବାନ ଘରେ ଥିବାବେଳେ କେତେଜଣ କଂଗ୍ରେସ କର୍ମୀ, ସମର୍ଥକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି। ଅପରପକ୍ଷେ ୱାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନଙ୍କ ସ୍ତ୍ରୀ ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ, ବିପକ୍ଷ ରାଜନୈତିକ ଦଳର ଶତାଧିକ କର୍ମୀ ଓ ସମର୍ଥକ ତାଙ୍କ ଘର, ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିସହ ଘରେ ପଶି ଭଙ୍ଗାରୁଜା କରି ମୋବାଇଲ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର କେତେଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ବାଇକ୍‌ ଭାଙ୍ଗି ଦେଇଥିବା ଏବଂ ତାଙ୍କ ବାପା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଣିଭଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଖମ୍ବକୁ ଭାଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଏନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ। ଘଟଣାର ତଦନ୍ତ ଚାଲିଥିବା ବାସୁଦେବପୁର ଥାନା ସବ୍‌ ଇନ୍ସପେକ୍ଟର ବିଶ୍ୱଜିତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

ଚୋରଙ୍କୁ ଧରିବାରେ ପୋଲିସ ବିଫଳ, ଥାନା ଘେରାଉ କଲେ ଗ୍ରାମବାସୀ

ତିହିଡ଼ି,୫ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ସାମନ୍ତରାୟପୁର ଗ୍ରାମର ଅଧିବାସୀମାନେ ଗୁରୁବାର ପୀରହାଟ ଥାନା ଘେରାଉ କରିବା...

ତହସିଲ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ

ତିହିଡି,୨।୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ ତାଳପଦା ପଞ୍ଚାୟତବାସୀ ସୋମବାର ତିହିଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି...

ଜବରଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ କଲେ ପଞ୍ଚାୟତବାସୀ

ତିହିଡ଼ି,୨ା୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ତାଳପଦା ପଞ୍ଚାୟତର ଅଧୀବାସୀମାନେ ସୋମବାର ତିହିଡ଼ି ତହସିଲ କାର୍ଯ୍ୟାଳୟକୁ ଘେରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି...

ବିଧାନସଭାରେ ପ୍ରଶ୍ନ, ଚାନ୍ଦବାଲିରେ ପ୍ରତିକ୍ରିୟା

ଚାନ୍ଦବାଲି,୨।୯(କିଷାନ ପାତ୍ର): ଜିଲା ଧର୍ମଶାଳାର ପୂର୍ବତନ ରାଜନେତା ସ୍ବର୍ଗତ କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗରେ ବିଧାନସଭାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରଶ୍ନକୁ ନେଇ ଭାଜପା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା

ଭଦ୍ରକ,୧।୯(ସନାତନ ରାଉତ): ବାରିପଦା ଦେବୋତ୍ତର ବିଭାଗ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମଠ, ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇବା ପାଇଁ ଗତ ଅଗଷ୍ଟ ୨୮ରୁ...

ଓଲଟିଲା ସ୍କୁଲ ଭ୍ୟାନ: ୧୦ ଛାତ୍ରୀଛାତ୍ର ଆହତ

ଚାନ୍ଦବାଲି:୮।୩୦: ଭଦ୍ରକ ଜିଲା ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି...

ଭଦ୍ରକ ଡେଙ୍ଗୁ ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା

ଭଦ୍ରକ,୨୭ା୮(ସନାତନ ରାଉତ): ଭଦ୍ରକ ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ଜୁଲାଇରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri