ବନ୍ୟା, ବର୍ଷାରେ କେନ୍ଦ୍ରାପଡ଼ା ଜିଲାର ୨୨୦୩ ହେକ୍ଟର ଚାଷ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ସହ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲାବାସୀ ହନ୍ତସନ୍ତ ହୋଇଥିଲେ। ୪୧ ପଞ୍ଚାୟତର ୯୯ ଗ୍ରାମରେ ପାଣି ପଶିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ ମଙ୍ଗଳବାର ଏସ୍‌ଆରସିଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜିଲାର ମୋଟ ୨୭ ପଞ୍ଚାୟତର ଚାଷ କ୍ଷତି ଆକଳନ କରାଯାଇଛି। ଏଥିରେ ମୋଟ ୨୨୦୨.୭୫ ହେକ୍ଟର ଖରିଫ ଓ ପନିପରିବା ଚାଷ ନଷ୍ଟ ହୋଇଛି। ରାଜକନିକାର ଗୋଟିଏ ପଞ୍ଚାୟତର ୩ ଗ୍ରାମର ୧୫୩.୯୦ ହେକ୍ଟର ଜମିରେ ହୋଇଥିବା ଫସଲ ନଷ୍ଟ ହୋଇଛି। ସେହିପରି ଗରଦପୁର ବ୍ଲକ ୫ ପଞ୍ଚାୟତର ୯ ଗ୍ରାମରେ ଥିବା ୨୧୪.୮୦ ହେକ୍ଟର, ମହାକାଳପଡ଼ା ବ୍ଲକ ୧୪ ପଞ୍ଚାୟତର ୫୩ ଗ୍ରାମରେ ୫୧୩.୨୫ ହେକ୍ଟର ଓ ମାର୍ଶାଘାଇ ବ୍ଲକ ୭ ପଞ୍ଚାୟତର ୨୫ ଗ୍ରାମରେ ଥିବା ୧୩୨୧ ହେକ୍ଟର ଜମିର ଚାଷ ବନ୍ୟା ଜଳ ଧୋଇ ନେଇଛି। ତେବେ ଏହି ବନ୍ୟା ବର୍ଷା ଜଳ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବ୍ଲକ ଅଞ୍ଚଳର କ୍ଷତି କରିଥିଲେ ମଧ୍ୟ ରାଜସ୍ବ ବିଭାଗ ରିପୋର୍ଟ ପ୍ରଦାନ ପର୍ଯ୍ୟନ୍ତ ଆକଳନ କରିନାହାନ୍ତି। ଅପରପକ୍ଷରେ ଏହି ବର୍ଷା ଓ ବନ୍ୟା ପାଇଁ ମାର୍ଶାଘାଇ ବ୍ଲକ ଅଞ୍ଚଳର ସର୍ବାଧିକ ବାସସ୍ଥଳ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ ଅଞ୍ଚଳରେ ମୋଟ ୧୦୮ଟି ଘର ଓ କୁଡିଆ ଆଂଶିକ କ୍ଷତି ହୋଇଛି। ଏଥିସହ ୨୧ଟି ଗୁହାଳ ଘର ନଷ୍ଟ ହୋଇଛି। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୯୩ଟି ଘର ଓ କୁଡିଆ, ୫ଟି ଗୁହାଳ, ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ୧୬ଟି ଘର ଓ କୁଡିଆ ସହ ଡେରାବିଶ ବ୍ଲକ ଅଞ୍ଚଳରେ ଗୋଟିଏ କଚା ଘର ଓ ଗୋଟିଏ ଗୁହାଳ ନଷ୍ଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଚାଷ କ୍ଷତି ଆକଳନକୁ ନେଇ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ଅଞ୍ଚଳରେ ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇର କଳ୍ପତରୁ ସାମନ୍ତରାୟ, ପ୍ରତାପ କୁମାର ପାଢ଼ୀ, ମିଲନ କୁମାର ଧଳ ପ୍ରମୁଖ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଆକଳନ ଏହି ଅଞ୍ଚଳର ଚାଷ କ୍ଷତି ଭରଣାକୁ ପ୍ରଭାବିତ କରିବ। ଚଳିତ ବନ୍ୟା ଓ ବର୍ଷାରେ ଆଳି ଓ ପଣ୍ଟାମୁଣ୍ଡାଇର ଧୋୟା ଅଞ୍ଚଳରେ ହୋଇଥିବା ଖରିଫ ଧାନ ନଷ୍ଟ ହୋଇଛି। ଦୀର୍ଘଦିନ ଧରି ବନ୍ୟା ଜଳ ପ୍ରଭାବ ରହିଛି। ଅଦ୍ୟାବଧି କ୍ଷେତ ଜମିରୁ ଜଳ ନିଷ୍କାସନ ହୋଇପାରିନାହିଁ। ଏହି ସମସ୍ୟା ଅଦ୍ୟାବଧି ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ ଦେଖାଯାଇଛି। ରାଜକନିକା ଅଞ୍ଚଳର ମାତ୍ର ଗୋଟିଏ ପଞ୍ଚାୟତର ଚାଷ କ୍ଷତି ଆକଳନ କରାଯାଇଥିବାରୁ ଏହି ୪ ବ୍ଲକ ଅଞ୍ଚଳର ଚାଷୀଙ୍କୁ ବନ୍ୟା କ୍ଷତି ଭରଣା ମିଳିବା ସମ୍ଭବ ହେବ ନାହିଁ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ବନ୍ୟାଜଳ କ୍ଷେତ ନଷ୍ଟ କରି ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହି ୪ ବ୍ଲକ ଅଞ୍ଚଳରେ ପୁର୍ନବାର କ୍ଷତି ଆକଳନ କରିବାକୁ ସେମାନେ ଦାବି କରିଛନ୍ତି। କୃଷକ ନେତା ଗୟାଧର ଧଳ, ବିଧୁଭୂଷଣ ମହାପାତ୍ର, ଫକୀର ଚରଣ ଖଟୁଆ, ରଶ୍ମିରଞ୍ଜନ ରାଉତରାୟ ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେବଳ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ପ୍ରଦାନ ହିସାବପତ୍ରରେ ସୀମିତ ରହିଛି। ଜିଲାରେ ପ୍ରତିବର୍ଷ ବନ୍ୟା ଆସି ଚାଷ ନଷ୍ଟ କରୁଛି। ତେବେ ଜିଲାର ୭ ନଦୀ ଓ ୨୭ ନାଳରେ ବନ୍ଧବାଡ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ। ତଳ ମୁଣ୍ଡରେ ୪୮ କି.ମି. ସମୁଦ୍ର ତଟ ରହିଛି। ଏଥିରେ ୭ ନଦୀ ଜଳ ଯାଉଛି। ଏହି ୪୮ କି.ମି. ସମୁଦ୍ର ତଟଠାରୁ ୧୫ କିମି ଲମ୍ବର କୋଷ୍ଟାଲ କେନାଲ ଖୋଳାଗଲେ ବନ୍ୟା ନିୟନ୍ତ୍ରଣ ସହିତ ପାନୀୟ ଜଳ, କ୍ଷେତ ଜଳସେଚନ, ମତ୍ସ୍ୟ ଚାଷ ଓ ଅଧିକ ପରିମାଣରେ ହେନ୍ତାଳ ବଣ ସୃଷ୍ଟି ହୋଇପାରିବ। ଚଳିତ ବନ୍ୟାରେ ପ୍ରାୟ ୧୦ ହଜାର ହେକ୍ଟର ଅଞ୍ଚଳରେ ଖରିଫ ଓ ପନିପରିବା ଚାଷ ନଷ୍ଟ ହୋଇଛି। ଏହାସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ଠିକ ଆକଳନ ହୋଇ ନ ଥିବାରୁ ଏହା ମାତ୍ର ୨୨୦୩ ହେକ୍ଟରରେ ସୀମିତ ରହିଛି। ତୁରନ୍ତ ପୁର୍ନବାର ଆକଳନ ନ ହେଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri