ପ୍ରଧାନ ଶିକ୍ଷକଙ୍କ ଭରସାରେ ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟ

ଚନ୍ଦ୍ରପୁର,୨୫।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ଚନ୍ଦ୍ରପୁର ବ୍ଲକର ଡବ୍ଲ୍ୟୁଇଓ ଲଓ୍ବୋର ଜେନା, ନିମନ୍ତ୍ରିତ ଅତିଥି ରୂପେ ବୁଡ଼ିବାଲି ସରପଞ୍ଚ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶମ୍ଭୁ ଗଗେରଙ୍ଗା, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ସମେତ ସ୍କୁଲର ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ କରିବା ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ସ୍ବାଗତ କରିଛନ୍ତି। ତେବେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସରପଞ୍ଚ ଭୀମ ଗଗେରଙ୍ଗା ଜିଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବୁଡ଼ିବାଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦ ଖାଲି ପଡ଼ିଛି। ଜଣେମାତ୍ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଏକାଧିକ ଦାୟିତ୍ୱରେ ରହିଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ୱ ସହ ହଷ୍ଟେଲ୍‌ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ସମୟ ପାଉନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ସବୁ ଜାଣି ମଧ୍ୟ ଏଠାରେ ଶିକ୍ଷକ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି। ଏବେକାର ପ୍ରଧାନ ଶିକ୍ଷକ ପୂର୍ବରୁ ଏହି ସ୍କୁଲରେ ସହକାରୀ ଶିକ୍ଷକ ଥିଲେ। ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ବଦଳରେ ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ବୁଡ଼ିବାଲି ପଞ୍ଚାୟତରେ ମଙ୍ଗଳ ବିଭାଗ ଅଧୀନ ଏହି ଏକମାତ୍ର ବିଦ୍ୟାଳୟରେ ସମଗ୍ର ପଞ୍ଚାୟତର ଗରିବ ପରିବାରର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ପଢ଼ୁଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୮୦ ପିଲା ରହି ପଢ଼ୁଛନ୍ତି। ଛାତ୍ରୀ ହଷ୍ଟେଲରେ ଜଣେ ଶିକ୍ଷୟିତ୍ରୀ ରହିବା କଥା। କିନ୍ତୁ ଏଠାରେ ଥିବା ଶିକ୍ଷୟିତ୍ରୀଙ୍କୁ ମଙ୍ଗଳ ଅଧିକାରୀ ଡାଙ୍ଗସୋରଡ଼ା ସରକାରୀ ହାଇସ୍କୁଲକୁ ଡେପୁଟେସନରେ ପଠାଇ ଦେଇଛନ୍ତି। ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ତଳେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ସେବାଶ୍ରମ ବିଦ୍ୟାଳୟରେ ପୋକରା ଚାଉଳରୁ ପିଲାଙ୍କୁ ଖାଦ୍ୟ ଦିଆଯାଉଥିବାରୁ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଘରକୁ ପଳାଇ ଆସିଥିଲେ। ତେଣୁ ଜିଲାପାଳ ବିଭାଗୀୟ ସ୍କୁଲଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ...

ଭିଜିଲାନ୍ସ ଧରୁଧରୁ ବେହୋସ ହୋଇପଡ଼ିଥିଲେ ଯନ୍ତ୍ରୀ, ଘରୁ ମିଳିଲାଣି ନଗଦ ୧୪ ଲକ୍ଷ ୮୧ ହଜାର

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଆଜି ତାଙ୍କ ଘରୁ ବିପୁଳ...

ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭିଜିଲାନ୍ସକୁ ଦେଖି ହେଲେ ବେହୋସ, ଆଉ ତା’ ପରେ…

ରାୟଗଡ଼ା,୩୧ା୮(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ଜିଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାୟଗଡ଼ା ସହରର ନିଜ ଘରେ ମାଣ୍ଡିବିସି ପଞ୍ଚାୟତରେ...

ଚଳିତ ବର୍ଷ ଓଡ଼ିଶାର ଦୁଇ ଜଣ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୨୭ା୮: ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲା ନର୍ଲା ଜୟ ଦୁର୍ଗା ଉଚ୍ଚ...

ମୃତ ନିର୍ମାଣ ଶ୍ରମିକଙ୍କ ନାଁରେ କାର୍ଡ ପଞ୍ଜୀକରଣ

ରାୟଗଡ଼ା,୨୪।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶ୍ରମ କାର୍ଯ୍ୟାଳୟରେ ପିଛା ଛାଡ଼ୁନି ଦୁର୍ନୀତି ଓ କେଳେଙ୍କାରୀ। ନିର୍ମାଣ ଶ୍ରମିକ କାର୍ଡରେ ମୃତ୍ୟୁକାଳୀନ ବୀମା ଅର୍ଥ ହେରଫେର...

ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର

ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍‌ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ...

ଭାଜପାରେ ଯୋଗଦେଲେ ବହୁ ବିଜେଡି କର୍ମୀ

ରାୟଗଡ଼ା,୧୭।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗଦେଇଛନ୍ତି। ରାୟଗଡ଼ା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ୟାଲା ଭେଙ୍କଟେଶ୍ୱର...

ରେଳପଥରେ ଭୂସ୍ଖଳନ, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା,୮।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶିକରପାଇ ଓ କେଉଟଗୁଡ଼ା ରେଳ ଷ୍ଟେଶନ ମଝିରେ ଥିବା ୩୫ ନମ୍ବର ଟନେଲ ନିକଟରେ ଗୁରୁବାର ଭୂସ୍ଖଳନ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri