୩ ଦଳ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୪।୫: ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ସମୁଦାୟ ୧୪ ନାମାଙ୍କନପତ୍ର ଦାଖଲ ହୋଇଥିବାବେଳେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡି, ଭାଜପା, କଂଗ୍ରେସ ଓ ସିପିଆଇ ଆଦି ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଜୋର୍‌ଦାର ହେବ ବୋଲି ଚର୍ଚ୍ଚା ହେଉଛି।
ଗତ ନିର୍ବାଚନରେ ଶାସକ ବିଜେଡି ସହ ଭାଜପାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥର ଉପନିର୍ବାଚନରେ ଶାସକ ଦଳ ସହିତ ଭାଜପା ନା କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିତା ହେବ ସେନେଇ ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି। ବିଗତ ଦିନରେ ଏହି ବିଧାନସଭା ଆସନ ବାମପନ୍ଥୀ ଦଳ ହାତରେ ରହିଥିଲା। ସିପିଆଇ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରସନ୍ନ ପଣ୍ଡା ସର୍ବାଧିକ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୧, ୧୯୬୭, ୧୯୭୪, ୧୯୮୫, ୧୯୯୦ ଓ ୧୯୯୫ ମସିହାରେ ସେ ଏଠାରେ ବିଧାୟକ ଥିଲେ। ସେହିପରି କଂଗ୍ରେସରୁ ସ୍ବର୍ଗତ ଉପେନ୍ଦ୍ର ଦୀକ୍ଷିତ ଲଗାତର ୧୯୭୧, ୧୯୭୭ ଓ ୧୯୮୦ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସରୁ ପୂର୍ବତନ ବିଧାୟକ ଅନୁପ ସାଏ ମଧ୍ୟ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତର ୩ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୭ ଡିସେମ୍ବର ୨୬ରେ ପୂର୍ବତନ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସରୁ କେଶବ ସାହୁ ଓ ବିଜେଡିରୁ ରାଧାରାଣୀ ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ସାହୁ ୨୮,୪୭୬ ଭୋଟ୍‌ ପାଇଥିବାବେଳେ ବିଜେଡିର ପଣ୍ଡା ୨୭,୯୫୪ ଭୋଟ୍‌ ପାଇ ପରାଜିତ ହୋଇଥିଲେ। ୨୦୧୪ରେ ବିଜେଡିରୁ ଅନୁପ ସାଏ ଓ ଭାଜପାରୁ ରାଧାରାଣୀ ପଣ୍ଡା ନିର୍ବାଚନ ଲଢ଼ିଥିଲେ। ଏଥିରେ ପଣ୍ଡା ବିଜୟୀ ହୋଇଥିଲେ। ପରେ ୨୦୧୯ରେ ବିଜେଡିରୁ ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ ଭାଜପାରୁ ପୂର୍ବତନ ବିଧାୟିକା ପଣ୍ଡା ପ୍ରାର୍ଥିନୀ ହୋଇ ପରାଜିତ ହୋଇଥିଲେ। ଏ ସବୁକୁ ଦେଖିଲେ ଏଠାରେ ସିପିଆଇ ୬ଥର, କଂଗ୍ରେସ ୭ଥର, ଭାଜପା ଓ ବିଜେଡି ଥରେ ଲେଖାଏ ନିର୍ବାଚନ ଜିତିଛନ୍ତି। ଚଳିତ ଉପନିର୍ବାଚନରେ ଶାସକ ବିଜେଡି ଏହି ଆସନକୁ ବଜାୟ ରଖିବା ପାଇଁ ଚାହୁଁଥିବାବେଳେ କଂଗ୍ରେସ ମଧ୍ୟ ତା’ ଗଡ଼ ଫେରିପାଇବା ପାଇଁ ପ୍ରୟାସ ଚଳାଇଛି। ଭାଜପା କିନ୍ତୁ ଦ୍ୱିତୀୟଥର ଲାଗି ଏହି ଆସନ ହାତେଇବାକୁ ଅଣ୍ଟା ଭିଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri