ସାଲିଆସାହି ଦେଶୀମଦ ଭାଟି ଭାଙ୍ଗିଲା

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ଦେଶୀମଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ସମୟରେ ଅବକାରୀ ଟିମ୍‌ ଓ କମିଶନରେଟ ପୋଲିସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇ ବହୁ ପରିମାଣର ଦେଶୀମଦ ଜବତ କରାଯାଉଛି। ଭାଟି ଭଙ୍ଗାଯିବା ସହ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଉଛି। ଏହି ବେଆଇନ୍‌ ମଦ କାରବାର ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ପୋଲିସକୁ ଚ୍ୟାଲେଞ୍ଜ ଦେଇ ପୁଣି ମଦ ପ୍ରସ୍ତୁତ ହେଉଛି। ଏପରି ସ୍ଥିତିରେ ପାର୍ବଣ ପାଇଁ ବିପୁଳ ପରିମାଣର ଦେଶୀମଦ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ମଙ୍ଗଳବାର କମିଶନରେଟ ପୋଲିସ ସାଲିଆସାହି ଇଡ୍‌କୋ ବସ୍ତିରେ ଚଢ଼ାଉ କରିଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୨ଜଣ ଏସିପି, ୪ଜଣ ଇନ୍ସପେକ୍ଟର, ୧୨ଜଣ ଏସ୍‌ଆଇ/ଏଏସ୍‌ଆଇ ଏବଂ ୪ ପ୍ଲାଟୁନ୍‌ ଫୋର୍ସ ପୂର୍ବାହ୍ନ ପ୍ରାୟ ୧୦ଟାରେ ଇଡ୍‌କୋ ବସ୍ତିରେ ଚଢ଼ାଉ କରିଥିଲେ। ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ପୁରୁଷମାନେ ଚଢ଼ାଉ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ଫେରାର ହୋଇଯାଇଥିଲେ। ପୋଲିସ ଯାଞ୍ଚ କରି ମଦଭାଟି ଖୋଜିଥିଲା। ପୋଲିସ ଟିମ୍‌ ଗୋଟିଏ ପରେ ଗୋଟିଏ ମୋଟ ୧୦ଟି ଘରେ ଚଢ଼ାଉ କରିଥିଲା। ସେଠାରେ ମଦଭାଟି ଭାଙ୍ଗିବା ସହ ଏକାଧିକ ହାଣ୍ଡିରେ ଥିବା ରନ୍ଧାମଦକୁ ଆଣି ବାହାରେ ଢ଼ାଳି ଦେଇଥିଲା। ପୋଲିସ ୪୨୦ ଲିଟର ଦେଶୀ ମଦ ଜବତ କରିବା ସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି। ଏଥିସହ ବହୁ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଏହାପରେ ପୋଲିସ ୬ଜଣ ମହିଳାଙ୍କୁ ସେଠାରୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏନେଇ ନୟାପଲ୍ଲୀ ଥାନାରେ ଓଡ଼ିଶା ଅବକାରୀ ଆକ୍ଟର ଦଫା ୫୨ (ଏ) (ଆଇ)ରେ ଏକ ମାମଲା (ନଂ. ୬୧୬/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଏପରି ଚଢ଼ାଉ ଜାରି ରହିବ ବୋଲି ଡିସିପି ସିଂ କହିଛନ୍ତି। ସାଲିଆ ସାହିରେ ମଦ ଗ୍ଲାସ୍‌କୁ ୧୦ ଟଙ୍କା ବିକ୍ରି କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri