ନିଜ ଖର୍ଚ୍ଚରେ ଗଛ ଲଗାଇ ସୁରକ୍ଷା ଦେଉଛନ୍ତି ବିଭୂତି

ନବରଙ୍ଗପୁର,୫।୬(ବି.ପ୍ର.): ଗଛର ଉପକାରିତାକୁ ହୃଦୟଙ୍ଗମ କରି ନିଜେ ବିଭିନ୍ନ ଗଛ ଲଗାଇବା ସହ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସାମାଜିକ କର୍ମୀ ବିଭୂତି ପ୍ରସାଦ ପଣ୍ଡା। ଏହି କାମରେ ସହଯୋଗ କରନ୍ତି ସ୍ତ୍ରୀ ସୁନୀତା ଶତପଥୀ। ବିଭୂତିଙ୍କ ଉଦ୍ୟମରେ ଅନେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୀର୍ଘ ୬ ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବର ଓ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ରାସ୍ତା ଘାଟ, ଶ୍ମଶାନ ଓ ମନ୍ଦିର ପରିସରରେ ଗଛ ଲଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଭୂତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ଏକ ଖୋଲା ସ୍ଥାନରେ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା କରାଗଲା। ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାକୁ ଗଛ ଲଗାଇବାକୁ ଚାହିଁଲେ ବିଭୂତି। ମନ୍ଦିର ପରିସର ଓ ରାସ୍ତାର ଦୁଇ ପାର୍ଶ୍ୱରେ ତୁଳସୀ, ରୁଦ୍ରାକ୍ଷ, ଗୁଆ, ସପେଟା, ଡାଳଚିନି, ତେଜପତ୍ର, ଲିମ୍ବ, ଚମ୍ପା, ଡାଳିମ୍ବ, ତେଜପତ୍ର, ପାନପାତ୍ର, ସଜନା, ଗମ୍ଭାରୀ, ପିଜୁଳି, ନଡ଼ିଆ, ବିଭିନ୍ନ ପ୍ରକାର ଗୋଲାପ, ଶାଗୁଆନ, ଟଗର, ମାଳତୀ, ହେନା, ଅଶ୍ୱଗନ୍ଧା ଓ ସର୍ପଗନ୍ଧା ଭଳି ଅନେକ ଔଷଧୀୟ ବୃକ୍ଷ ଲଗାଇଲେ। ସେମାନଙ୍କ ସେବା ଯତ୍ନର ଦାୟିତ୍ୱ ମଧ୍ୟ ନେଉଥିଲେ ବିଭୂତି। ସେହିଭଳି ୪୦ ସ୍ଥାନରେ ରାସ୍ତାକଡ଼, ଛକ ଓ ଶ୍ମଶାନକୁ ସଂଯୋଗ କରୁଥିବା ରାସ୍ତା ଓ ପରିସର ମଧ୍ୟରେ ଗଛ ଲଗାଯାଇଛି। ଗଛଗୁଡ଼ିକ ଫୁଲ ଫଳରେ ଭର୍ତ୍ତିହୋଇ ଶୋଭା ବର୍ଦ୍ଧନ କରୁଛି। ଫଳଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି ବୋଲି ବିଭୂତି କହିଛନ୍ତି। ପାପଡ଼ାହାଣ୍ଡି, ଦଳେଇଗୁଡ଼ାର ଚାଷୀମାନଙ୍କ ସହ ଆଲୋଚନା ସରିଛି। ଜମି ହିଡ଼ରେ ଜୁନ୍‌ ମାସରେ ୩ ଶହ ଫଳ ଗଛ ଲଗାଯିବ ବୋଲି ସେ କହିଛନ୍ତି। ଅଣ ଜଳସେଚିତ ଜମିରେ ଖରିଫ ଋତୁରେ ଧାନ ଚାଷ ହେଉନାହିଁ। ଉକ୍ତ ସମୟରେ ଜମି ଖାଲି ରହୁଛି। ଏଥିପାଇଁ ଫଳଗଛ ଲଗାଯିବ। ଚାଷୀ ଫଳ ଉପଭୋଗ କରିବା ସହ ପରିବେଶ ମଧ୍ୟ ସବୁଜ ସୁନ୍ଦର ରହିବ। ଯେଉଁ ଗଛଗୁଡିକ ଲଗାଯିବ ସେଥିରେ ଜମି କିଭଳି ନଷ୍ଟ ହେବ ନାହିଁ ସେନେଇ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୨ଟି ଗଛ ଲଗାନ୍ତୁ। ଘର ଭିତରେ ବିଭିନ୍ନ ଫଳ, ଫୁଲ ଓ ଔଷଧୀୟ ଚାରା ଲଗାନ୍ତୁ । ସ୍ଥାନର ଅଭାବ ଥିଲେ ଛାତ ଉପରେ କୁଡୁଆରେ ମଧ୍ୟ ତୁଳସୀ, ଫୁଲ ଓ ଫଳ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱ ତୁଲାଇପାରିବେ ବୋଲି ବିଭୂତି କହିଛନ୍ତି। ଆଜିର ଦିନରେ ପରିବେଶ ସୁରକ୍ଷା ହିଁ ସମସ୍ତଙ୍କ ମୂଳମନ୍ତ୍ର ହୋଇ ରହିବା ଆବଶ୍ୟକ। ଦିନକୁ ଦିନ ପରିବେଶ ବିଗିଡ଼ିବାରେ ଲାଗିଛି। ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ଅଛି। ବୃକ୍ଷଲତା ମନୁଷ୍ୟ ଜୀବନ, ପଶୁ , ପକ୍ଷୀ ଓ କୀଟପତଙ୍ଗ ସମସ୍ତଙ୍କୁ ଉପାଦେୟତା ଯୋଗାଇ ଆସୁଛି। ପରିବେଶ ସୁରକ୍ଷା ହେଲେ ଆମେ ସୁସ୍ଥ ଜୀବନ ଯାପନ କରିପାରିବା । ଏନେଇ ବିଭିନ୍ନ ଚାରାରୋପଣ କରିବା ସହ ଅନ୍ୟକୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଭୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭସାଣିବେଳେ ଛୁରାମାଡ଼: ଜଣେ ନାବାଳକଙ୍କ ଚାଲିଗଲା ଜୀବନ

ନବରଙ୍ଗପୁର,୧୫।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରରେ ଛୁରାମାଡ଼l ଦୁର୍ଗା ମା’ଙ୍କ ଭସାଣିବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିଳମ୍ବିତ ରାତିରେ ଗଣ୍ଡଗୋଳ। ଛୁରାମାଡ଼ରେ ଗୋଟିଏ ଗୋଷ୍ଠୀର ଜଣେ ନାବାଳକ...

ରାତିରେ ତାଲା ଭାଙ୍ଗି ବିଦ୍ୟାଳୟରୁ ଚୋରି କରିନେଲେ ବସ୍ତାବସ୍ତା ଚାଉଳ

ଝରିଗାଁ,୯ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚାଉଳ ମହଜୁଦ ଘରର ତାଲା ଭାଙ୍ଗି ବସ୍ତାବସ୍ତା ଚାଉଳ...

ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣା: ନିଯୁକ୍ତପତ୍ର ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ବାରଣ, ବିଇଓ ଅଫିସ ସମ୍ମୁଖରେ ଧାରଣା

ଝରିଗାଁ,୭।୧୦(କିଶୋର ଚନ୍ଦ୍ର ମଣ୍ତଳ): ଜିଲା ଭିତ୍ତିକ ନିଯୁକ୍ତି ଦାବି ଘଟଣାରେ ନିଯୁକ୍ତପତ୍ର ପାଇଥିବା ନୂତନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସମ୍ପୃକ୍ତ ଗ୍ରାମରେ ରହିଥିବା...

ଚଳନ୍ତା ଆମ୍ବୁଲାନ୍ସରୁ ବାହାରିଗଲା ଚକ

ପାପଡାହାଣ୍ଡି, ୩।୧୦(ସ୍ବପ୍ନଜିତ ପଟ୍ଟନାୟକ): କୋଡ଼ିଙ୍ଗାରୁ ଜଣେ ରୋଗୀଙ୍କୁ ଛାଡ଼ି ଫେରିବା ବେଳେ ୧୦୮ ଆମ୍ବୁଲାନ୍ସର ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା। ସୌଭାଗ୍ୟ ବଶତଃ...

୭୦ ଜଣଙ୍କ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଚଳୁ

ନବରଙ୍ଗପୁର/ଡାବୁଗାଁ,୩।୧୦(ସଦାଶିବ ପ୍ରହରାଜ/ ପ୍ରଜ୍ଞାରଞ୍ଜନ ପରିଡ଼ା): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପାପଡ଼ାହାଣ୍ଡି ବ୍ଲକ ମାନିଗାଁ ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନୀ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ...

୪ରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ

 ନବରଙ୍ଗପୁର ,୩।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମିଳିତ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଆସନ୍ତା ୪ରେ ୧୨ ଘଣ୍ଟିଆ   ନବରଙ୍ଗପୁର  ଜିଲା ବନ୍ଦ ଡାକରା ଦିଆଯାଇଛି। ଏ...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ନାବାଳିକାଙ୍କୁ ବଳାତ୍କାର ପରେ ତଣ୍ଟିଚିପି…

ନବରଙ୍ଗପୁର, ୨୫।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ କଣ୍ଟାଗାଁର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଗତ ୧୭ରେ ଥାନାରେ ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri