Posted inଜାତୀୟ

ସାଧାରଣ ବର୍ଗରେ ୩୫ ପ୍ରତିଶତ ଭୂମିହୀନ-୫.୮ କୋଟି ବିପିଏଲ, ଇଡବ୍ଲୁଏସ ସଂରକ୍ଷଣ ନେଇ ସୁପ୍ରିମ୍‌କୋର୍ଟରେ ସରକାରଙ୍କ ଜବାବ…

ନୂଆଦିଲ୍ଲୀ, ୨୨।୯ : ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ଦିଆଯାଇଥିବା ୧୦ ପ୍ରତିଶତ ଇଡବ୍ଲୁଏସ ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ପ୍ରତି ସୁପ୍ରିମକୋର୍ଟରେ ଏକ ଜୋରଦାର ବିତର୍କ ଚାଲିଛି। ଗୋଟିଏ ପଟେ ଏହି ସଂରକ୍ଷଣକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକରେ କୁହାଯାଇଛି ଯେ ଏହି ବ୍ୟବସ୍ଥା ସମ୍ବିଧାନର ବିରୋଧୀ।

ଏଥି ସହିତ ସରକାର କୋର୍ଟରେ କହିଛନ୍ତି ଯେ ସମ୍ବିଧାନର କୌଣସି ସ୍ଥାନରେ ଉଲ୍ଲେଖ ନାହିଁ ଯେ ସଂରକ୍ଷଣର ଆଧାର ଅଥନୈତିକ ହୋଇପାରିବ ନାହିଁ। କେବଳ ଏତିକି ନୁହେଁ, ବୁଧବାର ଏହି ପ୍ରସଙ୍ଗରେ ଜବାବ ଦେବାବେଳେ ଆଟର୍ନି ଜେନେରାଲ କେ.କେ. ଭେନୁଗୋପାଲ ଏବଂ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହି ସଂରକ୍ଷଣ ପାଇଁ ସମ୍ବିଧାନର ୧୦୩ ତମ ସଂଶୋଧନ ସଂପୂର୍ଣ୍ଣ ସଠିକ ଅଟେ।

 

ସେ କହିଛନ୍ତି ଯେ ସମ୍ବିଧାନର ଧାରା ୪୬ ଅନୁଯାୟୀ ଏହି ସଂଶୋଧନ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଲୋକଙ୍କ ଦୁର୍ବଳ ବର୍ଗର ଶିକ୍ଷାଗତ ତଥା ଅର୍ଥନୈତିକ ସ୍ବାର୍ଥ ପାଇଁ ସରକାର ପଦକ୍ଷେପ ନେବା ଉଚିତ। କେବଳ ଏତିକି ନୁହେଁ, ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀମାନେ କହିଛନ୍ତି ଯେ ଏସସି, ଏସଟି ଏବଂ ଓବିସି ବର୍ଗର ଲୋକମାନେ ଇଡବ୍ଲୁଏସ ସଂରକ୍ଷଣ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ ନୁହେଁ। ଏହା ସେମାନଙ୍କ ଉପରେ ପ୍ରଭାବ ପକାଇବ ନାହିଁ କାରଣ ସେମାନଙ୍କର ସଂରକ୍ଷଣ ପୂର୍ବପରି ଜାରି ରହିବ। ସେ କହିଛନ୍ତି ଯେ ସଂରକ୍ଷିତ ଆସନ ପାଇଁ ୫୦ ପ୍ରତିଶତ ମଧ୍ୟରୁ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ସରକାର ବଡ଼ ତଥ୍ୟ ଦେଇଥିଲେ ଏବଂ କହିଥିଲେ ଯେ ସାଧାରଣ ବର୍ଗର ୫.୮ କୋଟି ଲୋକ ଦେଶରେ ଦାରିଦ୍ର ସୀମାରେଖା(ବିପିଏଲ) ତଳେ ଅଛନ୍ତି। ଏହା ବ୍ୟତୀତ ସାଧାରଣ ବର୍ଗର ୩୫ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ଭୂମିହୀନ ଏବଂ ଏହି ସଂରକ୍ଷଣ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ସରକାର କହିଛନ୍ତି ଯେ ସାଧାରଣ ବର୍ଗରେ ଅନେକ ପିଲାଙ୍କୁ ପାଠ ପଢ଼ିବା ବୟସରେ ଚାଷ ଜମି ଏବଂ କାରଖାନାଗୁଡ଼ିକରେ କାମ କରିବାକୁ ପଡୁଛି। ଏହାର କାରଣ ହେଉଛି ଦାରିଦ୍ର୍ୟତା । ଏହାଯୋଗୁ ସେମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି।

ଏପରିସ୍ଥଳେ ସରକାର ସେମାନଙ୍କୁ ସାହାଯ୍ୟ କରିବାକୁ ବାଧ୍ୟ। ସୋଲିସିଟର ଜେନେରାଲ କହିଛନ୍ତି ଯେ ଦାରିଦ୍ର୍ୟକୁ ଦୃଷ୍ଟିରେ ରଖି ସରକାର ଏହାକୁ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ଏହା କେବଳ ପରୀକ୍ଷା କରାଯିବା ଉଚିତ ଯେ ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁଛି କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri