Posted inଜାତୀୟ

ଆଜାଦ୍‌ କରୁଥିଲେ ଡ୍ରଇଁ ରୁମ୍‌ ରାଜନୀତି, ତାଙ୍କ ବିନା ଦଳ ଉପରେ କୌଣସ ପ୍ରଭାବ ପଡ଼ିବ ନାହିଁ, କହିଲା କଂଗ୍ରେସ …

ନୂଆଦିଲ୍ଲୀ, ୧।୯ : କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ପରେ ଦଳର ନେତାଙ୍କ ମଧ୍ୟରେ କୌଣସି ଆଶଙ୍କା ନାହିଁ। ପୂର୍ବରୁ ପଞ୍ଜାବ ନ ଦାୟିତ୍ୱରେ ଥିବା ଆଶା କୁମାରୀଙ୍କ କହିଛନ୍ତି କଂଗ୍ରେସରେ ୫୦ ବର୍ଷ ଧରି କ୍ଷମତାରେ ରହି ମଉଜ ମଜଲିସ୍‌ କଲେ। ଯେତେବେଳେ କୌଣସି ପଦ ମିଳିବାର ଆଶା ନ ରହିଲା ସେତେବେଳେ ଗୁଲାମ ନବୀ ‘ଆଜାଦ୍‌’ ହୋଇଗଲେ। ରାହୁଲ ଗାନ୍ଧୀଙ୍କ ସମର୍ଥକ ଜଣେ ନେତା କହିଛନ୍ତି ଯେ ଗୁଲାମ ନବୀଙ୍କୁ ବର୍ତ୍ତମାନ ଗୁରୁତର ସହ ନିଆଯିବା ଉଚିତ ନୁହେଁ। ସେ ଡ୍ରଇଂ ରୁମ ରାଜନୀତି କରୁଥିଲେ। ତାଙ୍କ ବିନା କଂଗ୍ରେସ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଜୟରାମ ରମେଶ ଏକ ରହସ୍ୟ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଗୁଲାମ ନବୀ ଆଜାଦଙ୍କୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପରିଚିତ କରାଇଥିଲେ। ସେବେଠାରୁ ଆଜାଦ ମୋଦି ଏବଂ ଭାଜପା ପ୍ରତି ବେଶ୍‌ ନରମ ମନୋଭାବ ପୋଷଣ କରୁଥିଲେ।

ଜୟରାମ ରମେଶ କହିଛନ୍ତି ଯେ ଅରୁଣ ଜେଟଲୀ ସେତେବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ। ସେତେବେଳେ ରାଜ୍ୟ ସଭାରେ ବିରୋଧୀ ଦଳର ନେତା ଥିଲେ ଗୁଲାମ ନବୀ ଆଜାଦ। ପ୍ରଧାନମନ୍ତ୍ରୀଙ୍କ ସହ ପରିଚିତ ପରେ ପ୍ରଧାନମନ୍ତ୍ରୀ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ମୋଦି ମଧ୍ୟ ବେଳେବେଳେ ଆଜାଦ୍‌ଙ୍କୁ ଡାକିବା ଆରମ୍ଭ କରିଥିଲେ। ବରିଷ୍ଠ ନେତାଙ୍କ କହିବାନୁସାରେ, ରାଜ୍ୟ ସଭାରୁ ଗୁଲାମ ନବୀ ଆଜାଦଙ୍କ ବିଦାୟ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସ୍ବତନ୍ତ୍ର ଆଚରଣ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri