ତଦନ୍ତ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

କେନ୍ଦୁଝର,୨୦ା୯(ସ୍ବ.ପ୍ର.):କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ ପାଇଁ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ବିଭାଗର ୨ଜଣିଆ ଟିମ୍‌। ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ରଶ୍ମିରଞ୍ଜନ ଶତପଥୀ ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ଶିଶୁ ସ୍ବାସ୍ଥ୍ୟ ପରାମର୍ଶଦାତା ଡା. ରବୀନ୍ଦ୍ର ନାଥ ପଣ୍ଡା ସୋମବାର ଡାକ୍ତରଖାନାର ସ୍ବତନ୍ତ୍ର ନବଜାତ ଶିଶୁ କେନ୍ଦ୍ର(ଏସ୍‌ଏନ୍‌ସିୟୁ) ୱାର୍ଡକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିିଥିଲେ। ସେହିପରି ବିଭାଗର ଡାକ୍ତର, ନର୍ସ, ଅନ୍ୟାନ୍ୟ କର୍ମଚାରୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ତଦନ୍ତ ରିପୋର୍ଟ ସେମାନେ ସରକାରଙ୍କ ନିକଟରେ ଦାଖଲ କରିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୪ଘଣ୍ଟା ମଧ୍ୟରେ ଏହି ଡାକ୍ତରଖାନାର ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ଥିବା ୪ ନବଜାତ ଶିଶୁଙ୍କ ସମେତ ଗତ ୧୮ ଦିନରେ ସମୁଦାୟ ୧୩ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠିନଂ. ୪୩୯୨/୧୯ା୯ା୨୦୨୨ ଅନୁଯାୟୀ ୨ ଜଣିଆ କମିଟି ଦ୍ୱାରା ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଚିକିତ୍ସାରେ ଅବହେଳା ଏବଂ ଡାକ୍ତର ଅନୁପସ୍ଥିତି କାରଣରୁ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ବେଳେ ଯାଞ୍ଚ କମିଟି କେଉଁ ଆଧାରରେ ତଦନ୍ତ କରୁଛି ଏବଂ କ’ଣ ରିପୋର୍ଟ ଦାଖଲ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତଦନ୍ତ ସମୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ମେଡିକାଲ) ଡାକ୍ତର ଗିରିଶ ଚନ୍ଦ୍ର ରାଉତ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ପୃଷ୍ଟି, ପ୍ରଦୀପ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି ଯେ, ଦୁଇଜଣିଆ କମିଟି ତଦନ୍ତ କରି ଫେରିଛନ୍ତି। ସେମାନେ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ରବିବାର ବାଂଶପାଳ ବ୍ଲକ୍‌ ଅଞ୍ଚଳର ଜଣେ ମୃତଶିଶୁଙ୍କ ବାପା କାମ ଦେହୁରୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁଙ୍କୁ ପଚାରିବାରୁ ଅଭିଯୋଗ ମିଳିଛି ଓ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। କେନ୍ଦୁଝରଗଡ଼ ପୌରପାଳିକାର ପୌରାଧ୍ୟକ୍ଷା ନିକୁ ସାହୁ ମେଡିକାଲର ବିଭିନ୍ନ ସମସ୍ୟା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri