ଚାଇନା-ସୋଲୋମନ ଦ୍ୱୀପପୁଞ୍ଜ ସୁରକ୍ଷା ଚୁକ୍ତି, ଆମେରିକା ସମେତ ୪ ଦେଶର ବଢ଼ିଲା ଚିନ୍ତା…

ବେଜିଂ, ୨୧।୪ : ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡ ଚାଇନା ଏବଂ ସୋଲୋମନ ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ସ୍ବତନ୍ତ୍ର ଇଣ୍ଡୋ-ପାସିଫିକ ଅଞ୍ଚଳ ପାଇଁ ଏହା ଏକ ଗମ୍ଭୀର ବିପଦ ବୋଲି ଏହି ୪ ଦେଶ ଚିନ୍ତା କରୁଛନ୍ତି। ହ୍ବାଇଟ ହାଉସ ଅନୁଯାୟୀ, ଏପ୍ରିଲ ୧୮ରେ ଏନେଇ ଚାରି ଦେଶର ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ଡକାଯାଇଥିଲା।

ହ୍ବାଇଟ ହାଉସ କହିଛି ଯେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ସଂଯୋଜକ କୁର୍ତ୍ତ କ୍ୟାମ୍ପବେଲ ଏବଂ ଆମେରିକାର ନୌସେନାର ଇଣ୍ଡୋ-ପାସିଫିକ କମାଣ୍ଡରଆଡମିରାଲ ଜନ ସି ଆକ୍ୱିଲିନଙ୍କ ସମେତ ପୂର୍ବ ଏସିଆର ସହକାରୀ ସଚିବ ଡାନିଏଲ କ୍ରିଟେନବ୍ରି ଅଷ୍ଟ୍ରେଲିଆ, ଜାପାନ ଏବଂ ନ୍ୟୁଜିଲାଣ୍ଡର ବରିଷ୍ଠ ଅଧିକାରୀମାନେ ହୋନୋଲୁଲୁରେ ଡକାଯାଇଥିବା ଏହି ବୈଠକରେ ଯୋଗ ଦେଇଥିଲେ।

ସାମୁଦ୍ରିକ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶଠାରୁ ଆରମ୍ଭ କରି ଜଳବାୟୁ ସଙ୍କଟ ଏବଂ କରୋନା ପର୍ଯ୍ୟନ୍ତ ଚ୍ୟାଲେଞ୍ଜଗୁଡିକୁ ସମାଧାନ କରିବା ପାଇଁ ଆମେରିକା ଏହି ଅଞ୍ଚଳରେ ନିଜର ଯୋଗଦାନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛି। ହ୍ବାଇଟ ହାଉସର ଏକ ବିବୃତ୍ତିରେ କୁହାଯାଇଛି ଯେ “ଆମେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶ ସହ ସର୍ବଦା ଏକ ଘନିଷ୍ଠ ସହଭାଗୀତା ବଜାୟ ରଖିବୁ। ହୋନୋଲୁଲୁରେ ଅଧିକାରୀମାନେ ଚାରି ଦେଶର ସ୍ଥାୟୀ ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ପ୍ରତି ପ୍ରତିବଦ୍ଧତା ପାଇଁ ପ୍ରତିଶୁତିବଦ୍ଧ।”

ହ୍ବାଇଟ ହାଉସ କହିଛି ଯେ ସୋଲୋମନ ଦ୍ୱୀପପୁଞ୍ଜ ଏବଂ ଚାଇନା ମଧ୍ୟରେ ପ୍ରସ୍ତାବିତ ସୁରକ୍ଷା ଚୁକ୍ତି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶ ପାଇଁ ଗୁରୁତର ବିପଦକୁ ନେଇ ଚାରି ଦେଶର ଅଧିକାରୀ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଅଷ୍ଟ୍ରେଲିଆ କହିଛି, ଚାଇନା ଏହି ମହାଦେଶର ଦେଶମାନଙ୍କୁ ଭୟଭୀତ କରିବା ପାଇଁ ସୋଲେମାନ ଦ୍ୱୀପପୁଞ୍ଜରେ ଏକ ନୌସେନା ଭିତ୍ତିଭୂମି ନିର୍ମାଣ କରିବାକୁ ଚାହୁଁଛି। ଆମେରିକା କହିଛି ଯେ ଏହି ଚୁକ୍ତି ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ଚାଇନା ସାମରିକ ବାହିନୀ ନିୟୋଜନ ପାଇଁ ସୁଯୋଗ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

ପାକିସ୍ତାନରେ କେତେ ଆତଙ୍କୀ ରହୁଛନ୍ତି ପାକ୍‌ ସେନା ନିଜେ କଲା ଖୁଲାସା, କହିଲା ପ୍ରତ୍ୟେକ କୋଣ ଅନୁକୋଣରେ…

ଇସଲାମାବାଦ,୬ା୯: ଭାରତରେ ଆତଙ୍କବାଦ ସୃଷ୍ଟି କରୁଥିବା ପାକିସ୍ତାନ ସବୁବେଳେ ଅସ୍ବୀକାର କରେ ଯେ, ଆତଙ୍କବାଦୀଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। କିନ୍ତୁ ବର୍ତ୍ତମାନ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri