ଖବର ଚିନ୍ତା

Dillip Cherian

ଉତ୍ତରପ୍ରଦେଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନବନୀତ୍‌ ସେହଗଲ ଏବେ ଜିଲା, ବ୍ଲକ୍‌, ତହସିଲ ସୂଚନା ଅଧିକାରୀମାନଙ୍କୁ ପ୍ରକ୍ରିୟାର ମୌଳିକ ସ୍ତରରେ ପ୍ରକାଶିତ ଖବରଗୁଡ଼ିକର ଯାଞ୍ଚ କରିବା ପାଇଁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ କୁହାଯାଇଛି ଯେ, ସ୍ଥାନୀୟ ଖବରଗୁଡ଼ିକ ଯୋଗୀ ସରକାରଙ୍କ ଭାବମୂର୍ତ୍ତିକୁ ନଷ୍ଟକରୁଛି। ଏହି ଚିଠି ପରେ କେନ୍ଦ୍ର ଓ ରାଜ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବହୁଦିନ ହେଲା ସମ୍ପୂର୍ଣ୍ଣ ଗୁରୁତ୍ୱ ନ ଥିବା ଜିଲା ସ୍ତରୀୟ ବାବୁମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି। ପୂର୍ବାପେକ୍ଷା ଏବେ ସେମାନଙ୍କ କାର୍ଯ୍ୟ ଅଧିକ ସଶକ୍ତ ହେବ ବୋଲି ଜଣାପଡ଼ୁଛି। ତେବେ ତୃଣମୂଳସ୍ତରରୁ ଆସୁଥିବା ଖବରଗୁଡ଼ିକୁ ଯାଞ୍ଚ କରିବା ଲାଗି ଅକସ୍ମାତ ଯୋଗୀ ସରକାରଙ୍କ ବାଧ୍ୟତା ପଛରେ କ’ଣ ରହିଛି ତାହା ଦେଖିବାକୁ ହେବ। ସ୍ପଷ୍ଟତଃ, ଅଧିକାଂଶ ଜାତୀୟ ଓ ଆଞ୍ଚଳିକ ମିଡିଆରେ ଯୋଗୀ ସରକାର ତାଙ୍କ ଭାବମୂର୍ତ୍ତିକୁ ସଞ୍ଚାଳନ କରିବାକୁ ଅଧିକ ନିଶ୍ଚିତ ଥିବାବେଳେ, ଏହାକୁ କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରସାର କରିବାକୁ ଅକ୍ଷମ ହୋଇଛି। ଏହିସବୁ ଅଞ୍ଚଳରେ ବାସ୍ତବତାଠାରୁ କମ୍‌ ଆକର୍ଷକ ମନେହେଉଥିବା ଅଧିକାଂଶ ଖବର ସାମ୍ନାକୁ ଆସୁଛି। ତେବେ ଦକ୍ଷ ତଥା କ୍ରାଇସିସ୍‌ ମ୍ୟାନେଜର ବା ସଙ୍କଟମୋଚକ ସଞ୍ଚାଳକ ଭାବେ ଜଣାଶୁଣା ସେହଗଲ ଏବଂ ତହସିଲରେ ଥିବା ବାବୁଗୋଷ୍ଠୀ ଏଭଳି ସ୍ଥିତିିରେ ଥିବା ଅଭାବ ପୂରଣ କରିପାରିବେ ବୋଲି ଆଶା କରାଯାଉଛି। ହାଥରସ୍‌ ବଳାକତ୍ାର ଘଟଣାରେ ସରକାର ତୀବ୍ର ଜନ ଅସନ୍ତୋଷ ସାମ୍ନା କରୁଥିବାବେଳେ ସେହଗଲ ସମାନ ପ୍ରକାର ଭୂମିକା ନିଭାଇଥିଲେ। କେବଳ ଏତିକି ନୁହେଁ, ସେ ପୂର୍ବରୁ ଦୁଇଟି ସରକାରରେ ମଧ୍ୟ କ୍ରାଇସିସ୍‌ ମ୍ୟାନେଜର ଭୂମିକା ନେଇଥିଲେ।
ବାବୁଙ୍କୁ ସମାଲୋଚନା
ବରିଷ୍ଠ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କର ପ୍ରଶାସନିକ ନିପୁଣତା ତାଙ୍କ ପାଇଁ ଖ୍ୟାତି ଆଣିଛି। ଏଥିପାଇଁ ସେ ‘ଟାସ୍କ ମାଷ୍ଟର’ ଭାବେ ଜଣାଶୁଣା। ସଡ଼କ ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦାୟିତ୍ୱ ବହନ କରିଥିବା ଗଡକରୀ ନିକଟରେ କହିଛନ୍ତି ଯେ, ମନ୍ତ୍ରୀମାନଙ୍କ ଆଦେଶରେ ସରକାର ଚାଲୁଥିବାରୁ ସେମାନେ ଯାହା କହିଲେ ବାବୁମାନେ କେବଳ ‘ୟେସ୍‌ ସାର’୍‌ କହିବା ଉଚିତ। ସମ୍ଭବତଃ, ନିକଟରେ ‘ମୁଡ୍‌ ଅଫ୍‌ ଦି ନେଶନ’ ସର୍ଭେର ଫଳାଫଳ ଗଡକରୀଙ୍କୁ ଅଧିକ ଉତ୍ସାହିତ କରିଛି। କାରଣ ଏହି ସର୍ଭେ ମୋଦି ସରକାରରେ ସବୁଠୁ ଭଲ ପ୍ରଦର୍ଶନ କରୁଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଗଡକରୀଙ୍କୁ ସ୍ଥାନିତ କରିଥିଲା। ଏହା ସ୍ପଷ୍ଟ ଯେ, ଅଧିକ ନୂତନ ଚିନ୍ତାଧାରା ସମ୍ପନ୍ନ ତଥା ସମର୍ପିତ ମନ୍ତ୍ରୀମାନଙ୍କ ପ୍ରଦର୍ଶନ କମ୍‌ ରହିଲେ ସେମାନଙ୍କ ମଧ୍ୟରେ ହତାଶ ଭାବ ପ୍ରକାଶ ପାଏ। କିଛି ଦିନ ପୂର୍ବେ, ବହୁ ଖବର ଦର୍ଶାଇ ଆସୁଛି ଯେ, ନୂଆ ରାଜପଥ ନିର୍ମାଣର ଗତି ମାନ୍ଦା ପଡ଼ିଯାଇଛି ଓ ଅନେକ ନବନିର୍ମିତ ରାଜପଥରେ ଖାଲଖମା ଦେଖାଦେଇଛି। ଏହିସବୁ ଖବର ଗଡକରୀଙ୍କ ରାଜପଥ ନିର୍ମାଣ ଲକ୍ଷ୍ୟ ଓ ସଫଳତା ସମ୍ପର୍କିିତ ଦାବିକୁ ଭୁଲ୍‌ ଦର୍ଶାଉଛି। କିଛି ମାସ ପୂର୍ବେ ଗଡକରୀ ରୋଡ୍‌ ପ୍ରୋଜେକ୍ଟଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ସର୍ବସାଧାରଣରେ ବାବୁମାନଙ୍କୁ କଟୁ ସମାଲୋଚନା କରିଥିଲେ। ଏହାଦ୍ୱାରା ବାବୁମାନଙ୍କ ଉପରେ ଯେଭଳି ପ୍ରଭାବ ପଡିବ ବୋଲି ଆଶା କରାଯାଉଥିଲା ତାହା ହୋଇପାରିଲା ନାହିଁ। ବୁଝାପଡ଼ୁଛି ଯେ,ପଥଭ୍ରଷ୍ଟ ବାବୁମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଗଡକରୀ ସେମାନଙ୍କୁ ସମାଲୋଚନା କରୁଛନ୍ତି। ତେବେ ଏହା ସେମାନଙ୍କୁ କେତେଦୂର ଆଗକୁ ନେଇପାରିବ? ବାବୁମାନେ ସତର୍କତାର ସହ ନୀରବତା ଅବଲମ୍ବନ କରୁଛନ୍ତି। ମନ୍ତ୍ରୀମାନଙ୍କ ସହ କିଭଳି କାମ କରିବାକୁ ହୁଏ ସେ ଗୁଣ ବାବୁମାନଙ୍କୁ ଭଲ ଭାବେ ଜଣା ଏବଂ ସେଥିପାଇଁ ‘ୟେସ୍‌ ମିନିଷ୍ଟର’କହିବା ପାଇଁ ସେମାନଙ୍କ ତରଫରୁ କମ୍‌ ସେ କମ୍‌ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି!
ଅନିଚ୍ଛୁକ ଆଇପିଏସ୍‌ ଅଧିକାରୀ
କେନ୍ଦ୍ର ସରକାରରେ ଲଗାତର ଅଲ୍‌ ଇଣ୍ଡିଆ ସର୍ଭିସ ଅଧିକାରୀମାନଙ୍କର ଅଭାବ ଲାଗି ରହିଛି। ଏଭଳି ସ୍ଥିତିରେ କେବଳ ତିନି ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସେଣ୍ଟ୍ରାଲ ଡେପୁଟେଶନ ବା କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ଯିବାକୁ ଚାହିଁଛନ୍ତି। ସିବିଆଇ, ଆଇବି ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ସମେତ ଅତିକମ୍‌ରେ ୧୭ଟି କେନ୍ଦ୍ରୀୟ ସଂସ୍ଥାରେ ଆଇପିଏସ୍‌ ଅଧିକାରୀଙ୍କ ନିମନ୍ତେ ୨୬୩ ପଦବୀ ଖାଲିରହିଛି। ସେଥି ମଧ୍ୟରୁ ଖାଲି ରହିଥିବା ଅଧିକାଂଶ ପଦବୀ ହେଉଛି ଡିଆଇଜି ଓ ଏସ୍‌ପି ସ୍ତରର। ସୂତ୍ରରୁ ଜଣାପଡ଼ିଛି ଯେ,ପୋଲିସ ଏସ୍‌ପି ର଼୍ୟାଙ୍କ୍‌ର ତିନି ଜଣ ଅଧିକାରୀ ନିଯୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଆଇଜି ଏବଂ ଏହା ଉପର ର଼୍ୟାଙ୍କର କୌଣସି ଆଇପିଏସ୍‌ ଅଧିକାରୀଙ୍କ ପକ୍ଷରୁ ଅଫର ଆସିନାହିଁ। ଚଳିତ ବର୍ଷ ଫେବୃୟାରୀରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ସଂଶୋଧିତ ଆଇପିଏସ୍‌ କାର୍ଯ୍ୟକାଳ ନୀତି ସହ ଆଇପିଏସ୍‌ ଅଧିକାରୀମାନଙ୍କ ଅନିଚ୍ଛାର ସମ୍ପର୍କ ଅଛି ବୋଲି କୁହାଯାଇପାରେ। ଏହି ସଂଶୋଧିତ ନୀତି ନିଯୁକ୍ତି ତାଲିକା ପାଇଁ ଡିଆଇଜି ସ୍ତରର ଆଇପିଏସ୍‌ ଅଧିକାରୀ ହେବା ଭଳି ବାଧ୍ୟତାମୂଳକ ଆବଶ୍ୟକତାକୁ ହଟାଇ ଦେଇଥିତ୍ଲା। ଆଉ ଏକ ସମସ୍ୟା ହେଉଛି, ଅନେକ ରାଜ୍ୟ ଅଧିକ ସଂଖ୍ୟକ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଚାହଁୁନାହାନ୍ତି କିମ୍ବା ମନ୍ଥରତା ପ୍ରକାଶ କରୁଛନ୍ତି। ଏହି ଗୋଟିଏ ସମସ୍ୟା ଶୀଘ୍ର ସମାଧାନ ହୋଇ ପାରିବ ନାହିଁ କି ନିକଟ ଭବିଷ୍ୟତରେ ସ୍ଥିିତିରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri