Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜିର ଚତୁର୍ଥ ଚନ୍ଦ୍ର ପାରିବାରିକ ଜୀବନକୁ ମଧୁମୟ କରିବ। ଶନିଙ୍କ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମ ନେଇ ଆଲୋଚନା କରିପାରନ୍ତି। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଦୁର୍ବଳ ହେବା କାରଣରୁ ଦୁଶ୍ଚିନ୍ତା ବଢ଼ିଯାଇପାରେ।
ବୃଷ
ବୃଷ
ଶୁକ୍ର ଚତୁର୍ଥ କେନ୍ଦ୍ର ହେତୁ ଶାରୀରିକ ସୁସ୍ଥତା ସହ ପରିବାରରେ ଶାନ୍ତି ବିରାଜମାନ କରିବ। ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ ଓ ସ୍ଥଗିତ କାମଟି ସୁବିଧାରେ ହୋଇଯିବ । ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
ଧନ ସ୍ଥାନରେ ଧନାଧିପ ଚନ୍ଦ୍ର ଆପଣଙ୍କ ଆର୍ଥିକସ୍ଥିତିରେ ପରିବର୍ତ୍ତନ ମାର୍ଗ ଉନ୍ମୁକ୍ତ କରିବ। କୌଣସି ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ । ବିଶେଷଭାବେ ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ ।
କର୍କଟ
କର୍କଟ
ସ୍ବଗୃହୀ ରାଶ୍ୟାଧିପତି ଆପଣଙ୍କ ଦୈହିକ ସୁସ୍ଥତା ସହ କୌଣସି ବହୁଦିନର ସ୍ଥଗିତ କାମକୁ ସମ୍ପନ୍ନ କରାଇବେ। ପୁନଶ୍ଚ ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଅପରାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ମକଦ୍ଦମାରେ ବିଜୟ ଆଶା କ୍ରମଶଃ ବୃଦ୍ଧି ପାଇପାରେ ।
ସି˚ହ
ସି˚ହ
ନୀଚାରୋହୀ ତୃତୀୟାଧିପ ପ୍ରଭାବରେ ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ ଆରମ୍ଭ କରିପାରନ୍ତି। କ୍ରୀଡା, କଳା ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ । କଚେରି ମାମଲାର ଶୁଣାଣିରୁ ଖୁସି ହେବେ। ବାଣିଜ୍ୟ ଓ ପରିବହନରେ ଲାଭବାନ ହେବେ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ ସାମାଜିକ କ୍ଷେତ୍ରରେ ଆଖିଦୃଶିଆ କାମ କରି ପ୍ରଶଂସିତ ହେବେ। କଥା ପ୍ରସଙ୍ଗରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିବାର ସୂଚନା ରହିଛି । ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ।
ତୁଳା
ତୁଳା
ରାଶିରେ କେତୁ ଆପଣଙ୍କ ମାନସିକ ସ୍ଥିତିକୁ ବିଭ୍ରାନ୍ତ କରାଇପାରନ୍ତି। ଏଣେ ଦୈହିକ ଅସୁସ୍ଥତା ତେଣେ ପିଲାଙ୍କ ବିବାହ ସମସ୍ୟା ଚିନ୍ତାଜନକ ସ୍ଥିତି ଉତ୍ପନ୍ନ କରିବ। ଆଜିର କାମରେ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ଦିନଟିକୁ ମଙ୍ଗଳମୟ କରାଇବେ। ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ପାଇବାକୁ ବ୍ୟାକୁଳତା ପ୍ରକାଶ କରିପାରନ୍ତି । ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବାରେ ସଫଳତା ପାଇବେ।
ଧନୁ
ଧନୁ
ଦୈନନ୍ଦିନ ଜୀବନର ପ୍ରତ୍ୟେକ ବିଭାବ ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ମନ ଭାବନା ରାଇଜରେ ଉଡିବୁଲିବ। ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତି ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ। ଅଫିସରେ ସହକର୍ମୀଙ୍କ ସହ ମିଷ୍ଠାଳାପରେ ମାତି ରହିପାରନ୍ତି ।
ମକର
ମକର
ଆଜିର ଗ୍ରହସ୍ଥିତି ମନ୍ଦ ନ ହେଲେ ମଧ୍ୟ ଭଲ ସମ୍ପର୍କ ରଖିଥିବା ଲୋକଟିକୁ ନ ଦେଖି କଷ୍ଟ ପାଇବେ। ଉପରିସ୍ଥ ଅଧିକାରୀ କାମହାସଲ ଲାଗି ସହଯୋଗ ଲୋଡ଼ିପାରନ୍ତି। ଯେଉଁ କ୍ଷେତ୍ର ହେଉନା କାହିଁକି, ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ବ୍ୟବସାୟ, ପରିବହନ, ସଭାସମିତି, ଲେଖାପଢାରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ବୃହସ୍ପତି ଆପଣଙ୍କ ଅର୍ଥ ଓ ସମ୍ମାନ ଦାନର ସୁଯୋଗ ସୃଷ୍ଟି କରିବେ। ଉପଯୁକ୍ତ ଚିକିସତ୍ାକରିବା ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ସଭାସମିତିରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁମାନଙ୍କୁ ସାହାଯ୍ୟ ଭିକ୍ଷା କରିପାରନ୍ତି ।
ମୀନମୀନ
ରାଶିରେ ଗୁରୁ ଓ କୋଣଭାବରେ ଚନ୍ଦ୍ର ହେତୁ ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ପରିବାରରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । କୌଣସି ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୭ ତାରିଖ – Daily Horoscope

ମେଷ ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ପ୍ରଭାବରେ ପୂଜାପାର୍ବଣରେ ସତ୍‌ସଙ୍ଗ ଓ ଈଶ୍ୱରୀୟ ଅନୁଚିନ୍ତା ଜାଗ୍ରତ ହେବ। ଜଣେ ବନ୍ଧୁ ଘରକୁ ଆସିବେ ଏବଂ ଫେରିବା ସମୟକୁ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଆଜି କର୍ମାଧିପ ବକ୍ରି ଶନିଙ୍କ ପ୍ରଭାବରେ କାର୍ଯ୍ୟବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିର ରହିବ। ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ...

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସମସ୍ୟାବହୁଳ ସାମାଜିକ ସ୍ଥିତି ଦେଖାଦେଇପାରେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ । ଆକସ୍ମିକ ଭାବରେ...

ରାଶିଫଳ: ବୁଧବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ସୁସ୍ଥ ପାରିବାରିକ ଜୀବନ ସଙ୍ଗକୁ ବନ୍ଧୁମାନଙ୍କ ସହ ସୁସମ୍ପର୍କ ବୃଦ୍ଧି ଘଟିବ। ନୂତନଗୃହ, ଗାଡ଼ି, ମୋଟର କ୍ରୟକରିବା ସକାଶେ ମନ ବଳାଇ ପାରନ୍ତି।...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ନିଜ ନିଜ ସ୍ତରରେ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଲାଭକରିବେ। ଦୃଢ଼ ମନୋବଳ ଓ ସୁଚିନ୍ତିତ ବିଚାରଧାରା ହେତୁ କିଛି ଅସୁବିଧା ହେବନାହିଁ।...

ରାଶିଫଳ: ସୋମବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ଟଙ୍କା ପଇସା, ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ପ୍ରତିଯୋଗିତା ପାଇଁ ଚିନ୍ତା କରିବେ। ଶେଷ ପର୍ଯ୍ୟାୟକୁ ଯାଇଥିବା କୌଣସି ନିଷ୍ପତ୍ତି ଆମତ୍ୀୟସ୍ବଜନଙ୍କ ବିରୁଦ୍ଧାଚରଣ...

ରାଶିଫଳ: ରବିବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରିଥିବା ଯୋଗୁ କର୍ମାରମ୍ଭ ପ୍ରସ୍ତୁତି କରିପାରନ୍ତି। ପାପଗ୍ରହ ମଧ୍ୟସ୍ଥ ହେତୁ ଅଧିକାଂଶ ସମୟ ନିଜ ଲୋକଙ୍କ ବିରୁଦ୍ଧାଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri