ପୋଲିସ ହାତରେ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବ୍ଲାକ୍‌ମେଲିଂ କରି ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କଠାରୁ ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ କମିଶନରେଟ ପୋଲିସର ହସ୍ତଗତ ହୋଇଛି। ଅର୍ଚ୍ଚନା କମ୍‌ ଦିନ ମଧ୍ୟରେ କିପରି ଅମାପ ସମ୍ପତ୍ତି ହାତେଇଲେ, ତାଙ୍କ ପାଖକୁ କିଏ ଟଙ୍କା ପଠାଉଥିଲା, କେଉଁ ବ୍ୟାଙ୍କରୁ ଟଙ୍କା ଆସୁଥିଲା ଏବଂ ଏହି ଟଙ୍କା ସେ କେଉଁ ବାଟେ ବିନିଯୋଗ କରିଥିଲେ, ତାହାର ସବୁ ତଥ୍ୟ ଜାଣିବା ଲାଗି ଗତ ୫ ବର୍ଷର ରିପୋର୍ଟ କମିଶନରେଟ ପୋଲିସ ମାଗିଥିବାବେଳେ ଆରବିଆଇ ୩ଟି ବ୍ୟାଙ୍କର ଷ୍ଟେଟ୍‌ମେଣ୍ଟ ଦେଇଛି। ତେବେ ଉକ୍ତ ଷ୍ଟେଟମେଣ୍ଟରେ କେତେ ଟଙ୍କା ରହିଛି, କାହାକୁ କାହାକୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି, ସେନେଇ ତଦନ୍ତ ଚାଲିରହିଥିବାରୁ ଅଧିକ ତଥ୍ୟ ଦେବାକୁ ଡିସିପି ପ୍ରତୀକ ସିଂ ମନା କରିଦେଇଛନ୍ତି। ଅପରପକ୍ଷରେ ବ୍ୟାଙ୍କ ଡିଟେଲ୍ସ ତଥ୍ୟ ପୋଲିସର ହସ୍ତଗତ ହେବାପରେ ଅନେକ ରାଜନେତା, ବିଲ୍ଡର, ପ୍ରଯୋଜକ, କିଛି ପୋଲିସ ଅଧିକାରୀଙ୍କ ମନରେ ଛନକା ପଶିଥିବା ଆଲୋଚନା ହେଉଛି। ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ କେବଳ ନେତା, ମନ୍ତ୍ରୀଙ୍କ ସହ ଫଟୋ ଉଠାଉ ନ ଥିଲେ ବରଂ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ। ଉଭୟ ଦମ୍ପତି ନିକଟରେ ଅବସର ନେଇଥିବା ଡିସିପି(ସିକ୍ୟୁରିଟି) ନିର୍ମଳ କୁମାର ଶତପଥୀଙ୍କ ସହ ଫଟୋ ଉଠାଇଥିବା ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେଣୁ ରାଜନେତାଠାରୁ ଆରମ୍ଭ କରି ମନ୍ତ୍ରୀ , ପୋଲିସ ଓ ଅଫିସରଙ୍କ ଫଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି।

୩୦ତାରିଖରେ ନୟାପଲ୍ଲୀ ଥାନାରେ ପ୍ରଥମେ ଅର୍ଚ୍ଚନା ଓ ଜଣେ ଯୁବତୀଙ୍କ ନାମରେ ଏଫ୍‌ଆଇଆର ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିଲେ। ବ୍ଲାକ୍‌ମେଲିଂ ଭଳି ଅଶ୍ଳୀଳ ଫଟୋ ରଖି ୩ କୋଟି ଟଙ୍କା ମାଗିବା ନେଇ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ଅକ୍ଟୋବର ୨ରେ ଖଣ୍ଡଗିରି ଥାନାରେ ଯୁବତୀ ଜଣଙ୍କ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି କମିଶନରେଟ୍‌ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ତେବେ ଅକ୍ଷୟ ପରିଜାଙ୍କ ଅଭିଯୋଗରେ ଅଭିଯୁକ୍ତ ଥିବା ଯୁବତୀ କିପରି ନିଜେ ଅଭିଯୋଗକାରୀ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅର୍ଚ୍ଚନାଙ୍କ ଓକିଲ ଆଇନଜୀବୀ ଦେବାଶିଷ ମହାପାତ୍ର। ସେହିଭଳି ଗିରଫ ବେଳେ ଅର୍ଚ୍ଚନାଙ୍କ ଠାରୁ ପୋଲିସ ଲାପ୍‌ଟପ ଓ ପେନ୍‌ଡ୍ରାଇଭ ସହ ମୋବାଇଲ ଜବତ କରିଥିଲା। ପୋଲିସ କହୁଛି ସବୁ ପ୍ରମାଣ ସାଇଣ୍ଟିଫିକ ଲ୍ୟାବକୁ ପଠାଯାଇଛି। ତେବେ ଅଭିଯୁକ୍ତ ଜେଲରେ ଥିବା ବେଳେ କିଏ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଚଳାଇ ତଥ୍ୟ ଡିଲିଟ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। କେବଳ ଏଇ ଘଟଣା ନୁହେଁ, ଗୋପ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ତାଙ୍କ ମୋବାଇଲରେ କିଛି ଭିଡିଓ ଥିବା ସେ କହିଥିଲେ। ହେଲେ ଇତିମଧ୍ୟରେ ୧୮ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ସେ ଭିଡିଓରେ କେଉଁମାନଙ୍କ ସମ୍ପର୍କ ରହିଛି ସେ ସମ୍ପର୍କରେ କୌଣସି ସୂଚନା ଦେଇପାରିଲା ନାହିଁ। ସେହିପରି ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମୃତ ରୁଚିକାଙ୍କ ମୋବାଇଲ ସିଙ୍ଗାପୁର ପଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପ୍ରମାଣ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri