Posted inଜାତୀୟ

ଉର୍ମିଳାଙ୍କ ଏମ୍‌ଏଲସି ହେବାରେ ବାଧା,ଉଦ୍ଧବଙ୍କ ସୁପାରିଶକୁ ଶିନ୍ଦେଙ୍କ ବିରୋଧ…

ମୁମ୍ବାଇ, ୪।୯ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଏମଏଲସି ହେବାର ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଏନେଇ ଏବେ ବାଧା ଉପୁଜିଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଏକ ଚିଠି ପଠାଇଛନ୍ତି ଯେ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦକୁ ପଠାଯାଇଥିବା ୧୨ ଟି ନାମର ସୁପାରିଶକୁ ବାତିଲ କରାଯିବା ଉଚିତ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସୁପାରିଶ କରାଯାଇଥିଲା। ଏହି ତାଲିକା ବାତିଲ କରିବାକୁ ରାଜ୍ୟପାଳ ଖୁବ ଶୀଘ୍ର ନୂତନ ସରକାରଙ୍କୁ ଏକ ଚିଠି ଦେବେ ବୋଲି ଅନୁମାନ କରାଯାଉଛି। ଏହା ପରେ ଶିନ୍ଦେ-ଭାଜପା ସରକାରଙ୍କ ଦ୍ୱାରା ପୁଣି ୧୨ ଟି ନାମ ସୁପାରିଶ କରାଯିବ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୁପାରିଶ କରାଯାଇଥିବା ନାମଗୁଡ଼ିକ ରାଜ୍ୟପାଳଙ୍କ ପାଖରେ ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା। ସେଥିମଧ୍ୟରେ ଶିବସେନାର ଉର୍ମିଲା ମାତୋଣ୍ଡକର, ବିଜୟ କରଞ୍ଜକର, ନିତିନ ବାନୁଗଡେ ପାଟିଲ ଏବଂ ଚନ୍ଦ୍ରକାନ୍ତ ରଘୁବଂଶୀଙ୍କ ନାମ ଥିଲା। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନଏସପି)ର ଏକନାଥ ଖାଡସେ, ରାଜୁ ଶେଟ୍ଟୀ, ଯଶପାଲ ଭିଙ୍ଗେ ଏବଂ ଆନନ୍ଦ ଶିନ୍ଦେଙ୍କ ନାମ ଥିଲା। ଅପରପକ୍ଷରେ କଂଗ୍ରେସର ରଜନିତାଈ ପାଟିଲ, ସଚିନ ସାୱନ୍ତ, ଅନିରୁଦ୍ଧ ଭଙ୍କର, ମୁଜାଫର ହୁସେନଙ୍କ ନାମ ରହିଥିଲା।

ନିକଟରେ ମହାରାଷ୍ଟ୍ରରେ କ୍ଷମତାର ପରିବର୍ତ୍ତନ ପରଠାରୁ ବିଧାନ ପରିଷଦ ସଦସ୍ୟଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହେବାକୁଥିବା ୧୨ ସଦସ୍ୟଙ୍କ ନାମର ନୂତନ ବିଚାରକୁ ନେଇ ଆଲୋଚନା ହୋଇଥିଲା। ଉଦ୍ଧବ ଠାକରେଙ୍କ ଦ୍ୱାରା ପଠାଯାଇଥିବା ତାଲିକାକୁ ନେଇ ସ୍ବାଭିମାନୀ ଶେତକର ସଂଗଠନ ନେତା ତଥା ପୂର୍ବତନ ଏମ୍‌ ପି ରାଜୁ ଶେଟ୍ଟୀ ରାଜ୍ୟପାଳଙ୍କୁ ଭେଟିଥିଲେ। ତାଙ୍କ ନାମ ତାଲିକାରୁ ହଟାଇବାକୁ ସେ ଅନୁରୋଧ କରିଥିଲେ।

କଂଗ୍ରେସର ରଜନିତାଈ ପାଟିଲ ରାଜ୍ୟସଭାକୁ ଯାଇଛନ୍ତି। ଏକନାଥ ଖାଡସେ ଏମଏଲସି ନିର୍ବାଚନରେ ଜିତିଥିଲେ। ଏହା ବ୍ୟତୀତ ଶିବସେନା ତାଲିକାରୁ ଚନ୍ଦ୍ରକାନ୍ତ ରଘୁବଂଶୀ ବର୍ତ୍ତମାନ ଶିନ୍ଦେ ଗୋଷ୍ଠୀରେ ଅଛନ୍ତି।

ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବାକୁ ଥିବା ନୂତନ ତାଲିକାରେ ଭାଜପା-ଶିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବାଗବଣ୍ଟା ହେବ। ଭାଜପା ନଅଟି ସିଟ ପାଇଥିବାବେଳେ ଶିନ୍ଦେ ଗୋଷ୍ଠୀ ତିନିଟି ଆସନ ପାଇବାର ସମ୍ଭାବନା ରହିଛି। ତେବେ ଖବର ପ୍ରକାଶ ପାଇଛି ଯେ ଶିନ୍ଦେ ଦଳ ଚାରିଟି ସିଟ ଦାବି କରିଛନ୍ତି। ଭାଜପାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଏକ ଲମ୍ବା ତାଲିକା ଅଛି। ଭାଜପାରୁ ଏମଏଲସି ଆଶାୟୀଙ୍କ ସଂଖ୍ୟା ଅଧିକ ମଧ୍ୟ ରହିଛି। ତେଣୁ ରାଜ୍ୟରେ ଆଗକୁ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri