Posted inଭଦ୍ରକ

୭ ଦିନର ଯାତ୍ରା ପରେ ୟୁକ୍ରେନ୍‌ରୁ ଆସିଲେ ସିଦ୍ଧାର୍ଥ

ଧାମନଗର, ୯।୩: ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେଠାରେ ରହୁଥିବା ଓଡ଼ିଶାର ଛାତ୍ରୀଛାତ୍ର ଭୟ ଓ ଆଶଙ୍କା ଭିତରେ ଥିବା ବେଳେ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚେଷ୍ଟା ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏକ ସ୍ବତନ୍ତ୍ର ବିମାନ ଯୋଗେ ୟୁକ୍ରେନରେ ପଡ଼ୁଥିବା ୭୭ ଜଣ ଛାତ୍ରୀଛାତ୍ର ସୋମବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଭଗବାନପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଖଗେଶ୍ୱର ମହାପାତ୍ର ଓ ତାଙ୍କର ସହଧର୍ମିଣୀ ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଞ୍ଜିଷ୍ଠା ମିଶ୍ରଙ୍କ ପୁଅ ସିଦ୍ଧାର୍ଥ ମହାପାତ୍ର। ୨୦୧୬ ମସିହାରୁ ୟୁକ୍ରେନର ଭିଏନ କାର୍ଜୀନ ୟୁନିଭର୍ସିଟିକୁ ମେଡିକାଲ(ମେଡିସିନ) ପଢ଼ିବାକୁ ଯାଇଥିଲେ। ଆସନ୍ତା ଏପ୍ରିଲ ୨୦୨୨ରେ ତାଙ୍କ ପାଠ୍ୟକ୍ରମ ଶେଷ ହୋଇଥାନ୍ତା । ଓଡ଼ିଶା ସରକାରଙ୍କ ଦ୍ୱାରା ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ୭ ଦିନର ଯାତ୍ରା ପରେ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଲୁଣାପାଣି, କୁମ୍ଭୀର ଆତଙ୍କ ନିଦ ହଜାଇଛି

ଚାନ୍ଦବାଲି,,୧୬।୧୦(ଅଶୋକ କୁମାର ପଣ୍ଡା):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଶ୍ଚିମରେ ସାଳନ୍ଦୀ, ଦକ୍ଷିଣରେ ବୈତରଣୀ, ପୂର୍ବରେ ମନ୍ତେଇ ନଦୀ ସହ କେତେକ କେନାଲ ଓ ଯୋର ଘେରି...

ପୂଜା ମଣ୍ଡପ ବୁଲିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର,୧୨।୧୦(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାଷ୍ଟମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପ...

ଭଦ୍ରକରେ ୨୩ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ

ଭଦ୍ରକ,୧୧ା୧୦(ସନାତନ ରାଉତ): ଭଦ୍ରକ ସହରର ୨୩ଟି ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି। ଶୁକ୍ରବାର ମହାଷ୍ଟମୀ ପୂଜା ଥିବାରୁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ...

ସୁଭଦ୍ରା KYC ପାଇଁ ବ୍ୟାଙ୍କରେ ଠେଲାପେଲା: ଭିଡ଼ରେ ଜଣେ ଆହତ

ଭଦ୍ରକ,୯।୧୦: ସୁଭଦ୍ରା ପାଇଁ କଓ୍ବୋଇସି ଅପଡେଟ ବେଳେ ବୁଧବାର ଏକ ଅଭାବନୀୟ ସ୍ଥିତ ଦେଖିବାକୁ ମିଳିଛି। ବ୍ୟାଙ୍କରେ ପ୍ରବଳ ଭିଡ଼ ଓ ଠେଲାପେଲା ଭିତରେ ଜଣେ...

ଧାମନଗର ଏନଏସିରୁ ହଟିଲା ୧୬୩ କଟକଣା

ଭଦ୍ରକ,୯।୧୦: ଧାମନଗର ଏନଏସିରୁ ହଟିଲା ୧୬୩ କଟକଣା। ଧୋବଲ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ୧୬୩ ଧାରା ହଟିଛି। ଆଜି ଠାରୁ କଟକଣା ହଟିବା ନେଇ...

ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ

ଚାନ୍ଦବାଲି, ୯।୧୦ (କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳେଶରପୁର ପଞ୍ଚାୟତ ସରପଞ୍ଚ ରାଶନ କାର୍ଡ ହାତେଇଥିବା ନେଇ ଭାଜପା ପକ୍ଷରୁ ସୋମବାର ବିଡିଓଙ୍କ...

ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri