ରେଳଷ୍ଟେଶନରୁ ଧରାପଡ଼ିଲା ପକେଟମାର୍‌ ଗ୍ୟାଙ୍ଗ୍‌

ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ଭୁବନେଶ୍ୱର ରେଳ ଷ୍ଟେଶନରେ ବାରମ୍ବାର ପକେଟମାର୍‌ ସହ ଚୋରି ଓ ଲୁଟ୍‌ ହେଉଛି। ସୋମବାର ରାତିରେ ଜିଆର୍‌ପି ହାତରେ ଏକ ପକେଟମାର ଗ୍ୟାଙ୍ଗ୍‌ର ୩ଜଣ ସଦସ୍ୟ ଧରାପଡିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନାଞ୍ଚଳର ଚିରଞ୍ଜିବ ସାହୁ (୧୯), ପୁରୀ କୁମ୍ଭାରପନା ଥାନାଞ୍ଚଳର ରଞ୍ଜିତ ଦାସ (୨୭) ଓ ଖଣ୍ଡିଗିରି ଥାନା ପାତ୍ରପଡ଼ାର ମାଧବ ମଲ୍ଲିକ (୧୯)। ସେମାନଙ୍କଠାରୁ ପୋଲିସ ଦୁଇଟି ଲଗେଜ ବ୍ୟାଗ୍‌, ଦୁଇଟି ମୋବାଲ୍‌ ଫୋନ୍‌ ଓ ୧୭ହଜାର ୫ଶହ ଟଙ୍କା ଜବତ କରିଛି। ଏନେଇ ପୋଲିସ ୮୦/୧୯ରେ ଏକ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।
ପୋଲିସର ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ଆର୍‌ପିଏଫ, ଜିଆର୍‌ପି ଓ ଏସ୍‌ଟିଏଫ୍‌ ମିଳିତ ଭାବେ ଷ୍ଟେଶନ ପରିସରରେ ଚଢାଉ କରି ତଲାସି ଚଳାଇଥିଲା। ପୁରୁଣା ଟିକେଟ କାଉଣ୍ଟ ନିକଟରେ ଉପରୋକ୍ତ ୩ଜଣ ଅଭିଯୁକ୍ତଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ଅଟକାଇ ପଚରାଉଚରା କରିଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପୋଲିସର ସନ୍ଦେହ ବଢ଼ିଥିଲା। ଯାଞ୍ଚ କରିବା ପରେ ସେମାନଙ୍କ ନିକଟରେ ଥିବା ଦୁଇଟି ଲଗେଜ ବ୍ୟାଗ ଓ ମୋବାଇଲ ଫୋନ ଚୋରା ବୋଲି ଜଣାପଡିଥିଲା। ପରେ ପୋଲିସ ସେମାନଙ୍କୁ ଥାନାକୁ ଉଠାଇ ନେଇ ଯାଞ୍ଚ କରିବାରୁ ୧୭ ହଜାର ୫୦୦ଟଙ୍କା ମିଳିଥିଲା। ପଚରାଉଚରା ପରେ ସେମାନେ ପକେଟମାର ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି କହିଥିଲେ। ଷ୍ଟେଶନ ଅଞ୍ଚଳରେ ଚୋରି ଓ ପକେଟମାର କରନ୍ତି। ବିଶେଷକରି ଭିଡ଼ ସ୍ଥାନ ଓ ଶୋଇଥିବା ଲୋକଙ୍କୁ ଟାର୍ଗେଟ କରନ୍ତି ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Subhadra Yojana: ବିଜେଡି ଡରିଗଲାଣି, ଔଷଧ ବିକଳରେ ତାଟିଆ କାମୁଡୁଛି’

ଭୁବନେଶ୍ୱର,୭।୯: ‘ସୁଭଦ୍ରା’କୁ ନେଇ ବିଜେଡିର ଟିପ୍ପଣୀକୁ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି। ୨୫ ବର୍ଷର...

କ’ଣ ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ

ଭୁବନେଶ୍ୱର,୭।୯: ସୁଜିତ କୁମାର ବିଜେଡି ଛାଡ଼ି ଭାଜପାରେ ଯୋଗ ଦେବା ପ୍ରସଙ୍ଗରେ ଭାଜପା ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ...

ବଡ଼ ବୟାନ ଦେଲେ ବରିଷ୍ଠ ବିଜେଡି ନେତା ଅମର ଶତପଥୀ, କିଏ ଆଉ ଦଳ ଛାଡ଼ିବେ…

ଭୁବନେଶ୍ୱର,୭।୯: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ...

ଗଣେଶ ପୂଜା ବିସର୍ଜନ ପାଇଁ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ ରହିଛି…

ଭୁବନେଶ୍ୱର,୭।୯: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ ବିଏମସି ଗାଇଡଲାଇନ୍‌ ଜାରି କରିଛି। ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି ହୋଇଛି  ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri