ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ):୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ। ୨୦୧୮ରେ ପ୍ରଥମଥର ପାଇଁ ଏହି ମହାକୁମ୍ଭର ସଫଳତା ପରେ ଦ୍ୱିତୀୟଥର ଲାଗି ଓଡ଼ିଶାରେ ଏହାର ଆୟୋଜନ ହେବାକୁ ଯାଉଛି। ଏଥିସହିତ ରାଜ୍ୟ ୨୦୧୭ରେ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମଧ୍ୟ ସଫଳତାର ସହ ଆୟୋଜନ କରିଛି। ଆସନ୍ତା କିଛି ମାସ ପରେ ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି। ଏହାର ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କଟକ ଓ ରାଉରକେଲା ପ୍ରଶାସନକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସାମିଲ କରାଯାଇଥିଲା।
ଦୁଇଟି ସହରରେ ବିଶ୍ୱକପ୍‌ ହେଉଥିବାରୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ଚ୍ୟାଲେଞ୍ଜ୍‌ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ଖେଳାଳି, କର୍ମଚାରୀ, ଦର୍ଶକମାନଙ୍କ ପାଇଁ ଏକ ଅବିସ୍ମରଣୀୟ ବିଶ୍ୱକପ୍‌ ଆୟୋଜନ କରିବା ନେଇ ସମସ୍ତେ ପ୍ରସ୍ତୁତ ହେବା ଦରକାର। କେତେକ ଦିଗ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେ ସବୁକୁ ନିର୍ଦ୍ଧାରିତ ସମୟରେ ସମୀକ୍ଷା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବିଭିନ୍ନ ବିଭାଗର ଅବିଶ୍ରାନ୍ତ କାର୍ଯ୍ୟ ଯୋଗୁ ୨୦୧୮ ବିଶ୍ୱକପ୍‌ ଆୟୋଜନରେ ବିଶ୍ୱସ୍ତରରେ ଆମ ରାଜ୍ୟର ଏକ ସ୍ବତନ୍ତ୍ର ଛବି ସୃଷ୍ଟି ହୋଇଛି। ଅଧିକ ଦର୍ଶକ ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ପାଣ୍ଡିଆନ କହିଛନ୍ତି ଯେ, ଦୁଇଟି ସ୍ଥାନରେ ହକି ବିଶ୍ୱକପ୍‌ ଆୟୋଜନ ପାଇଁ ଓଡ଼ିଶାକୁ ସୁଯୋଗ ମିଳିଛି, ଯାହା ପୂର୍ବରୁ କେବେ ହୋଇନାହିଁ। ସେଥିପାଇଁ ଆମ୍ଭେ ଗର୍ବିତ। ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରି ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ବିଶ୍ୱକପ୍‌ ଆୟୋଜନ ନୁହେଁ, ଏହାକୁ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ପ୍ରସାର ପାଇଁ ଏକ ସ୍ମରଣୀୟ ଶୋ’କେସ୍‌ ଭାବେ ଚିନ୍ତାକରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଖେଳାଳି ଓ ପ୍ରଶଂସକମାନଙ୍କ ପାଇଁ ଏସବୁକୁ ସ୍ମରଣୀୟ କରିବା ଲାଗି ମିଳିମିଶି କାର୍ଯ୍ୟ କରିବାକୁ ସମସ୍ତ ବିଭାଗକୁ ପାଣ୍ଡିଆନ ଅନୁରୋଧ କରିଛନ୍ତି। କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ମହାକୁମ୍ଭର ରୋଡ୍‌ମ୍ୟାପ ଉପସ୍ଥାପନ କରିଥିଲେ। ବିଶ୍ୱକପ୍‌ ପାଇଁ ରାଉରକେଲାରେ ଭିତ୍ତିଭୂମି ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି। ଏଥିସହିତ ସହରର ସୌନ୍ଦର୍ଯ୍ୟକରଣ ନେଇ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri