ବାଣିଜ୍ୟକର, ଜିଏସ୍‌ଟି ସଂସ୍ଥାର ବାର୍ଷିକ ସମୀକ୍ଷା

ଭୁବନେଶ୍ୱର,୨୦।୪: ଗତ କିଛି ମାସ ହେବ ରାଜ୍ୟର ଜିଏସ୍‌ଟି ଟିକସ ଆଦାୟ ପୂର୍ବାପେକ୍ଷା ଭଲ ରହିଛି। ଏପରିକି ଓଡ଼ିଶାର ଟିକସ ସଂଗ୍ରହ ସାରା ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିବା କୁହାଯାଇଛି। ଟିକସ ସଂଗ୍ରହର ସଫଳତା ଓ ବିଫଳତାକୁ ନେଇ ଗତ ୨ ଦିନ ହେବ ସ୍ଥାନୀୟ ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ ପରିସରରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି ସଂସ୍ଥା ଅନ୍ତର୍ଗତ ସମସ୍ତ ରେଞ୍ଜ ଓ ସର୍କଲଗୁଡ଼ିକର ବାର୍ଷିକ ସମୀକ୍ଷା କରାଯାଇଛି। ଏହି ପରିପ୍ରେକ୍ଷୀରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍କଲଗୁଡ଼ିକର ପ୍ରଦର୍ଶନ ଏବଂ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ଜିଏସ୍‌ଟି ଆଦାୟରେ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ବୃଦ୍ଧିହାର ହାସଲ କରିଥିବାରୁ କମିଶନର ରାଜ୍ୟ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ଜିଏସ୍‌ଟି ସଂଗ୍ରହ ୪୪୩୩୪.୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୦-୨୧ରେ ଏହା ୨୯୮୫୨.୭୬ କୋଟି ଟଙ୍କା ଥିଲା। କମିଶନରଙ୍କ ସମୀକ୍ଷାରୁ ଜଣାପଡ଼ିଛି ଯେ, ଉପରୋକ୍ତ ଅଭିବୃଦ୍ଧିରେ ବଡ଼ବିଲ, ଯାଜପୁର, ଅନୁଗୋଳ, ଭୁବନେଶ୍ୱର-୨, ଭୁବନେଶ୍ୱର-୩ ଏବଂ ରାଉରକେଲା-୧ ସର୍କଲଗୁଡ଼ିକର ବିଶେଷ ସହଯୋଗ ରହିଛି। ଅନ୍ୟ ସର୍କଲଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ରାଉରକେଲା-୨, ଭଦ୍ରକ, କଟକ-୨, କେନ୍ଦୁଝର ଓ ବାଲେଶ୍ୱର ସର୍କଲଗୁଡ଼ିକ ଟାର୍ଗେଟଠାରୁ ପଛରେ ପଡ଼ିଯାଇଛନ୍ତି। ଅଧିକ ପ୍ରଚେଷ୍ଟାକରି ଏବଂ ଅର୍ଥନୈତିକ ଗୋଇନ୍ଦା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ବ ଅଭିବୃଦ୍ଧି ଘଟାଇବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଆଟାଚ୍‌ମେଣ୍ଟ ମାଧ୍ୟମରେ ଡିମାଣ୍ଡ କରାଯାଇ, ରାଜସ୍ବର ନୂତନ ଉତ୍ସ ଯଥା ବାଲି ଓ ପଥର ଖାଦାନ ଆଦିରୁ ରାଜସ୍ବ ସଂଗ୍ରହ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ବାଣିଜ୍ୟ କର ଅଧିକାରୀ ଏବଂ ଅତିରିକ୍ତ ବାଣିଜ୍ୟକର ଅଧିକାରୀଙ୍କର ପ୍ରମୁଖ କାର୍ଯ୍ୟ ଯଥା ଅର୍ଥନୈତିକ ଗୋଇନ୍ଦା ରିପୋର୍ଟରେ ଥିବା ବଡ଼ବଡ଼ ରିଟର୍ନ ଖିଲାପୀ ଓ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଫଇସଲା ମାଧ୍ୟମରେ ଟିକସ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେବାକୁ କମିଶନର ଜୋର୍‌ ଦେଇଥିଲେ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ଓ ଅଣଜିଏସ୍‌ଟି କାର୍ଯ୍ୟକଳାପ କ୍ଷେତ୍ରରେ କାର୍ଯ୍ୟ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଜିଏସ୍‌ଟି ଆୟୁକ୍ତ ଲୋହାନି ଟିକସଦାତାଙ୍କର ପ୍ରକୃତ ଅଭିଯୋଗ ପ୍ରତି ଧ୍ୟାନଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଶେଷକରି ମୋ’ ସରକାର ସେଲ୍‌କୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହେବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫-ଟି ନିୟମ ଓ ୨୦୨୨-୨୩ର କାର୍ଯ୍ୟଯୋଜନାକୁ ଉପଯୁକ୍ତ ଢଙ୍ଗରେ ଅନୁସରଣ କଲେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଲୋହାନି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri