Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିବା ୧୨ ବର୍ଷୀୟ ସୋନୁ ଏବେ ଚର୍ଚ୍ଚାରେ

ପାଟନା,୧୯।୫: ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅଧ୍ୟୟନ ପାଇଁ ସାହାଯ୍ୟ ମାଗିଥିବା ସୋନୁ କୁମାର ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ମେ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ନାଳନ୍ଦା ଗସ୍ତ ସମୟରେ ବିହାରର ଏକ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ଭିଡ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ। ସେ ସାର୍‌ ଶୁଣନ୍ତୁ କହି ଡାକିବା ମାତ୍ରେ ନୀତିଶ କୁମାର ଆଶ୍ଚର୍ଯ୍ୟ ହୋଇ ତାଙ୍କ ନିକଟକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସୋନୁ କହିଥିଲେ, ସାର୍‌ ଆମକୁ ଆଇଏଏସ୍‌, ଆଇପିଏସ୍‌ ହେବାର ଅଛି, ସରକାର ସ୍କୁଲରେ ପାଠପଢା ହେଉ ନାହିଁ।
ମୋ ପିତା ରଣବିଜୟ ଯାଦବ ଜଣେ ମଦ୍ୟପ। ସେ ରୋଜଗାରର ସମସ୍ତ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରନ୍ତି। ଏହି କାରଣରୁ ପରିବାର ମୋତେ ଏକ ଘରୋଇ ବିଦ୍ୟାଳୟକୁ ପଠାଇବାକୁ ସକ୍ଷମ ନୁହଁନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଧିକାରୀମାନଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଛନ୍ତି। ଏହାସହ ତୁରନ୍ତ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କୁ ତାଙ୍କର ପରବର୍ତ୍ତୀ ଅଧ୍ୟୟନର ଦାୟିତ୍ୱ ଦେଇଛନ୍ତି।

ସୋନୁଙ୍କ ଅଧ୍ୟୟନ ପ୍ରତି ପ୍ରବଳ ଆଗ୍ରହ ରହିଛି। ସେ ନିଜ ଗାଁରେ ନିଜଠାରୁ କମ୍‌ ବୟସର ପିଲାମାନଙ୍କୁ ଟ୍ୟୁସନ ଶିକ୍ଷା ଦିଅନ୍ତି। ଟ୍ୟୁସନରୁ ମିଳୁଥିବା ଟଙ୍କା ସହିତ ସେ ଏକ ଆଣ୍ଡ୍ରଏଡ ଫୋନ କିଣିଛନ୍ତି। ଏଥିରୁ ସେ ୟୁଟ୍ୟୁବରେ ଶିକ୍ଷା ଗ୍ରହଣ କରିଥାନ୍ତି। ସୋନୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି।
ଗାଁର ଲୋକମାନେ କୁହନ୍ତି ଯେ, ପିଲାଦିନରୁ ସୋନୁ ଅଧ୍ୟୟନରେ ବହୁତ ଭଲ। ତାଙ୍କ ପିତା ଦୁଗ୍ଧ ବିକ୍ରେତା ଭାବରେ କାର୍ଯ୍ୟ କରନ୍ତି ଏବଂ ମାତା ଲୀଲା ଦେବୀ ପାଠ ପଢିନାହାନ୍ତି।
ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେବାର ସ୍ବପ୍ନ ଦେଖୁଥିବା ସୋନୁ କହିଛନ୍ତି, ସରକାରୀ ବିଦ୍ୟାଳୟ ଶିକ୍ଷକମାନଙ୍କରେ ଯୋଗ୍ୟତା ଅଭାବ ରହିଛି। ସେଥିପାଇଁ ମୁଁ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦିଏ। ୟୁଟ୍ୟୁବ ମାଧ୍ୟମରେ ମୁଁ ଅଧିକ ଅଧ୍ୟୟନ ସମାପ୍ତ କରିଛି। ମୋ ପାଖକୁ ୩୦ ପିଲା ଟ୍ୟୁସନ୍‌ ପାଇଁ ଆସନ୍ତି। ସେମାନେ ପ୍ରତି ମାସରେ ୧୦୦ ଟଙ୍କା ଦେଇଥାନ୍ତି। ସେହି ପିଲାମାନଙ୍କୁ ଶିକ୍ଷିତ କରିବା ସହ ମୁଁ ମଧ୍ୟ ଆର୍ଥିକ ସହାୟତା ପାଇଥାଏ। ଅନେକ ପିଲା ଟଙ୍କା ମଧ୍ୟ ଦିଅନ୍ତି ନାହିଁ। ସାହାଯ୍ୟ ପାଇଁ ସରକାର ଦେଇଥିବା ସହାୟତାରେ ମୁଁ ଖୁସି ଅଛି। ଜଣେ ଅଧିକାରୀ ନ ହେବା ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ ଦରକାର। ତାଙ୍କ ମା’ ମଧ୍ୟ ତାଙ୍କ ପିଲାକୁ ଜଣେ ଅଫିସର ଭାବରେ ଦେଖିବାକୁ ଚାହାଁନ୍ତି।
ସୋନୁ ବିହାରର ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରା ଉନ୍ମୋଚନ କରିଛନ୍ତି। ତାଙ୍କୁ ପ୍ରତ୍ୟେକ ସ୍ଥାନରେ ଏକ ଉଦାହରଣ ଭାବରେ ଉପସ୍ଥାପିତ କରାଯାଉଛି। ଏହି ସମୟରେ ରାଜ୍ୟ ସଭା ଏମ୍‌ପି ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ ସୋନୁଙ୍କୁ ଭେଟିଛନ୍ତି। ସେ ସୋନୁଙ୍କ ଅଧ୍ୟୟନରେ ସାହାଯ୍ୟ ନିଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri