ଶୀତଳ ଭଣ୍ଡାର ନାହିଁ, ଆଳୁଚାଷ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୧ା୯: ଆଳୁ ଓଡ଼ିଶାର ଏକ ପ୍ରମୁଖ ପରିବା ଭାବେ ଜଣାଶୁଣା। ଅଧିକାଂଶ ପରିବାର ଆଳୁ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ଉତ୍ପାଦନ ଓଡ଼ିଶାରେ ସନ୍ତୋଷଜନକ ନୁହେଁ। ଏଥିପାଇଁ ଓଡ଼ିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବ ଠାରୁ ଆଳୁ ଆମଦାନୀ କରିବାକୁ ବାଧ୍ୟ ହେଉଛି। ଏହି ଅଭାବ ଦୂର ପାଇଁ ଓଡ଼ିଶା ସରକାର ୨୦୧୫-୧୬ରେ ପଟାଟୋ ମିଶନ ଗଠନ କରିଥିଲେ। ଆଳୁ ସଂରକ୍ଷଣ ପାଇଁ ଜିଲାଗୁଡିକରେ ଶୀତଳ ଭଣ୍ଡାର କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ଦୁଃଖର କଥା ହେଲା ଏଯାଏ ରାଜ୍ୟ ତାର ଅଭାବ ଦୂର କରିବାରେ ସକ୍ଷମ ହୋଇପାରିନାହିଁ । ଏହାର ମୂଳ କାରଣ ହେଉଛି ଶୀତଳ ଭଣ୍ଡାର ଅଭାବ। ଏହାର ଏକ ଦୃଷ୍ଟାନ୍ତ ଜଗତ୍‌ସିଂହପୁର ଜିଲାରେ ଦେଖିବାକୁ ମିଳିଛି । ଏହି ଜିଲାରେ ଏ ପର୍ଯ୍ୟନ୍ତ ଗୋଟିଏ ବି ଶୀତଳ ଭଣ୍ଡାର ନିର୍ମାଣ ହୋଇନାହିଁ। ଏନେଇ ଆଳୁ ଚାଷୀ ନିରାଶ ହେବାରେ ଲାଗିଛନ୍ତି।
ଜଗତ୍‌ସିଂହପୁର ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପାଖାପାଖି ୩୦,୦୦୦ ହେକ୍ଟର ଜମିରେ ଉଦ୍ୟାନ କୃଷି ପାଇଁ ଅନୁକୂଳ ପରିବେଶ ରହିଛି। ଏଥିରୁ ୩୩୮୭ ହେକ୍ଟର ଜମିରେ ଫଳ ଚାଷ କରାଯିବା ସହ ସେଥିରୁ ୨୯୭୯ ଏମ୍‌ଟି (ମେଟ୍ରିକ ଟନ୍‌) ଉତ୍ପାଦନ ହେଉଛି। ସେହିପରି ୧୯,୬୬୯ ହେକ୍ଟର ଜମିରେ ପନିପରିବା ଚାଷ କରାଯିବା ସହ ସେଥିରୁ ୨,୮୭,୮୦୨ ଏମ୍‌ଟି ଉତ୍ପାଦନ ହେଉଛି। ମାତ୍ର ଆଳୁ ଉତ୍ପାଦନ ସନ୍ତୋଷଜନକ ରହୁନି। ବିଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୧୯-୨୦ରେ ଜିଲାରେ ୫୧୨ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିଲା। ଏବର୍ଷ ୬୦୨୫ ଏମ୍‌ଟି (ମେଟ୍ରିକ ଟନ୍‌) ଆଳୁ ଉତ୍ପାଦନ ହୋଇଥିଲା। ୨୦୨୦-୨୧ରେ ମଧ୍ୟ ଅନୁରୂପ ଭାବେ ୫୧୫ ହେକ୍ଟର ଜମିରେ ଏହି ଚାଷ କରାଯାଇଥିଲା। କିନ୍ତୁ ଉତ୍ପାଦନ ସାମାନ୍ୟ ହ୍ରାସ ପାଇ ୫୬୦୯ ଏମ୍‌ଟିରେ ପହଞ୍ଚତ୍ଥିଲା। ୨୦୨୧-୨୨ରେ ୫୫୬ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିବା ବେଳେ ଉତ୍ପାଦନ ୫,୮୪୮ ଏମ୍‌ଟି ରହିଥିଲା। ଏହି ୩ ବର୍ଷର ଉତ୍ପାଦନକୁ ଅନୁଶୀଳନ କଲେ ଜଣାଯାଏ, ୨୦୨୧-୨୨ରେ ଅଳ୍ପ କିଛି ଅଧିକ ଜମିରେ ଆଳୁ ଚାଷ କରାଯାଇଥିଲେ ସୁଦ୍ଧା ଉତ୍ପାଦନ ୨୦୧୯-୨୦ଠାରୁ କମ୍‌ ଥିବା ଜଣାଯାଇଛି । ଏଥିମଧ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ପାଇଁ ଏସ୍‌ଏଫ୍‌ଏଲ୍‌ଏଫ୍‌ (ସ୍ମଲ ଫାର୍ମର୍ସ ଲାର୍ଜ ଫିଲ୍ଡ) ମଡେଲ ଭଳି ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି) ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିୱାଇ) ସହ ଏକାଭିମୁଖୀ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ରିହାତି ଦେଇ ଆଳୁ ଚାଷ ପ୍ରତି ଆକର୍ଷଣ ସୃଷ୍ଟି କରିବା। ଏକ ହେକ୍ଟର ଆଳୁ ଚାଷ କଲେ ୫୮,୦୦୦ ଟଙ୍କା ରିହାତି ରହୁଥିବାରୁ ଅଧିକ ସଂଖ୍ୟକ ଲୋକ ଏବଂ ଅଧିକ ଜମିରେ ଏହି ଚାଷ ହେବ ବୋଲି ଆଶା ରଖାଯାଇଛି। ବାସ୍ତବରେ କିନ୍ତୁ ଜିଲାରେ ଚାଷୀକୁଳ ପ୍ରୋତ୍ସାହନ ସତ୍ତ୍ବେ ଆକର୍ଷିତ ହେଉ ନ ଥିବା ଲକ୍ଷ୍ୟ କରାଯାଉଛି। ୨୦୨୧-୨୨ରେ ସିଆଇପିରେ ପ୍ରଦର୍ଶନ (ଡେମନଷ୍ଟ୍ରେସନ୍‌) ଉଦ୍ଦେଶ୍ୟରେ ମାତ୍ର ୩୮ ଜଣ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଅନ୍ତର୍ଗତ ସାହାରାଡ଼ିହା ଗ୍ରାମର ୩୩ ଓ ପାଟପୁର ପଞ୍ଚାୟତ ବୋରିକିର ୫ ଜଣ ଥିଲେ । ଏହି ଚାଷୀମାନଙ୍କୁ ୧୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । ଅନୁରୂପ ଭାବେ ଉଦ୍ୟାନ କୃଷି ବିଭାଗ ରାଜ୍ୟ ଯୋଜନା (ଷ୍ଟେଟ୍‌ ପ୍ଲାନ୍‌)ରେ ୩୮୪ ଜଣ ଚାଷୀଙ୍କୁ ୪୬ ହେକ୍ଟର ଜମିରେ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ସେମାନଙ୍କୁ ଏହି ଯୋଜନାରେ ସରକାରୀ ଭାବେ ହେକ୍ଟର ପିଛା ୨୯,୭୬୯ ଓ ଆର୍‌କେଭିୱାଇ (ସିଆଇପି)ରେ ୨୮,୨୩୦, ଏହିପରି ମୋଟ ୫୭,୯୯୯ (୫୮,୦୦୦) ଟଙ୍କା ରିହାତି ଯୋଗାଯାଇଥିଲା। ସେଥିରେ ଆଳୁ ବିହନ ବାବଦରେ ୭୫% ଅର୍ଥାତ୍‌ ହେକ୍ଟର ପିଛା ୩୭,୧୨୫ ଟଙ୍କା ଓ ଗଛ ଲଗାଠାରୁ ଅନ୍ୟାନ୍ୟ ବାବଦରେ ୨୦,୮୭୫ ଟଙ୍କା ରିହାତି ରହିଛି। ହେଲେ ପଟାଟୋ ମିଶନ ଘୋଷଣା ହେବାର ୭ ବର୍ଷ ଅତିକ୍ରାନ୍ତ କରି ଯାଇଥିବାବେଳେ ଜିଲାରେ ଉତ୍ପାଦନ ବଢିବା ପରିବର୍ତ୍ତେ ମନ୍ଥର ହେବା ଚିନ୍ତାର କାରଣ ହୋଇଛି । ଏ ସମ୍ପର୍କରେ ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁଙ୍କ ସମେତ ବିଭିନ୍ନ ବ୍ଲକ ଅଞ୍ଚଳ ଯଥା ରଘୁନାଥପୁରରୁ ବସନ୍ତ ସ୍ବାଇଁ, ବେଣୁଧର ଦାସ, ବିରିଡ଼ିର ନାରାୟଣ ମୁଦୁଲି, ପରମାନନ୍ଦ ଖଟେଇ, ଜଗତ୍‌ସିଂହପୁର ପ୍ରଫୁଲ୍ଲ ବିଶ୍ୱାଳ, ନାଉଗାଁ ଚତୁଭୁଜ ମହାନ୍ତି, ବାଲିକୁଦା ଅଶୋକ କୁମାର ସ୍ବାଇଁ, ତିର୍ତ୍ତୋଲ ଅକ୍ଷୟ ଦାଶ, କୁଜଙ୍ଗ ରଘୁନାଥ ପୃଷ୍ଟି ଓ ଏରସମାର ବିଚିତ୍ରାନନ୍ଦ ସ୍ବାଇଁ ପ୍ରମୁଖ କହିଛନ୍ତି, ପ୍ରୋତ୍ସାହନ ହେଉଛି, ମାତ୍ର ବିପଣନ ବ୍ୟବସ୍ଥା ହେଉନି । ଶୀତଳ ଭଣ୍ଡାର ନ ଥିବା ମୁଖ୍ୟ ସମସ୍ୟା ପାଲଟିଛି।
ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ଆଳୁ ଚାଷ ପ୍ରଭାବିତ ହେଉଥିବା ନେଇ ବାରମ୍ବାର ଦାବି ହୋଇ ଆସୁଛି। କିନ୍ତୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଗୋପବନ୍ଧୁ ସେବା ସମବାୟ ସମିତି ଦ୍ୱାରା ଅତୀତରେ ଜଗତ୍‌ସିଂହପୁର ନିକଟ ଯୋଗଧାରୀଠାରେ ଏକ ଶୀତଳ ଭଣ୍ଡାର ଥିଲା । ରଘୁନାଥପୁରରେ ମଧ୍ୟ ଥିଲା । କିନ୍ତୁ ଏସବୁ ଅଚଳ ହୋଇଯାଇଛି। ସରକାର ବିକଳ୍ପ ଚିନ୍ତା ସ୍ବରୂପ ଜିଲା ମୁଖ୍ୟାଳୟରେ ଅନ୍ତତଃ ୫୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନ କରିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ କହିଛନ୍ତି । ଏ ସମ୍ପର୍କରେ ଏଡିଚ୍‌ ଉଦ୍ୟାନ କୃଷ୍ଟି ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ ବଳ ଶୀତଳ ଭଣ୍ଡାର ହେଲେ ଆଳୁ ଉତ୍ପାଦନ ବଢ଼ିବ ବୋଲି ସ୍ବୀକାର କରିଛନ୍ତି। ତେବେ ଏହି ଶୀତଳ ଭଣ୍ଡାର କରିବା ପାଇଁ କୌଣସି ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ ତାଙ୍କୁ ସହଯୋଗ କରାଯିବ। ଏହାଛଡା ଆଳୁ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାରୁ ଲୋକେ ଏଥିପାଇଁ ଆଗେଇଆସିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri