Posted inଫୁରସତ

ଦୀପାବଳି ଆନନ୍ଦରେ ଭ୍ରମଣ

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। କେହି କେହି ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦୁଆର, ରାସ୍ତାଘାଟ ସଜାଇବା ସହ ବନ୍ଧୁବାନ୍ଧବଙ୍କ ସଙ୍ଗେ ମଜା ମଜ୍‌ଲିସ୍‌ରେ ଏହି ଶୁଭ ଦିନଟିକୁ ବିତାଇ ଦେଇଥାନ୍ତି ତ ଆଉ କେହି କେହି ବାହାରକୁ କୁଆଡ଼େ ବୁଲିଯିବାକୁ ପ୍ଲାନିଂ କରିଥାନ୍ତି। ଯଦି ଆପଣ ବି ସେମିତି କିଛି ପ୍ଲାନିଂ କରୁଥାନ୍ତି, ତା’ହେଲେ ଆସନ୍ତୁ ଜାଣିବା ଦେଶର କେଉଁ କେଉଁ ସ୍ଥାନକୁ ବୁଲିଗଲେ ଦୀପାବଳି ଛୁଟିର ଭରପୂର୍‌ ଆନନ୍ଦ ଉଠାଇହେବ…

* କୋଲକାତା: ନିଜର ବିବିଧତା, ବିଶେଷତା, ସାହିତ୍ୟ, ସଂସ୍କୃତି ବ୍ୟତିତ ପର୍ବପର୍ବାଣି କ୍ଷେତ୍ରରେ ବି କୋଲକାତା ସବୁବେଳେ ଖାସ୍‌ ରହିଆସିଛି। ଦଶହରା ହେଉ ଅବା ଦୀପାବଳି ପର୍ବକୁ ବେଶ୍‌ ଆନନ୍ଦଉତ୍ସାହର ସହ ପାଳିଥାନ୍ତି ଏଠାକାର ବାସିନ୍ଦା। ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦ୍ୱାର ସଜାଇ, ବନ୍ଧୁବାନ୍ଧବଙ୍କ ସହ ମଜାମଜ୍‌ଲିସ୍‌ରେ ସ୍ଥାନୀୟ ଲୋକେ ଏତେ ମଜ୍ଜି ଯାଇଥାନ୍ତି ଯେ, ପାର୍ବଣର ଋତୁ ଏଠାରେ ଆହୁରି ରଙ୍ଗୀନ ହୋଇ ଉଠେ। ସେହିପରି ଏଠାକୁ ବୁଲି ଆସୁଥିବା ଆଗନ୍ତୁକ ବି ଏଠାରେ ଦୀପାବଳିର ଭରପୂର ମଜା ନେବା ସହ ଏଠାରେ ଥିବା ଅନେକ ମାତା କାଳୀଙ୍କର ମନ୍ଦିର ବୁଲିବାର ଆନନ୍ଦ ମଧ୍ୟ ଲଭିପାରିବେ।

* ବାରଣାସୀ: ଉତ୍ତରପ୍ରଦେଶରେ ଥିବା ଏହି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀଟି ଲୋକମୁଖରେ ବନାରସ ତଥା କାଶୀ ନାମରେ ବି ବେଶ୍‌ ପରିଚିତ। ଏହା ଦୁନିଆର ସବୁଠାରୁ ପ୍ରାଚୀନ ତଥା ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଥିବା ଏକ ସହର ଭାବେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମର ସବୁଠାରୁ ପବିତ୍ରତମ ସହର ଭାବେ ବି ଏହା ଖ୍ୟାତ। ଏହି ସହରକୁ ନେଇ ହିନ୍ଦୁ ଧର୍ମରେ ଏକ ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କର ଏଠାରେ ମୃତ୍ୟୁ ହୋଇଯାଏ କିମ୍ବା ଏଠାରେ କାହାର ଯଦି ଅନ୍ତିମ ସଂସ୍କାର କରାଯାଏ; ତା’ହେଲେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଦୀପାବଳି ଅବସରରେ ଲକ୍ଷାଧିକ ଦୀପରେ ତଥା ରଙ୍ଗୀନ ଆଲୋକମାଳାରେ ଏଠାକାର ପବିତ୍ର ଘାଟ ସଜାଯାଇଥିବାର ଦୃଶ୍ୟକୁ ଯିଏ ଦେଖିବେ ସିଏ କ୍ଷଣିକରେ ମନ୍ତ୍ରମୁଗ୍ଧ ହୋଇଯିବେ।

* ଜୟପୁର: ‘ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଏହି ସହରଟିରେ ବି ଦୀପାବଳିକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହା ରାଜସ୍ଥାନର ରାଜଧାନୀ ଭାବେ ବି ପ୍ରସିଦ୍ଧ। ହିନ୍ଦୁ ବାସ୍ତୁକଳାର ଅନେକ ନିଚ୍ଛକ ଉଦାହରଣ ଏହି ସହରରେ ହିଁ ଦେଖିବାକୁ ମିଳେ। ଦୀପାବଳି ଅବସରରେ ଏହି ସହର ଏତେ ଆକର୍ଷଣୀୟ ଭାବେ ସଜେଇ ହୋଇଥାଏ ଯେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ। ତା’ସହିତ ଆଗନ୍ତୁକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଛୋଟ ବଡ଼ ମେଳାର ବି ଆୟୋଜନ କରାଯାଇଥାଏ ଏହି ସମୟରେ। ସାଧାରଣରେ କହିବାକୁ ଗଲେ ଜୟପୁର ବୁଲିବାର ପ୍ରକୃତ ମଜା ସେତେବେଳେ ଆସେ ଯେବେ ଦୀପାବଳି ଅବସରରେ ଛୁଟି କଟାଇବାର ସୂଯୋଗ ଏଠାରେ ମିଳେ।

* ଦିଲ୍ଲୀ: ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ, ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲି ଯାଇହେବ। ବିଶେଷ କରି ଦୀପାବଳି ଅବସରରେ ଏଠାକୁ ବୁଲିଗଲେ ମନ ମିଜାଜ୍‌ ଖୁସି ହୋଇଗଲା ପରି ଲାଗିବ। କାରଣ ଏହି ପର୍ବକୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ଦିଲ୍ଲୀ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହେବା ସହ ସମସ୍ତଙ୍କ ଦୂଆର ଆଗରେ ରଙ୍ଗବେରଙ୍ଗର ରଙ୍ଗୋଲି ହୋଇଥିବାର ମଧ୍ୟ ଦେଖାଯାଏ। କେବଳ ସେତିକି ନୁହେଁ ଏଠାକାର ରାସ୍ତାଘାଟରେ ବିକ୍ରି ହେଉଥିବା ନାନାଦି ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପେଟ ପୁରିଗଲା ଭଳି ଅନୁଭବ ହୁଏ। ସ୍ଥାନେ ସ୍ଥାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ; ଯାହା ସ୍ଥାନୀୟ ଲୋକ ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

ତେବେ କେବଳ ଏହିସବୁ ସ୍ଥାନ ନୁହେଁ, ଅମୃତସର, ଶିବକାଶୀ, ଗୁଜରାଟ, ଗୋଆରେ ବି ଦୀପାବଳିକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯେଉଁଠାକୁ ପର୍ଯ୍ୟଟକ ଯାଇ ଛୁଟିର ଭରପୂର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri