ମିଳୁନି ରାଜସ୍ୱ ଗ୍ରାମ ମାନ୍ୟତା

କେନ୍ଦୁଝର,୧।୪ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର କଅଁଳେଇ ବାଲିପାଳ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନି। ଫଳରେ ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ସଂରକ୍ଷିତ ଜଙ୍ଗଲାଞ୍ଚଳରେ ଥିବା ଏହି ଗାଁର ୧୫୦ ବନବାସୀ ପରିବାର ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହି ଗାଁ ନାମରେ ପଞ୍ଚାୟତ ରହିଛି , କିନ୍ତୁ ରାଜସ୍ବ ଗ୍ରାମର ମାନ୍ୟତା ମିଳି ନ ଥିବାରୁ ଏହି ନାମଧାରୀ ପଞ୍ଚାୟତ ସେଠାରୁ ପ୍ରାୟ ୮ କି.ମି. ଦୂର ରାଇଘାଟି ଗ୍ରାମରେ ଚାଲିଛି।
୨୦୧୭ରେ ପଞ୍ଚାୟତବାସୀ ବିଭିନ୍ନ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଚଳିତ ବର୍ଷ କଅଁଳେଇ ବାଲିପାଳର ପାଖାପାଖି ୨୮୮ ଭୋଟର ସେମାନଙ୍କ ଦାବି ପୂରଣ ନ ହେବାରୁ ପ୍ରତିବାଦ କରି ପୂର୍ବ ନିଷ୍ପତ୍ତି କ୍ରମେ ଭୋଟଦାନରୁ ବିରତ ରହିଥିଲେ। ବ୍ଲକ ମୁଖ୍ୟାଳୟ ଠାରୁ ୪୦ କି.ମି. ଦୂରରେ ଥିବା ଏହି ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ। ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି ଲୋକେ। ବର୍ଷା ଦିନରେ ଅଧିକ ଅସୁବିଧାରେ ପଡ଼ୁଛନ୍ତି। ଟେଲିଫୋନ ସେବା ନ ଥିବାରୁ ଆମ୍ବୁଲାନ୍ସ ଓ ଦମକଳ ସଂସ୍ଥା ସହ ଯୋଗାଯୋଗ କରି ପାରୁ ନାହାନ୍ତି ଲୋକେ। ସେହିପରି ବିଦ୍ୟୁତ୍‌ ବ୍ୟବସ୍ଥା ନାହିଁ। ଏହି ଗ୍ରାମରେ ୪ଟି ନଳକୂପ ଖନନ ହୋଇଥିଲେ ହେଁ କାମରେ ଲାଗୁନାହିଁ। ଫଳରେ ଏବେ ହିଞ୍ଜଳ ଝରଣା, ଦେଶବନ୍ଧ ଝରଣା ଓ କପାଜଳ ଝରଣା ଉପରେ ଲୋକେ ପାଣି ପାଇଁ ନିର୍ଭର କରୁଛନ୍ତି। ସେହିପରି ଗ୍ରୀଷ୍ମ ଋତୁରେ ଏହି ସବୁ ଝରଣା ଶୁଖିଗଲେ ସେଠାରୁ ପ୍ରାୟ ୧ କି.ମି. ଦୂରରେ ଥିବା ହଦଗଡ଼ ଡ୍ୟାମରୁ ଗରାଡେକଚି ବା ଭାରରେ ବୋହି ପାଣି ଆଣି ବ୍ୟବହାର କରୁଥିବା ସ୍ଥାନୀୟ ଅଧିବାସୀ ବୁଧୀରାମ ପୂର୍ତ୍ତି କହିଛନ୍ତି। ଏହି ଗ୍ରାମରେ ଜଣେ ମଧ୍ୟ ବିଜୁ ପକ୍କା ଯୋଜନାରେ ଘର ଖଣ୍ଡେ ପାଇ ନ ଥିବା ବେଳେ ବ୍ୟକ୍ତିଗତ ବା ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ପାଇ ନ ଥିବା କହିଛନ୍ତି। ଫଳରେ ଏହାକୁ ନେଇ ଗ୍ରାମବାସୀ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ସମସ୍ୟା ସମାଧାନ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଣୁ ସେମାନେ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି। ଏପରିକି ନିୟମାନୁଯାୟୀ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି ନେଇ ରାଜ୍ୟପାଳଙ୍କୁ ଲିଖିତ ଜଣାଇବା ପରେ ଜିଲା ପ୍ରଶାସନକୁ ପଦକ୍ଷେପ ନେବାକୁ ଜଣାଇଛନ୍ତି। ଏଣୁ ଜିଲାପାଳଙ୍କ ପଦକ୍ଷେପକୁ ନେଇ ସ୍ଥାନୀୟ ବନବାସୀ ବହୁ କିଛି ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri