ବର୍ଷେ ଯାଏ ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ

କଟକ ଅଫିସ,୨୬।୧୦: ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତାଙ୍କ ନିକଟକୁ ବର୍ଷେ ଲାଗି ତଡ଼ିପାର ନୋଟିସ ପଠାଇଛି କଟକ କମିଶନରେଟ ପୋଲିସ। ଏହା ଅନୁଯାୟୀ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୋଲିସ ଅଞ୍ଚଳରେ ରହିପାରିବେ ନାହିଁ। ତେବେ ସକିଲ ଛଡ଼ା ଆଉ ୧୧ ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।

କିଛି ଦିନ ପୂର୍ବେ ଜାମିନରେ ଆସିଥିଲେ ସକିଲ । ବିବାହ ଲାଗି ତାଙ୍କୁ କୋର୍ଟ ଜାମିନ ଦେଇଥିଲେ। ବିବାହ ପରେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏଣୁ ତାଙ୍କ ବିରୋଧରେ ଏଭଳି ନୋଟିସ୍‌ ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶ ବିରୋଧରେ ସକିଲ ପୋଲିସ କମିଶନରଙ୍କ ନିକଟରେ ମଧ୍ୟ ତାଙ୍କ ପକ୍ଷ ରଖିପାରିବେ।

ସକିଲ ଜଣେ ପେଶାଦାର ଅପରାଧୀ। ଜେଲରୁ ବାହାରିବା ପରେ ସିଧାସଳଖ କିମ୍ବା ପରୋକ୍ଷରେ କୌଣସି ଅପରାଧିକ କାର୍ଯ୍ୟ ସହ ସେ ଜଡ଼ିତ ଥିବା ଜଣାପଡ଼ିନାହିଁ। କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ତଡିପାର ନୋଟିସ କରାଯାଇଛି। ଯଦି କମିଶନରେଟ ପୋଲିସ ଅଞ୍ଚଳ ବାହାରେ ରହି, ସେ ତାଙ୍କ ନେଟୱାର୍କକୁ କାର୍ଯ୍ୟକାରୀ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଯଦି ନୋଟିସକୁ ଅବମାନନା କରନ୍ତି, ତା’ହେଲେ ବି ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri