ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ

ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ ପୂଜା ୫୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଧୁମ୍‌ଧାମରେ ପାଳନ କରାଯିବାକୁ ଚାଲିଛି ପ୍ରସ୍ତୁତି। ମୂର୍ତ୍ତି, ମଣ୍ଡପ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ଯୋଗୁ ଗତ ୨ ବର୍ଷ ଧରି ପୂଜା ଦେଖିବାରୁ ଅଞ୍ଚଳବାସୀ ବଞ୍ଚିତ ଥିବାରୁ ଏଥର ସମସ୍ତଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଠାକୁରଗଡ଼ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶେଷକରି ପ୍ରତ୍ୟେକ ଦିନ ଏଠାରେ ବାଟୋଇଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ସେହିପରି ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ଯାତ୍ରା, ଭଜନ ସନ୍ଧ୍ୟା, ମେଲୋଡି ପରିବେଷଣ କରାଯିବ ବୋଲି ଜଣାପଡିଛି।
କମିଟି ପକ୍ଷରୁ କୁହାଯାଇଛି, ୧୯୬୭ ମସିହାରେ ଠାକୁରଗଡ଼ରେ ପ୍ରଥମ କରି ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା। ଗ୍ରାମର ବାଉରୀବନ୍ଧୁ ସାହୁ ଏକାକୀ ଏହି ପୂଜାର ଆୟୋଜନ କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ସେ ପୂଜା କରିବା ପରେ ୧୯୭୯ ମସିହାରେ ଠାକୁରଗଡ଼ ଅଞ୍ଚଳବାସୀଙ୍କୁ ପୂଜା କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେହିବର୍ଷ ଠାକୁରଗଡ଼ ଗ୍ରାମରେ ଲକ୍ଷ୍ମୀପୂଜା କମିଟି ଗଠନ କରାଯିବା ସହ ରାମଚନ୍ଦ୍ର ସେନାପତି, ସୁଦର୍ଶନ ବେହେରା, ଗତିକୃଷ୍ଣ ସାହୁ, ବୈରାଗୀ ଦେହୁରୀ ୪ ଜଣ ପୂଜା ଆରମ୍ଭ କରିଥିଲେ। ସେତେବେଳେ ମାତ୍ର ୫ ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତବର୍ଷ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯିବ ବୋଲି କମିଟି ସ୍ଥିର କରିଛି। ଆସନ୍ତା ୯ରୁ ୧୯ ତାରିଖ ଯାଏ ଏହି ପୂଜା ପାଳନ କରାଯିବାକୁ ଥିବାରୁ ହାତରେ ଆଉ ଅଧିକ ଦିନ ନାହିଁ। ତେଣୁ ତାଳଚେର ଅଞ୍ଚଳର ମୂର୍ତ୍ତି କାରିଗର ପ୍ରବୀର କୁମାର ସିଂ ୭ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଥିବା ବେଳେ ମେଢ଼ର ଉଚ୍ଚତା ୧୫ ଫୁଟ ରହିବ। ସିନେରୀ ସହ ଏହି ମେଢ ମା’ଙ୍କ ମଣ୍ଡପର ଶୋଭାକୁ ବହୁଗୁଣ ବଢ଼ାଇଦେବ। ସେହିପରି ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା ପରିବେଷଣ ସହ ଗୋଟିଏ ଦିନ ଦିବ୍ୟାଙ୍ଗ କଳାକାରଙ୍କୁ ନେଇ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯିବ। ଗୋଟିଏ ଦିନ ମେଲୋଡି ହେବ। ପ୍ରତ୍ୟେକ ଦିନ ୫୦୦ ଲୋକଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ଗୋଟିଏ ଦିନ ୩ ହଜାର ଲୋକଙ୍କ ପାଇଁ ହରିହାଟ କରାଯିବ। ୧୯ ତାରିଖ ଭସାଣିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଠାକୁରଗଡ଼ ଗ୍ରାମବାସୀ, ଲକ୍ଷ୍ମୀପୂଜା କମିଟି, ଯୁବକ ସଂଘ ଓ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଏକଜୁଟ ହୋଇ ଆୟୋଜନରେ ଲାଗିପଡିଛନ୍ତି।

 

ଧୁମ୍‌ଧାମରେ ପାଳନ କରାଯିବ
୫୫ ବର୍ଷ ପୂର୍ବେ ଠାକୁରଗଡ଼ରେ ଆରମ୍ଭ ହୋଇଥିଲା ମା’ ଲକ୍ଷ୍ମୀଙ୍କ ପୂଜା। ଚଳିତବର୍ଷ ଏହାକୁ ଧୁମ୍‌ଧାମରେ ପାଳନ କରାଯିବ। ଏଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। କରୋନା ପାଇଁ ଗତ ୨ ବର୍ଷ ଧରି ପୂଜା ନିରାଡ଼ମ୍ବର ଥିବାବେଳେ ଏବର୍ଷ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଛି।
-ସଞ୍ଜୀବ କୁମାର ପ୍ରଧାନ, କମିଟି ସଭାପତି
ଆକର୍ଷଣୀୟ ହେବ ଲକ୍ଷ୍ମୀ ପୂଜା
ଠାକୁରଗଡ଼ ଅଞ୍ଚଳରେ ଲକ୍ଷ୍ମୀ ପୂଜା ବେଶ୍‌ ଆକର୍ଷଣୀୟ ହୋଇଥାଏ। ଚଳିତବର୍ଷ ଏହାକୁ ଆହୁରି ଆଡମ୍ବର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପୂଜା କମିଟି ପକ୍ଷରୁ ୫ ଲକ୍ଷ ଟଙ୍କାର ବଜେଟ ସ୍ଥିର କରାଯାଇଛି l ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଳନ କରାଯିବ।
-ସନ୍ତୋଷ କୁମାର ସାହୁ, କମିଟି ସମ୍ପାଦକ
ଦୈନିକ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ
ଦୀର୍ଘବର୍ଷ ହେଲା ଠାକୁରଗଡ଼ରେ ମା’ ଲକ୍ଷ୍ମୀଙ୍କ ପୂଜା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। କେବଳ କରୋନା ପାଇଁ ୨ ବର୍ଷ ଏହା ନିରାଡ଼ମ୍ବର ରହିଥିଲା। ତେବେ ଚଳିତବର୍ଷ କମିଟି ପକ୍ଷରୁ ବହୁ ବ୍ୟବସ୍ଥା କରାଯାଇଛି। ଦୈନିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ନିଷ୍ପତ୍ତି ହୋଇଛି।
-ପବନ କୁମାର ସାହୁ, ପୂର୍ବତନ ସଭାପତି
ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ମିଳିବ ପ୍ରସାଦ
ଗ୍ରାମବାସୀ, ସାମାଜିକ କର୍ମୀ, କମିଟି ସଭ୍ୟ ଓ ବ୍ୟବସାୟୀଙ୍କଠାରୁ ମିଳୁଥିବା ଅର୍ଥରେ ପ୍ରତିବର୍ଷ ଠାକୁରଗଡ଼ରେ ଲକ୍ଷ୍ମୀ ପୂଜା କରାଯାଉଛି। ଚଳିତବର୍ଷ ୫୫ ବର୍ଷରେ ଏହି ପୂଜା ପଦାର୍ପଣ କରିଛି। ପୂଜା ୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ସହସ୍ରାଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯିବ।
-ହେମନ୍ତ କୁମାର ଖୁଣ୍ଟିଆ, କମିଟି ସଭ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri