୧ମ ତ୍ରୈମାସରେ ୩.୭ କୋଟି ଅଳଙ୍କାର ହଲ୍‌ମାର୍କ ଚିହ୍ନିତ

ନୂଆଦିଲ୍ଲୀ,୩ା୯: ଦେଶର ସୁନା ବ୍ୟବସାୟ ଓ ଗ୍ରାହକ ଠକେଇ ଘଟଣାକୁ ଗୁରୁତ୍ୱ ସହ ନେଇ ସରକାର ୨୦୨୧ ଜୁନ୍‌ ୧୬ରେ ସୁନା କାରବାରରେ ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଏପରିକି ସରକାରଙ୍କ ନିର୍ଦ୍ଦେଶନାମାକୁ କେନ୍ଦ୍ରୀୟ ସଂସ୍ଥା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ପକ୍ଷରୁ ସୁନା ଅଳଙ୍କାରଗୁଡ଼ିକରେ ହଲ୍‌ମାର୍କର ବାଧ୍ୟତାମୂଳକ ସହ ବିନା ହଲ୍‌ମାର୍କରେ କାରବାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଘୋଷଣା କରିଥିଲେ। ଫଳରେ ସୁନା କାରବାର ଓ ଠକେଇର ମାତ୍ରା ପୂର୍ବାପେକ୍ଷା କମିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲ-ଜୁନ୍‌) ତ୍ରୈମାସିକରେ ପ୍ରାୟ ୩.୭ କୋଟି ଅଳଙ୍କାର ସାମଗ୍ରୀରେ ହଲ୍‌ମାର୍କ ଚିହ୍ନିତ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲ୍‌ମାର୍କ ଚିହ୍ନ ଦିଆଯାଇଥିଲା। ଗତ ବର୍ଷ ଜୁଲାଇ ୧ରେ ହଲ୍‌ମାର୍କ ସ୍ବତନ୍ତ୍ର ଚିହ୍ନଟ (ଏଚ୍‌ୟୁଆଇଡି) ଆଧାରିତ ହଲ୍‌ମାର୍କ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏଥିରେ ଆସେସିଂ ଓ ହଲ୍‌ମାର୍କିଂ କେନ୍ଦ୍ର (ଏଏଚ୍‌ସ)ର ସବୁ କାର୍ଯ୍ୟକୁ ସ୍ବୟଂଚାଳିତ ଏବଂ ଅନ୍‌ଲାଇନ୍‌ କରାଯାଇଛି। ଫଳରେ ମାନ୍ୟତାପ୍ରାପ୍ତ ଏଏଚ୍‌ସିଗୁଡ଼ିକର ସଂଖ୍ୟା ୧,୨୨୦କୁ ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟରେ ସୁନା ସାମଗ୍ରୀଗୁଡ଼ିକର ୩ଟି ମାନକୁ ଯଥା ୧୪କ୍ୟାରେଟ୍‌ (୫୮୫ ଶୁଦ୍ଧତା), ୧୮ କ୍ୟାରେଟ୍‌ (୭୫୦ ଶୁଦ୍ଧତା) ଏବଂ ୨୨ କ୍ୟାରେଟ୍‌ (୯୧୬ ଶୁଦ୍ଧତା)କୁ ବାଧ୍ୟତାମୂଳକ ହଲ୍‌ମାର୍କ ପ୍ରଦାନ ଆଦେଶନାମା ଅଧୀନରେ ପରିସରଭୁକ୍ତ କରାଯାଇଥିଲା। ଉକ୍ତ ପର୍ଯ୍ୟାୟରେ ଆଦେଶନାମାକୁ ନିହାତି କ୍ରମରେ ଗୋଟିଏ ପରୀକ୍ଷଣ ଏବଂ ହଲ୍‌ମାର୍କ ପ୍ରଦାନକାରୀ କେନ୍ଦ୍ର ଥିବା ୨୫୬ ଜିଲାରେ କାର୍ଯ୍ୟକାରୀ କରାଯାଇଥିଲା। ସେହିପରି ୨୦୨୨ ଏପ୍ରିଲ ୪ରୁ ବାଧ୍ୟତାମୂଳକ ହଲ୍‌ମାର୍କର ୨ୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଥିଲା। ସେଥିରେ ୨୦ କ୍ୟାରେଟ (୮୩୩ ଶୁଦ୍ଧତା), ୨୩ କ୍ୟାରେଟ (୯୫୮ ଶୁଦ୍ଧତା) ଏବଂ ୨୪ କ୍ୟାରେଟ (୯୯୫ ଶୁଦ୍ଧତା)କୁ ପରିସରଭୁକ୍ତ କରାଯାଇଥିଲା।

ହ୍ରାସ ପାଉଛି ସୁନା ଅଳଙ୍କାର ମୂଲ୍ୟ

ଗତ କିଛିଦିନ ହେବ ସୁନା ଦର ପୂର୍ବାପେକ୍ଷା ହ୍ରାସ ପାଉଛି। ଫଳରେ ଗ୍ରାହକ ମଧ୍ୟ ନିଜ ଆବଶ୍ୟକ ମୁତାବକ ସୁନା ଅଳଙ୍କାର କ୍ରୟ କରୁଥିବା ଦେଖାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ଋତୁକୁ ନଜରରେ ରଖି ସୁନା ବ୍ୟବସାୟୀମାନେ ନୂଆ ନୂଆ ଅଳଙ୍କାର ଡିଜାଇନ ସମ୍ଭାରର ବଜାର ପ୍ରବେଶ କରାଉଛନ୍ତି। ଇଣ୍ଡିଆନ ବୁଲିଆନ ଆଣ୍ଡ ଜୁଏଲର୍ସ ଆସୋସିଏଶନ (ଆଇବିଜେଏ) ର କହିବା ଅନୁସାରେ ନୂଆଦିଲ୍ଲୀରେ ଶୁକ୍ରବାର ସୁନା,ରୁପାର ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିଭଳି ଗୁରୁବାର ସୁନା କାରବାର ବନ୍ଦ ମୂଲ୍ୟ ତୁଳନାରେ ଶୁକ୍ରବାର ସୁନା ୩୦୦ ଟଙ୍କା ଏବଂ ରୁପା ୯୦୦ ଟଙ୍କା ଶସ୍ତାରେ ବିକ୍ରି ହୋଇଛି। ଫଳରେ ୯୯୯ ବର୍ଗ ୧୦ଗ୍ରାମର ସୁନା ମୂଲ୍ୟ ୫୦,୪୭୦ ଟଙ୍କାରେ ରହିଛି। ସେହିପରି ରୁପା କେଜି ପିଛା ୫୨,୬୯୦ ଟଙ୍କାରେ କାରବାର ହୋଇଥିଲା। ଏହାଛଡା ୨୩ କ୍ୟାରେଟ୍‌ ସୁନାର ମୂଲ୍ୟ ୪୯,୧୯୯ ଟଙ୍କା ରହିଥିଲା ବେଳେ ୨୨ କ୍ୟାରେଟ୍‌ ୪୬,୧୬୭ ଟଙ୍କା, ୧୮ କ୍ୟାରେଟ୍‌ ୩୭,୮୦୧ ଟଙ୍କା, ୧୪ କ୍ୟାରେଟ ସୁନାର ମୂଲ୍ୟ ୨୯,୪୮୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଅପରପକ୍ଷରେ ଭୁବନେଶ୍ୱରରେ ମଧ୍ୟ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦,୬୧୮ ଟଙ୍କା ଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୪୬,୪୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri